ଲୋଗୋ ପାଇଁ ଘର କଳି, ବିଜୁ ଲୋଗୋ ବାରଣ କଲା କେନ୍ଦ୍ର

Advertisment
ଆବାସ ଯୋଜନା: ଓଡ଼ିଶାରୁ ୬୭ଟି ଅନିୟମିତତା ଅଭିଯୋଗ

New Indian Express

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେବଳ କେନ୍ଦ୍ରର ଲୋଗୋ
ବିଜୁ ଲୋଗୋକୁ ବିରୋଧ କରିଥିଲା ବିଜେପି

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ କରାଯାଉଥିବା ପକ୍କା ଘରେ କାହାର ଲୋଗୋ ଲାଗିବ? ଏହାକୁ ନେଇ ଢେର୍ ଦିନ ହେଲା କେନ୍ଦ୍ର-ରାଜ୍ୟ, ବିଜେଡି-ବିଜେପି ମଧ୍ୟରେ ତୁ ତୁ ମେଁ ମେଁ ଚାଲିଥିଲା। େକନ୍ଦ୍ର ସରକାର ଏବେ କଠୋର ଆଭିମୁଖ୍ୟ ରଖିଛନ୍ତି, ଯାହା ରାଜ୍ୟ ସରକାରଙ୍କ ପାଇଁ ବଡ଼ ଝଟ୍‌କା ହୋଇଛି। କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ ଓଡ଼ିଶାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଚିଠି ଲେଖି ବାରଣ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ କରାଯାଉଥିବା ପକ୍କା ଘରେ ଏଣିକି ବିଜୁ ପକ୍କା ଘର ଲୋଗୋ ଲାଗିପାରିବ ନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କା ଘର ଲୋଗୋ ଅନୁମୋଦିତ ନୁହେଁ। ତେଣୁ ଏହାକୁ ବ୍ୟବହାର ନକରିବାକୁ ଚିଠିରେ ନିର୍ଦ୍ଦେଶ ରହିଛି।

କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ନଗେନ୍ଦ୍ର ନାଥ ସିହ୍ନା ଜଣାଇଛନ୍ତି ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଯୋଜନାକୁ ରାଜ୍ୟରେ ଅବିକଳ ଭାବେ ଏବଂ ସେହି ନାଁରେ ହିଁ କେବଳ ଲାଗୁ କରାଯାଉ। ଅର୍ଥାତ୍ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଘରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅଫିସିଆଲ୍ ଲୋଗୋ ଲଗାଯାଉ।

କେନ୍ଦ୍ରର ଏହି ଚିଠି ପରେ ଏବେ ରାଜ୍ୟ ସରକାର କି ଆଭିମୁଖ୍ୟ ଗ୍ରହଣ କରିବେ, ତାହା ସ୍ପଷ୍ଟ େହାଇନାହିଁ।

ତେବେ ପୂର୍ବରୁ ବିଜୁ ଜନତା ଦଳ ଏହି ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରି କହିଥିଲା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାର ୪୦ ପ୍ରତିଶତ ଅର୍ଥ ଦେଉଛନ୍ତି। ଯେଉଁମାନେ ୪ମାସରେ ଶେଷ କରୁଛନ୍ତି ସେମାନଙ୍କୁ ୨୦ ହଜାର ଟଙ୍କା, ଯେଉଁମାନେ ୬ମାସରେ ଶେଷ କରୁଛନ୍ତି, ସେମାନଙ୍କୁ ୧୦ ହଜାର ଦିଆଯାଉଛି। ଇଞ୍ଜିନିୟରଙ୍କ ଠାରୁ ଆରମ୍ଭ କରି ସମସ୍ତ କର୍ମଚାରୀ ଅର୍ଥ ରାଜ୍ୟ ବହନ କରୁଛି ଏବଂ ଏହାକୁ ଆକଳନ କଲେ ଦେଖାଯାଉଛି ଯେ କେନ୍ଦ୍ରୀୟ ଅନୁଦାନ ଯେତିକି ରାଜ୍ୟ ଅନୁଦାନ ବି ସେତିକି (୫୦:୫୦)। କେବଳ ସେତିକି ନୁହେଁ, ପ୍ରତି ଘର ପିଛା ମନରେଗା ବାବଦରେ ୧୬ହଜାରରୁ ୧୯ ହଜାର ଟଙ୍କା ଦିଆଯାଏ। ୯୦ରୁ ୯୫ ଦିନ ଦୈନିକ ପାରିଶ୍ରମିକ ହିସାବରେ ହିତାଧିକାରୀ ପାଇଥାନ୍ତି। ମାତ୍ର କିଛି ବର୍ଷ ହେଲା କେନ୍ଦ୍ର ସରକାର ଏ ବାବଦ ଅର୍ଥ ଦେଉନାହାନ୍ତି।

ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା ବିଜେପି ବିଜୁ ଲୋଗୋକୁ ବିରୋଧ କରି ଅଭିଯାନ ଚଳାଇଥିଲା। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ନେତୃତ୍ବରେ ଦଳୀୟ ନେତାମାନେ ରାଜ୍ୟପାଳଙ୍କୁ ଭେଟି ଆପତ୍ତି ଜଣାଇଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଜେପି ସାଂସଦମାନେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଭେଟି ଏହି ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe