ମହାବାତ୍ୟାକୁ ୨୩ ବର୍ଷ...: ବାତ୍ୟା ଆଶ୍ରୟ ସ୍ଥଳର ଅବସ୍ଥାକୁ ନେଇ ପ୍ରଶ୍ନ

Advertisment

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ କେତେ ପ୍ରସ୍ତୁତ?

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ କେତେ ପ୍ରସ୍ତୁତ?

ମହାବାତ୍ୟାକୁ ୨୩ ବର୍ଷ...: ବାତ୍ୟା ଆଶ୍ରୟ  ସ୍ଥଳର ଅବସ୍ଥାକୁ ନେଇ ପ୍ରଶ୍ନ

କୁଜଙ୍ଗ, (ଦୁଷ୍ମନ୍ତକୁମାର ମାଝୀ): ଆଜି ୧୯୯୯ ମସିହା ମହାବାତ୍ୟାକୁ ୨୨ ବର୍ଷ ପୂରି ୨୩ବର୍ଷ ଚାଲିବ। ମହାବାତ୍ୟା ପରେ ନିର୍ମାଣ ହୋଇଥିବା ବାତ୍ୟା ଆଶ୍ରୟସ୍ଥଳୀକୁ ନେଇ ଏବେ ପ୍ରଶ୍ନବାଚୀ ସୃୃ‌ଷ୍ଟି ହୋଇଛି। ଏହି ବାତ୍ୟା ଆଶ୍ରୟସ୍ଥଳ ନିର୍ମିତ ହୋଇଛି ସତ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତ ନଥିବା କୁହାଯାଉଛି।

୧୯୯୯ ମହାବାତ୍ୟାରେ ଏରସମା ଓ କୁଜଙ୍ଗ ବ୍ଳକର ଅନେକ ପଂଚାୟତ ଧ୍ବଂସ ସ୍ତୁପରେ ପରିଣତ ହୋଇଥିଲା। ତେବେ ଏହା ପରଠାରୁ ବିଭିନ୍ନ ଅଂଚଳରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ବିଭିନ୍ନ ବାତ୍ୟା ପ୍ରବଣ ଅଂଚଳରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଥିଲା। ସେଠାରେ ଓସ୍‌ଡମା ପକ୍ଷରୁ ବାତ୍ୟା ତଥା ବନ୍ୟା ସମୟରେ ବିପନ୍ନ ମାନଙ୍କୁ ଉଦ୍ଧାର ଓ ପ୍ରାଥମିକ ଚିକିତ୍ସା ଯୋଗାଇବା ପାଇଁ ତାଲିମପ୍ରାପ୍ତ ସ୍ବେଚ୍ଛାସେବୀ ଓ ବିଭିନ୍ନ ସରଞ୍ଜାମ ରଖାଯାଇଥିଲା। କୁଜଙ୍ଗ ବ୍ଳକର ୧୪ଟି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଥିଲା। ଉକ୍ତ କେନ୍ଦ୍ର ମାନଙ୍କରେ ଦୁଇଟି ଲେଖାଏ ଆସ୍କା ଲାଇଟ, (ଦାମ ୬ ଲକ୍ଷ), ଦୁଇଟା ଚେନସ(କଟର), ଡ଼ିଜି ସେଟ, ସାଇରନ, କ୍ୟାଟରିଙ୍ଗ ସେଟ(୧୫୦୦–୨୦୦୦ ଲୋକଙ୍କ ପାଇଁ), ଲାଇଫ ଜାକେଟ, ଲାଇଫ ବୟ ଆଦି ସାଜ, ସରଞ୍ଜାମ ଯୋଗାଇ ଦିଆଯାଇଥିଲା। ଏହାର ମୂଲ୍ୟ ଆକଳନ କଲେ ପ୍ରତ୍ୟେକ କେନ୍ଦ୍ର ପାଇଁ ପ୍ରାୟ ୩୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ବ୍ୟୟରେ ଏହି ସରଞ୍ଜାମ ପ୍ରଦାନ କରାଯାଇଥିଲା।

publive-image ScienceDirect.com

ବାତ୍ୟା ଆଶ୍ରୟସ୍ଥଳୀ ଓ ଏହି ସରଞ୍ଜାମର ରକ୍ଷଣାବେକ୍ଷଣ ପାଇଁ ବାତ୍ୟାଶ୍ରୟ ରକ୍ଷଣାବେକ୍ଷଣ କମିଟି ଗଠନ କରାଯାଇଥିଲା। ପ୍ରତ୍ୟେକ କେନ୍ଦ୍ର ଅଧୀନରେ ସ୍ବେଚ୍ଛାସେବୀ ମାନେ ତାଲିମପ୍ରାପ୍ତ ହୋଇ ସମ୍ଭାବ୍ୟ ବିପର୍ଯ୍ୟୟ ସମୟରେ ଉଦ୍ଧାର ଓ ପ୍ରାଥମିକ ଚିକିତ୍ସା ଯୋଗାଇବାକୁ ପ୍ରସ୍ତୁତ ହୋଇ ରହିଥିଲେ। କିନ୍ତୁ, ଏବେ ଏସବୁ ଉପକରଣ ଗୁଡିକ ପ୍ରାୟତଃ ଆଉ କାର୍ଯ୍ୟକ୍ଷମ ଅବସ୍ଥାରେ ନାହିଁ। ଅନେକ କେନ୍ଦ୍ର ମାନଙ୍କରେ ଏହାକୁ ବିକ୍ରି କରିଦିଆଯାଇଥିବାବେଳେ କେଉଁଠାରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ତାଲିମପ୍ରାପ୍ତ ସ୍ବେଚ୍ଛାସେବୀ ବି ଆଉ ନାହାନ୍ତି। କେବଳ ବାତ୍ୟାଶ୍ରୟ ରକ୍ଷଣାବେକ୍ଷଣ କମିଟି ନାମକୁ ମାତ୍ର ରହିଛି। ଏହାର ସମ୍ପାଦକ ମାନଙ୍କ ହେପାଜତରେ ଏହି ସମସ୍ତ ସରଞ୍ଜାମ ରଖାଯାଇଛି। କେତେକ ବାତ୍ୟା ଆଶ୍ରୟସ୍ଥଳୀରେ ସମ୍ପାଦକ ମାନେ ୨୨ ବର୍ଷ ପର୍ଯ୍ୟନ୍ତ ଦାୟିତ୍ବରେ ରହିଛନ୍ତି। ରାଜନୈତିକ ଚାପ ଫଳରେ ସେମାନଙ୍କୁ ବଦଳା ଯାଇ ପାରୁ ନଥିବା ମଧ୍ୟ ଅଭିଯୋଗ ହେଉଛି।

ଏ ସମ୍ପର୍କରେ କୁଜଙ୍ଗ ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କୁ ପଚାରିବାରୁ ସେ ସମସ୍ତ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ସହିତ ସରଞ୍ଜାମ ସମୂହ ଠିକ୍‌ ଅବସ୍ଥାରେ ଅଛି ବୋଲି କହିଛନ୍ତି। ଯେଉଁଠାରେ ରକ୍ଷଣାବେକ୍ଷଣ ଆବଶ୍ୟକ ରହିଛି ତାହା ତୁରନ୍ତ କରାଯିବ। ତେବେ ଏନେଇ ସରକାରଙ୍କ ପକ୍ଷରୁ ଯାହା ନିେର୍ଦ୍ଦଶ ଆସିବ ଆମେ ତାହା ପାଳନ କରିବୁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe