ମୁମ୍ବାଇ ପରେ ଓଡ଼ିଶା ଆସିବ ୨୦୭ କୁଇକ୍‌ ରେସ୍‌ପନ୍ସ ଗାଡ଼ି

Advertisment
ମୁମ୍ବାଇ ପରେ ଓଡ଼ିଶା ଆସିବ ୨୦୭ କୁଇକ୍‌ ରେସ୍‌ପନ୍ସ ଗାଡ଼ି

Anchor Richey EVS

କଟକ : ରାଜ୍ୟର ବିଭିନ୍ନ ସହରମାନଙ୍କରେ ଥିବା ସଙ୍କୁଚିତ ରାସ୍ତା ତଥା ଅପହଞ୍ଚ ସ୍ଥାନମାନଙ୍କର ଅଗ୍ନିକାଣ୍ତ ଜନିତ ଦୁର୍ଘଟଣାର ପରିଚାଳନା କରିବା ଅଗ୍ନିଶମ ବିଭାଗ ପାଇଁ ବଡ଼ ଆହ୍ବାନ ହୋଇଥିଲା। ଏହାର ମୁକାବିଲା କରିବା ପାଇଁ ବିଭାଗ ପକ୍ଷରୁ ୨୦୭ କୁଇକ୍‌ ରେସପନ୍ସ ଗାଡ଼ି ଅଣାଯିବାକୁ ସ୍ଥିର କରାଯାଇଥିବା ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି। ପୂର୍ବରୁ ଏହି କୁଇକ୍‌ ରେସପନ୍ସ ୟୁନିଟ୍‌ କେବଳ ମୁମ୍ବାଇରେ ଥିଲା। ଏବେ ପ୍ରଥମଥର ଏହି ବ୍ୟବସ୍ଥା ଓଡ଼ିଶାରେ ଲାଗୁ କରାଯାଉଛି। ମୋ ସରକାର ଓ ୫-ଟି ଅଧୀନରେ ଜନସାଧାରଣଙ୍କୁ ସୁବିଧାରେ ସେବା ଯୋଗାଇ ଦେବା ଲକ୍ଷ୍ୟରେ ଏହି ବ୍ୟବସ୍ଥା ଆରମ୍ଭ କରାଯାଉଥିବା କୁହାଯାଇଛି।

ସୂଚନା ଅନୁସାରେ, ନୂଆ କୁଇକ୍‌ ରେସପନ୍ସ ଗାଡ଼ି ଛୋଟ ରାସ୍ତା ପାର‌୍‌ କରି ଘଟଣାସ୍ଥଳରେ ପହଞ୍ଚି ପାରିବ। ତେବେ ପ୍ରାଥମିକ ପର୍ଯ୍ୟାୟରେ ଗୋଟିଏ ଲେଖାଏଁ କୁଇକ୍‌ ରେସପନ୍ସ ୟୁନିଟ୍‌କୁ ବିଭିନ୍ନ ଦମକଳ କେନ୍ଦ୍ରଠାରେ ମୁତୟନ କରାଯିବ। ସନ୍ଧ୍ୟା ୬ଟାରୁ ରାତି ସାଢେ ୯ଟା ପର୍ଯ୍ୟନ୍ତ ଏହି ୟୁନିଟ୍‌କୁ ବ୍ୟବହାର କରାଯାଇପାରିବ। ଏହାବାଦ୍‌ ସ୍ବତନ୍ତ୍ର ଭାବେ ଭୁବନେଶ୍ବର କଳ୍ପନା ଓ ସଚିବାଳୟ ଦମକଳ କେନ୍ଦ୍ରଠାରେ ୫ଟି ୟୁନିଟ୍‌ ଏବ˚ କଟକରେ ୫ଟି ୟୁନିଟ୍‌ ମୁତୟନ ହେବ ବୋଲି ଡିଜି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe