ନିଆଁ ଲିଭାଇବା ପାଇଁ ସାମିଲ ହେଲା କ୍ବିକ୍ ରେସ୍‌ପନ୍ସ ୟୁନିଟ୍

Advertisment
ନିଆଁ ଲିଭାଇବା ପାଇଁ ସାମିଲ ହେଲା କ୍ବିକ୍ ରେସ୍‌ପନ୍ସ ୟୁନିଟ୍

ସମ୍ବଲପୁର: ଅଗ୍ନିଶମ ବାହିନୀରେ ଯୋଡ଼ି ହେଲା କ୍ବିକ୍‌ ରେସ୍‌ପନ୍ସ ୟୁନିଟ୍‌(କ୍ୟୁଆର୍‌ୟୁ)। କୌଣସି ମାର୍କେଟ୍‌ ଅଞ୍ଚଳରେ ଯଦି ଅଗ୍ନିକାଣ୍ଡ ଘଟେ ଏହି କ୍ୟୁଆର୍‌ୟୁ ଗାଡ଼ି ପିସିଆର୍‌ ଭ୍ୟାନ୍‌ ଭଳି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବ। ସମ୍ବଲପୁର ଓ ଝାରସୁଗୁଡ଼ାରେ ବୁଧବାର ସନ୍ଧ୍ୟାରେ ଏହି ଗାଡ଼ିର ଟେଷ୍ଟ୍‌ ଆରମ୍ଭ କରାଯାଇଛି।

ଜନଗହଳି ସ୍ଥାନ ହେଉ ବା କୌଣସି ବଜାର, ଅଗ୍ନିକାଣ୍ଡ ଘଟିବା ଖବର ପାଇବା ମାତ୍ରେ ଏହି ଗାଡ଼ି ତୁରନ୍ତ ସେହି ସ୍ଥାନକୁ ପହଞ୍ଚିବ। ୧୧୨କୁ କଲ୍‌ କରି ସୂଚନା ଦେଲେ ପିସିଆର୍‌ ଭଳି ଏହି ଗାଡ଼ି ଯେଉଁଠାରେ ଥିବ ସେଠାରୁ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି  ନିଆଁକୁ ଆୟତ୍ତ କରିବ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe