ଡିଏନ୍ ଗ୍ରୁପ୍ ଉପରେ ଆୟକର ଚଢ଼ଉ ସରିଲା, କାର୍ଯ୍ୟାଳୟରେ ପଚରାଉଚରା କଲେ ଅଧିକାରୀ

ଜଗଦୀଶ ନାୟକ କହିଲେ- ସବୁ ଅଭିଯୋଗ ସମ୍ପୂର୍ଣ ମିଛ

ଡିଏନ୍ ଗ୍ରୁପ୍ ଉପରେ ଆୟକର  ଚଢ଼ଉ ସରିଲା, କାର୍ଯ୍ୟାଳୟରେ ପଚରାଉଚରା କଲେ ଅଧିକାରୀ

ଭୁବନେଶ୍ବର: ଟିକସ ଫାଙ୍କିବା ଅଭିଯୋଗରେ ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ୍ ଗ୍ରୁପ ଉପରେ ଆୟକର ବିଭାଗର ଚଢ଼ଉ ମାମଲାରେ ସଂସ୍ଥାର ମାଲିକ ଜଗଦୀଶ ନାୟକଙ୍କୁ ପଚରାଉଚରା କରାଯାଇଛି। ଆୟକର ବିଭାଗର ଅଧିକାରୀମାନେ ଜଗଦୀଶ ନାୟକଙ୍କୁ ଚଢ଼ଉର ଚତୁର୍ଥ ତଥା ଅନ୍ତିମ ଦିନରେ ଶନିବାର ମୁହାଁମୁହିଁ ଜେରା କରିଛନ୍ତି। ସେହିପରି ଆୟକର ବିଭାଗ ଜବତ ହୋଇଥିବା ଟଙ୍କା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ନେଇ ଖୋଲତାଡ଼ କରିଛି। କୋଉଠୁ ଆସିଲା କୋଟି କୋଟି ଟଙ୍କା, କେତେ ଟଙ୍କାର ଟିକସ ଫାଙ୍କିଛନ୍ତି ସେ ନେଇ ସବୁ ତଦନ୍ତ କରିଛି।

ଅନ୍ୟପଟରେ ଜଗଦୀଶ ନାୟକ କହିଛନ୍ତି, ସବୁ ଅଭିଯୋଗ ସମ୍ପୂର୍ଣ ମିଛ। ମୋତେ କେହି କିଛି ପଚାରି ନାହାନ୍ତି। ଚନ୍ଦ୍ରଶେଖର ପଣ୍ଡାକୁ ମଧ୍ୟ ଡିଏନ୍‌ ଅଫିସକୁ ଅଣା ଯାଇଥିଲା। ଚଢ଼ଉ ସରିବା ପରେ ଆୟକର ବିଭାଗର ଅଧିକାରୀମାନେ ପୁଣି ତାଙ୍କୁ ନେଇଗଲେ।

ସୂଚନାଯୋଗ୍ୟ, ଗତ ୫ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଚଢ଼ଉ ଜାରି ରହିଥିଲା। ଏହି କ୍ରମରେ ଆୟକର ବିଭାଗର ଏକାଧିକ ଟିମ୍‌ରେ ସାମିଲ ହୋଇଥିଲେ। ମିଳିଥିବା ଟଙ୍କା ଓ କାଗଜପତ୍ରକୁ ନେଇ ପଚରାଉଚରା କରାଯାଇଛି। ସଂସ୍ଥାର ଭୁବନେଶ୍ବର ନୂଆପଲ୍ଲୀସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ସମେତ ୨୩ଟି ସ୍ଥାନରେ ଚଢ଼ଉ କରାଯାଇଛି। ୟୁନିଟ୍-୪ ପୋଷ୍ଟାଲ କଲୋନିରେ ରହୁଥିବା ସଂସ୍ଥାର  କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଘରୁ ନଗଦ ୩୦ କୋଟି ଟଙ୍କା ମିଳିଛି। ତିନୋଟି ଟ୍ରଙ୍କ ଓ ଗୋଟିଏ ଆଟାଚିରେ ଥିବା ଟଙ୍କା ଜବତ କରାଯାଇଛି। ବୁଧବାର ‌ସକାଳୁ ଚଢ଼ଉ ସମୟରେ ଯେତେ‌େଳେ ଶ୍ରୀ ପଣ୍ଡାଙ୍କ ଘରୁ ନଗଦ ୩୦ କୋଟି ଟଙ୍କା ଜବତ ହୋଇଥିଲା, ଏହି ଘଟଣା ପୂରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe