୬୪୬ ପ୍ରକଳ୍ପ, କେଉଁଠି ହୋଇଛି ଜଳସେଚନ? ଯାଜପୁରରେ ଜଳନିଧି ଯୋଜନାକୁ ନେଇ ପ୍ରଶ୍ନ ଉଠିଲା

୪ବର୍ଷରେ ସବସିଡ୍ ଦିଆଯାଇଛି ୮କୋଟି ୩୬ଲକ୍ଷ ୫୭ହଜାର

୬୪୬ ପ୍ରକଳ୍ପ, କେଉଁଠି ହୋଇଛି ଜଳସେଚନ? ଯାଜପୁରରେ ଜଳନିଧି ଯୋଜନାକୁ ନେଇ ପ୍ରଶ୍ନ ଉଠିଲା

millenniumwaterstory.org

ଯାଜପୁର : ଯାଜପୁର ଜିଲ୍ଲାରେ ଗତ ୪ବର୍ଷ ଅର୍ଥାତ୍‌ ୨୦୧୭-୧୮ ରୁ ୨୦୨୦-୨୧ ମଧ୍ୟରେ ଜଳନିଧି ଯୋଜନାରେ ୬୪୬ଟି ପ୍ରକଳ୍ପ କରାଯାଇଛି। ପ୍ରତି ପ୍ରକଳ୍ପରୁ ୫ଏକର ଜମିକୁ ଜଳସେଚନ କରାଯିବାକୁ ସ୍ଥିର ହୋଇଛି। ଏହିଦୃଷ୍ଟିରୁ ୩ ହଜାର ୨୩୦ଏକର ଉଚ୍ଚ ଜମି ଜଳସେଚିତ ହେଉଥିବା ପରିସଂଖ୍ୟାନ କହୁଛି। ଏହି ପ୍ରକଳ୍ପ ବାବଦରେ ମୋଟ ୧୬କୋଟି ୭୩ଲକ୍ଷ ୧୪ହଜାର ଟଙ୍କା ବ୍ୟୟ ହୋଇଛି। ସେଥିରୁ ୫୦ଭାଗ ସରକାର ରିହାତି ବାବଦରେ ୮କୋଟି ୩୬ଲକ୍ଷ ୫୭ହଜାର ଟଙ୍କା ପ୍ରଦାନ କରିଛନ୍ତି। ତେବେ, ଏହାର ବାସ୍ତବତାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।

ଉଚ୍ଚଜମିକୁ ଜଳସେଚିତ କରାଯାଇ ଫସଲ ଉତ୍ପାଦନ କରିବା ହେଉଛି ଜଳନିଧି ଯୋଜନାର ମୂଳ ଲକ୍ଷ୍ୟ। ଏହି ଯୋଜନାରେ ଚାଷୀମାନଙ୍କୁ କରାଯାଉଥିବା କୁହାଯାଉଛି ଏବଂ ଏଥିପାଇଁ ସରକାରୀ ତହବିଲରୁ କୋଟି କୋଟି ଟଙ୍କା ରିହାତି ମଞ୍ଜୁର ହେଉଛନ୍ତି। ଯାଜପୁରର କୃଷି ଶିଳ୍ପ ନିଗମ ଲିମିଟେଡ଼ ତଥ୍ୟ ଅନୁଯାୟୀ ଯାଜପୁର ଜିଲ୍ଲାରେ ଜଳନିଧି ଯୋଜନାରେ ୬୪୬ ଜଣ ହିତାଧିକାରୀ ଜଳନିଧି ପ୍ରକଳ୍ପ କରିଛନ୍ତି । ୨୦୧୭-୧୮ ଆର୍ଥିକ ବର୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷରେ ଧର୍ମଶାଳା ବ୍ଲକରେ ୭୮ଜଣ, ବରୀ ବ୍ଲକରେ ୪୪ ଜଣ, ରସୁଲପୁର ବ୍ଲକରେ ୩୩ ଜଣ, ସୁକିନ୍ଦା ବ୍ଲକରେ ୨୮ ଜଣ, ଯାଜପୁର ବ୍ଲକରେ ୭୭ ଜଣ, ଦଶରଥପୁର ବ୍ଲକ୍‌ରେ ୨୮୧ଜଣ, ବିଞ୍ଝାରପୁର ବ୍ଲକରେ ୯୫ଜଣ, କୋରେଇ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe