ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌ ଘଟଣା: ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଉତ୍ତର ଦାବି

Advertisment
ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌ ଘଟଣା: ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଉତ୍ତର ଦାବି

Sambad English

ଭୁବନେଶ୍ବର : ସମ୍ବଲପୁର ବିଶ୍ବବିଦ୍ୟାଳୟର ଯୁକ୍ତ ତିନି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ପ୍ରସଙ୍ଗ ବୁଧବାର ଦିନ ବିଧାନସଭାରେ ଉଠିଛି। ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଲେ, ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଲଗାତାର ତିନି ଦିନ ହେଲା ପ୍ରଶ୍ନପତ୍ର ଲିକ୍‌ ହେଉଛି। ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥା ଦିଶାହୀନ ହୋଇପଡ଼ିଛି। ବିଶ୍ବବିଦ୍ୟାଳୟରେ ଦୁର୍ନୀତି, ଭ୍ରଷ୍ଟାଚାର ମାଡ଼ିଗଲାଣି। ରାଜ୍ୟ ସରକାର କହୁଛନ୍ତି ଆମେ ସବୁଥିରେ ବିଶ୍ବସ୍ତରୀୟ, କିନ୍ତୁ ବାସ୍ତବରେ ଶିକ୍ଷା କ୍ଷେତ୍ରରେ କ’ଣ ହେଉଛି ? ଆମ ଶିକ୍ଷା ମନ୍ତ୍ରୀମାନେ ଛାତ୍ରମାନଙ୍କୁ ପାସ୍ କରାଇ ବିଶ୍ବସ୍ତରୀୟ କରିବାକୁ ଚାହୁଁଛନ୍ତି କି? ପୂର୍ବରୁ ମଧ୍ୟ ଜଣେ ମନ୍ତ୍ରୀଙ୍କ ପୁଅକୁ ପାସ୍ କରାଇବା ପାଇଁ କ’ଣ କରାଯାଇଥିଲା, ତା‌ହାର ନଜିର ଏଠାରେ ରହିଛି। ସମ୍ବଲପୁର ବିଶ୍ଵବିଦ୍ୟାଳୟ ଘଟଣାରେ ଦୁଇ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସଂପୃକ୍ତି ସାମ୍ନାକୁ ଆସିଛି। ସରକାର ଏହି ଘଟଣାକୁ ଗୁରୁତର ସହ ନେଇ ଉପଯୁକ୍ତ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଉଚ୍ଚଶିକ୍ଷା ମନ୍ତ୍ରୀ ଏହି ପ୍ରସଙ୍ଗରେ ଗୃହରେ ଉତ୍ତର ରଖିବାକୁ ଶ୍ରୀ ସେଠୀ ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe