ଭୁବନେଶ୍ବର: ଏବେ ରାଜଧାନୀରେ ଓୟୋ ରୁମ ହେଲା ସଙ୍ଗରୋଧ କେନ୍ଦ୍ର। ଏଣିକି ଓୟୋ ରୁମରେ ସଙ୍ଗରୋଧରେ ରହିପାରିବେ ଲୋକେ। ରାଜଧାନୀରେ କୋଭିଡ୍ ସଂକ୍ରମଣ ବୃଦ୍ଧି ଓ କ୍ୱାରେଣ୍ଟାଇନ୍ ସୁବିଧାକୁ ଦେଖି ୩ଟି ଦେୟଯୁକ୍ତ ଓୟୋ ହୋଟେଲକୁ କ୍ୱାରେଣ୍ଟାଇନ୍ ସେଣ୍ଟର ଭାବେ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ। ଏଠାରେ ଲୋକ ଆବଶ୍ୟକୀୟ ଟଙ୍କା ଦେଇ ନିଜକୁ ସଙ୍ଗରୋଧରେ ରଖିପାରିବେ। ସେଠାରେ ତାଙ୍କୁ ସକାଳର ଜଳଖିଆ, ଦ୍ୱିପହର ଓ ରାତିର ଖାଇବା ମଧ୍ୟ ଉପଲବ୍ଧ ହୋଇପାରିବ ବୋଲି ବିଏମସି ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି ।
ରାଜ୍ୟରେ ଏବେ କୋଭିଡ୍ ସଂକ୍ରମଣ ବଢ଼ିବାକୁ ଲାଗିଛି । ବିଭିନ୍ନ ରାଜ୍ୟରୁ ପ୍ରବାସୀମାନେ ଏବେ ଘର ମୁହାଁ ମଧ୍ୟ ହେବାକୁ ଲାଗିଲେଣି। ଏପରି ସ୍ଥିତିରେ ସଂକ୍ରମଣକୁ ରୋକିବାକୁ ସରକାର ସଙ୍ଗରୋଧ ବାଧ୍ୟତାମୂଳକ କରିଛନ୍ତି। ହେଲେ ସଙ୍ଗରୋଧ ଗୃହର ଅଭାବ ହେତୁ ଲୋକମାନେ ନାନାଦି ସମସ୍ୟା ଭୋଗୁଛନ୍ତି। ଏପରି ସମୟରେ ଓୟୋ ରୁମକୁ ବିଏମସି ସଙ୍ଗରୋଧ କେନ୍ଦ୍ର ଭାବେ ବାଛିଛି। ଭୁବନେଶ୍ୱରର ୩ଟି ଓୟୋ ହୋଟେଲରେ ଏଥିପାଇଁ ମୋଟ ୪୦ଟି ବେଡର ବ୍ୟବସ୍ଥା କରାଯାଇଛି ।
ରାଜଧାନୀରେ ଓୟୋ ରୁମ୍ ହେଲା ସଙ୍ଗରୋଧ କେନ୍ଦ୍ର
Advertisment
Follow Us