କୁକୁଡ଼ା ମାଂସ ପାଇଁ କଳି, ଡିବିରି ନିଆଁରେ ପୋଡ଼ି ଯୁବତୀ ଗୁରୁତର

Advertisment
ଦେହରେ କିରୋସିନ୍‌ ଢାଳି ନିଆଁ ଲଗାଇ ଯୁବତୀ ଗୁରୁତର

newsnation.in

ଜମନକିରା/ଫାଶିମାଲ୍ : ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଫାଶିମାଲ୍ ପଞ୍ଚା‌ୟତ ଅନ୍ତର୍ଗତ ଗରିଆବାହାଲ୍ ଗ୍ରାମରେ ଜଣେ ଯୁବତୀ ଡିବିରି ନିଆଁରେ ପୋଡ଼ି ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବତୀ ହେଲେ ଅନିତା ଧୁରୁଆ (୨୦)। ତାଙ୍କୁ ସ୍ଥାନୀୟ ଫାଶିମାଲ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ ଅନିତା ଗତ ୧ ତାରିଖ ରାତିରେ ଘରେ କୁକୁଡ଼ା ମାଂସ ରାନ୍ଧିଥିଲେ। କୁଆଡ଼େ ଏହି ରାତିରେ ତାଙ୍କ ସାନଭାଇ ମାନସ ମାଂସ ଖାଇ ନ ଥିଲା। ତହିଁ ଆରଦିନ ମାନସ ନିଶାସକ୍ତ ଅବସ୍ଥାରେ ଘରକୁ ଆସି ପୁଣି ଥରେ କୁକୁଡ଼ା ମାରିବାକୁ କହିଥିଲା। ଘରେ ଅଣ୍ଡା ଦେଉଥିବା ଏକ ମାଈ କୁକୁଡ଼ା ମାରିବାକୁ ଉଦ୍ୟମ କରିବାରୁ ବଡ଼ ଭଉଣୀ ଅନିତା ବାରଣ କରିଥିଲେ। ଏଥିରେ ମାନସ ଉତ୍ତ୍ୟକ୍ତ ହୋଇ ତାଙ୍କ ମା'କୁ ଧକ୍କା ମାରି ଧରିଥିବା ଜଳନ୍ତା ଡିବିରି ବଡ଼ ଭଉଣୀ ଉପରକୁ ଫିଙ୍ଗି ଦେଇଥିଲା। ଫଳରେ ଅନିତାଙ୍କ ଶରୀର ପଛ ପାର୍ଶ୍ଵରେ କିରୋସିନି ଢାଳି ହୋଇଯିବା ସହ ଡିବିରି ନିଆଁ ଲାଗି ପୋଡ଼ି ହୋଇ ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ସ୍ଥାନୀୟ ଡାକ୍ତରଖାନା ନିଆଯାଇ ଚିକିତ୍ସା କରାଯାଉଛି। ଏହି ଘଟଣାରେ ଜମନକିରା ଥାନାରେ କୌଣସି ରିପୋର୍ଟ ହୋଇ ନ ଥିବାରୁ ମାମଲା ରୁଜୁ ହୋଇ ନାହିଁ ବୋଲି ଆଇଆଇସି ବାଳକୃଷ୍ଣ କହଁର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe