ମାନିଲେନି କ୍ବାରାଣ୍ଟିନ୍‌ ଗାଇଡ୍‌ଲାଇନ୍‌ : ବିଦେଶରୁ ଫେରିଥିବା ବ୍ୟକ୍ତିଙ୍କ ବିରୋଧରେ ଏତଲା

Advertisment

୩୬୬୭ ବିଦେଶ ଫେରନ୍ତାଙ୍କ ପଞ୍ଜୀକରଣ, ୩୫ଜଣ ଡାକ୍ତରଖାନା ଆଇସୋଲେସନ୍‌ରେ

୩୬୬୭ ବିଦେଶ ଫେରନ୍ତାଙ୍କ ପଞ୍ଜୀକରଣ, ୩୫ଜଣ ଡାକ୍ତରଖାନା ଆଇସୋଲେସନ୍‌ରେ

ମାନିଲେନି କ୍ବାରାଣ୍ଟିନ୍‌ ଗାଇଡ୍‌ଲାଇନ୍‌ : ବିଦେଶରୁ ଫେରିଥିବା ବ୍ୟକ୍ତିଙ୍କ ବିରୋଧରେ ଏତଲା

ଭୁବନେଶ୍ବର : ବିଦେଶ ଫେରନ୍ତାଙ୍କ ପାଇଁ ରାଜ୍ୟ ସରକାର ପଞ୍ଜୀକରଣ ବାଧ୍ୟତାମୂଳକ କରିଛନ୍ତି। କୋଭିଡ୍‌-୧୯ ପାଇଁ ସ୍ବତନ୍ତ୍ର ଗାଇଡଲାଇନ୍ ପ୍ରସ୍ତୁତ କରିଛନ୍ତି। ମାତ୍ର ଏହାକୁ ଉଲ୍ଲଂଘନ କରି ଫସିଛନ୍ତି ଉଜ୍‌ବେକିସ୍ତାନରୁ ଫେରିଥିବା ଜଣେ ବ୍ୟକ୍ତି। ପୁଲିସର ପ୍ରାରମ୍ଭିକ ତଦନ୍ତ ଅନୁସାରେ, ସମ୍ବଲପୁରର ଧନୁପାଲି ଥାନାରେ ଏହି ବ୍ୟକ୍ତିଙ୍କ ବିରୋଧରେ ଆଇପିସି ଧାରା ୧୮୮/୨୭୧ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିବା ସୂଚନା ଦେଇଛନ୍ତି କୋଭିଡ୍‌-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ।

ଶ୍ରୀ ବାଗଚୀ କହିଛନ୍ତି ଯେ ଦିନ ୧୨ଟା ସୁଦ୍ଧା ରାଜ୍ୟରେ ମୋଟ୍ ୮୫ଟି ନମୁନା ପରୀକ୍ଷା ରିପୋର୍ଟ ହସ୍ତଗତ ହୋଇଛି। ସେଥିରୁ ୨ଟି ନମୁନା ପଜିଟିଭ୍ ଚିହ୍ନଟ ହୋଇଛି। କରୋନା ସଂକ୍ରମିତ ହୋଇଥିବା ବ୍ୟକ୍ତିଦ୍ବୟଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ଓ ଉଭୟ ହସ୍ପିଟାଲରେ ଦିଆଯାଉଥିବା ଖାଦ୍ୟ ଖାଉଛନ୍ତି। ଏହାସହ କରୋନା ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ୫୬ ଜଣଙ୍କୁ ଚିହ୍ନଟ କରାଯାଇଛି। ୯ଟି ମନିଟରିଂ ଟିମ୍ ଏଥିପାଇଁ କାର୍ଯ୍ୟ କରୁଛନ୍ତି। ସେହିପରି ୧୦୪ ସହାୟତା ନମ୍ବରରେ ଏ ପର୍ଯ୍ୟନ୍ତ ୩୬୭୬ଜଣ ପଞ୍ଜୀକରଣ କରିଛନ୍ତି। କୋଭିଡ୍‌-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୩୫ଜଣଙ୍କୁ ଡାକ୍ତରଖାନାରେ ଆଇସୋଲେସନ୍‌ରେ ରଖାଯାଇଛି। କୌଣସିପ୍ରକାର ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟର ସମସ୍ତ ୬୭୯୮ଟି ପଞ୍ଚାୟତରେ ସବୁପ୍ରକାର ମୌଳିକ ସୁବିଧା ଥାଇ ୭୨୭୬ଟି ଅସ୍ଥାୟୀ ଚିକିତ୍ସା ଶିବିର ଚିହ୍ନଟ କରାଯାଇଛି। ଅସ୍ଥାୟୀ ଚିକିତ୍ସା ଶିବିର ପାଇଁ ଜଣେ ପଦବିଧାରୀ ଅଧିକାରୀଙ୍କୁ ପ୍ରତି ପଞ୍ଚାୟତ ପାଇଁ ନୋଡାଲ ଅଧିକାରୀ ଭାବେ ଘୋଷଣା କରାଯାଇଛି। ଆବଶ୍ୟକ ସମୟରେ ଖାଦ୍ୟ, ଶଯ୍ୟା, ବେଡସିଟ୍‌ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବା ପାଇଁ ସେବା ପ୍ରଦାନକାରୀଙ୍କୁ ଚିହ୍ନଟ କରାଯାଇଛି। ସମସ୍ତ ‌ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ପାନୀୟ ଜଳ, ଶୌଚାଳୟ, ବିଦ୍ୟୁତ୍‌ ସଂଯୋଗ ଓ ସମସ୍ତ ପରିମଳ ବ୍ୟବସ୍ଥା ସହ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ବିଡିଓମାନଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ୧୦ ଲକ୍ଷ ଓ ପ୍ରାଥିମକ ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ କରିବା ପାଇଁ କ୍ଷମତା ପ୍ରଦାନ କରାଯାଇଛି।

ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ସମସ୍ତ ପ୍ରତିନିଧିଙ୍କୁ କୋଭିଡ୍‌-୧୯ ସଂପର୍କରେ ଥିବା ୭ଟି ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଲକ୍‌-ଡାଉନ୍ ଘୋଷିତ ଅଞ୍ଚଳରେ ଅବସ୍ଥିତ ଏସ୍‌ସି/ଏସ୍‌ଟି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ଛାତ୍ରବାସଗୁଡ଼ିକରେ ମାର୍ଚ୍ଚ ୨୫ ତାରିଖ ସଂଧ୍ୟା ୬ଟା ସୁଦ୍ଧା ଛାତ୍ରବୃତ୍ତି ଟଙ୍କା ଅଗ୍ରୀମ ବଣ୍ଟନ କାର୍ଯ୍ୟ ଶେଷ କରିବା ପାଇଁ କୁହାଯାଇଛି। ୨୫ ତାରିଖ ସଂଧ୍ୟା ୬ଟା ସୁଦ୍ଧା ଅନ୍ତେବାସୀମାନଙ୍କୁ ସେମାନଙ୍କ ପିତାମାତା/ଅଭିଭାବକ/ସେମାନଙ୍କ ପ୍ରତିନିଧିମାନେ ଛାତ୍ରବାସରୁ ନେବାକୁ କୁହାଯାଇଛି। ଏଥିପାଇଁ ସେମାନେ ବେସରକାରୀ ଗାଡ଼ିର ବନ୍ଦୋବସ୍ତ କରିବେ ଓ ଏଥିପାଇଁ ସେମାନଙ୍କୁ ସଂପୃକ୍ତ ପ୍ରଧାନଶିକ୍ଷକ/ଶିକ୍ଷକମାନେ ଏକ ପ୍ରମାଣପତ୍ର ‌ଦେବେ। ପ୍ରମାଣପତ୍ରରେ ଉକ୍ତ ଯାନଟି ପିଲାମାନଙ୍କୁ ଘରକୁ ନେବା ପାଇଁ ବ୍ୟବହୃତ ହୋଇଛି ବୋଲି ଦର୍ଶାଯିବ। ଫଳରେ ଲକ୍-ଡାଉନ୍ ସମୟରେ ଯାନବାହନ ଚଳାଚଳ କଟକଣାରୁ ସେହି ଯାନଗୁଡ଼ିକ ମୁକ୍ତ ହୋଇପାରିବ ବୋଲି ଶ୍ରୀ ବାଗଚୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe