ଓଏସ୍‌ଏସ୍‌ସି ପରୀକ୍ଷା ସ୍ବଚ୍ଛତାକୁ ନେଇ ପୁଣି ପ୍ରଶ୍ନ ଉଠିଲା

Advertisment
ଓଏସ୍‌ଏସ୍‌ସି ପରୀକ୍ଷା ସ୍ବଚ୍ଛତାକୁ ନେଇ ପୁଣି ପ୍ରଶ୍ନ ଉଠିଲା

Scroll.in

ଭଦ୍ରକ: ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍‌ କମିସନ୍‌ (ଓଏସ୍‌ଏସ୍‌ସି) ପରିଚାଳିତ ଜେଇ(ସିଭିଲ୍‌) ପ୍ରଶ୍ନପତ୍ର ପ୍ରଘଟ ମାମଲା‌ରେ ପୂରା ରାଜ୍ୟ ଉଠୁଛି ପଡ଼ୁଛି। ଏଭଳି ସ୍ଥିତିରେ ଆଜି ଆଉ ଏକ ନୂଆ ବିବାଦ ଯୋଡ଼ି ହୋଇଛି। ଓଏସ୍‌ଏସ୍‌ସି ଦ୍ବାରା ଆଜି ଆକାଉଣ୍ଟାଣ୍ଟ ପଦ ପାଇଁ ଅନୁଷ୍ଠିତ ହେଉଥିବା ପରୀକ୍ଷାରେ ସ୍ବଚ୍ଛତା ଅବଲମ୍ବନ କରାଯାଇ ନଥିବା ଅଭିଯୋଗ ହୋଇଛି।

ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଖୋଲାଯାଇଥିବା ଅଭିଯୋଗ
‌କେନ୍ଦ୍ର ଆଗରେ ଧାରଣା ଦେଲେ ପରୀକ୍ଷାର୍ଥୀ

ପରୀକ୍ଷା ସେଣ୍ଟର୍‌ ଭଦ୍ରକ କଲେଜରେ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ପ୍ରଶ୍ନପତ୍ର ଖୋଲି ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି। ତେଣୁ ପରୀକ୍ଷା ବାତିଲ୍‌ କରାଯାଉ ବୋଲି ଦାବି କରି କିଛି ପରୀକ୍ଷାର୍ଥୀ କଲେଜ ଫାଟକ ଆଗରେ ହୋ-ହଲ୍ଲା, ନାରାବାଜି କରିଥିଲେ। ଭଦ୍ରକ ଉପଜିଲ୍ଲାପାଳ ମନୋଜ ପାତ୍ର ଓ ଭଦ୍ରକ ସିଟି ଡିଏସ୍‌ପି ଅଂଶୁମାନ ଦ୍ବିବେଦୀ ପହଞ୍ଚି ପରୀକ୍ଷାର୍ଥୀଙ୍କୁ ବୁଝାସୁଝା କରିବା ସହ କଲେଜ କର୍ତ୍ତୃପକ୍ଷଙ୍କ ସହ ଏ ସଂପର୍କରେ ଆଲୋଚନା କରିଥିଲେ। ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଖୋଲାଯାଇଥିବା ଅଭିଯୋଗକୁ ଭଦ୍ରକ କଲେଜର ଅଧ୍ୟକ୍ଷ ଡ. ସୁବୋଧ ଚନ୍ଦ୍ର ମିଶ୍ର ଖଣ୍ଡନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe