ଚାନ୍ଦିପୁର/ବାଲେଶ୍ବର : ବାଲେଶ୍ବର ଜିଲ୍ଲା ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ର (ଆଇଟିଆର୍)ର ୩ ନମ୍ବର ଉତ୍କ୍ଷେପଣ କେନ୍ଦ୍ରରୁ ଆଜି ପୂର୍ବାହ୍ଣ ୧୧ଟା ୪୮ ମିନିଟ୍ରେ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘କ୍ୟୁଆରସାମ୍ (କୁଇକ୍ ରିଆକ୍ସନ୍ ସରଫେସ୍ ଟୁ ଏୟାର ମିଜାଇଲ୍)ର ସଫଳ ପରୀକ୍ଷଣ ହୋଇଛି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ତଥା ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ ହୋଇ ପାରୁଥିବା ‘କ୍ୟୁଆରସାମ୍ର ଲକ୍ଷ୍ୟଭେଦ କ୍ଷମତା ରହିଛି ୩୦ କିଲୋମିଟର। ଏହି କ୍ଷେପଣାସ୍ତ୍ର ଯେକୌଣସି ସ୍ଥାନରୁ ମୋବାଇଲ୍ ଲଞ୍ଚ୍ର ଦ୍ବାରା ଶତ୍ରୁପକ୍ଷର ଟ୍ୟାଙ୍କ, ବଙ୍କର, ଯୁଦ୍ଧବିମାନ ଓ ଏୟାରକ୍ରାଫ୍ଟକୁ ଧ୍ବଂସ କରିପାରିବ। ଭାରତୀୟ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା (ଡିଆର୍ଡିଓ), ଭାରତ ଇଲେକ୍ଟ୍ରୋନିକ ଲିମିଟେଡ୍ ଓ ଭାରତ ଡାଇନାମିକ୍ସ ଲିମିଟେଡ୍ ସହାୟତାରେ ଏହି କ୍ଷେପଣାସ୍ତ୍ରର ବିକାଶ କରାଯାଇଛି। ଏହାର ପ୍ରଥମ ପରୀକ୍ଷଣ ୨୦୧୭ ମସିହା ଜୁନ ୪ ତାରିଖରେ ହୋଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us