ସଙ୍ଗରୋଧ, ଚିକିତ୍ସାକୁ ଡ୍ୟୁଟି ବୋଲି ଧରାଯିବ

Advertisment
ସଙ୍ଗରୋଧ, ଚିକିତ୍ସାକୁ ଡ୍ୟୁଟି ବୋଲି ଧରାଯିବ

The Indian Express

ଭୁବନେଶ୍ବର : କୋଭିଡ୍‌ ଡ୍ୟୁଟିରେ ନିୟୋଜିତ ହୋଇ ସଂକ୍ରମିତ ହେଉଥିବା କର୍ମଚାରୀ ସଙ୍ଗରୋଧ କିମ୍ବା ଚିକିତ୍ସିତ ହେଉଥିବା ସମୟକୁ ଡ୍ୟୁଟି ସମୟ ବୋଲି ବିବେଚନା କରାଯିବ। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଏହାକୁ ମଞ୍ଜୁରି ଦିଆଯିବା ସହିତ ନିର୍ଦେଶନାମା ପ୍ରକାଶ ପାଇଛି।

ବିଭାଗ ପକ୍ଷରୁ କୁହାଯାଇଛି ଯେ କୋଭିଡ୍‌ ରୋଗୀଙ୍କ ଚିକିତ୍ସା ପାଇଁ କୋଭିଡ୍‌ ହସ୍ପିଟାଲ, ସରକାରୀ ଡାକ୍ତରଖାନାରେ ନିୟୋଜିତ ସମସ୍ତ କର୍ମଚାରୀ, ସଂକ୍ରମଣ ଅବ‌ରୋଧ ଅଞ୍ଚଳରେ ନିୟୋଜିତ କର୍ମଚାରୀ, କୋଭିଡ୍‌ ଚିକିତ୍ସା ବ୍ୟବସ୍ଥାରେ ନିୟୋଜିତ କର୍ମଚାରୀ, ସହରାଞ୍ଚଳ ଓ ଆରଏଲବିରେ ନିୟୋଜିତ ବିଭିନ୍ନ ବିଭାଗର କର୍ମଚାରୀ ଓ କୋଭିଡ୍‌ ପରିଚାଳନା ପାଇଁ ଚୁକ୍ତି ଭିତ୍ତିରେ ନିୟୋଜିତ ହୋଇଥିବା କର୍ମଚାରୀଙ୍କ ପାଇଁ ଏହାକୁ ମଞ୍ଜୁରି ଦିଆଯାଇଛି। ଏ ସମୟରେ କର୍ମଚାରୀଙ୍କୁ ପୂର୍ଣ୍ଣ ଦରମା/ପ୍ରୋତ୍ସାହନ ଭତ୍ତା ପ୍ରଦାନ କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe