Image Source: Hindustan Times
ରା.ଉଦୟଗିରି: ପୂର୍ବରୁ ବିନା ଆଧାର ପତ୍ରରେ ଖୋଲା ଯାଇଥିବା ବ୍ୟାଙ୍କ ଖାତାରୁ ଟଙ୍କା ଉଠାଇବାକୁ ଗଲେ ଟଙ୍କା ଉଠାଇ ପାରୁନାହନ୍ତି ଗ୍ରାହକ। ଆଧାର ପତ୍ର ସହ ବ୍ୟାଙ୍କ ଖାତାରେ ଥିବା ନାମ ମେଳ ଖାଉ ନଥିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ଟଙ୍କା ଦେବାକୁ ମନା କରୁଛନ୍ତି । ବ୍ୟାଙ୍କ ଖାତାରେ ଥିବା ନାମକୁ ନ ଦେଖି ଗ୍ରାହକମାନେ ନିଜ ଇଚ୍ଛା ମୁତାବକ ଆଧାର ପତ୍ରରେ ଥିବା ନାମକୁ ବଦଳାଇ ଦେଉଥିବାରୁ ଏଭଳି ସମସ୍ୟା ଉପୁଜିଛି। ତେବେ, ଆଉ କିଛି ଗ୍ରାହକଙ୍କ ଅଭିଯୋଗ ହେଲା, ଆମେ ପ୍ରକୃତରେ ଆଧାର କାର୍ଡ ଦେଇକି ଆକାଉଣ୍ଟ୍ ଖୋଲିଥିଲେ ମଧୢ ଖାତା ସହ ତାହା ମେଳ ଖାଉନି। ଆଉ, ଏପଟେ ବ୍ୟାଙ୍କ୍ ଖାତା ସହ ଆଧାର ମେଳ କରିକି ଆଣ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ କହୁଛନ୍ତି । ଆଧାର କେନ୍ଦ୍ରରେ ବ୍ୟାଙ୍କ ଖାତା ଦେଖିକି କାହାର ଆଧାର ପରିବର୍ତ୍ତନ କରାଯାଇପାରୁନି। ଉଭୟ କ୍ଷେତ୍ରରେ ଗ୍ରାହକ ହନ୍ତସନ୍ତ ହେଉଛନ୍ତି।
ରା.ଉଦୟଗିରି ଭାରତୀୟ ଷ୍ଟେଟଙ୍କରେ ମଧ୍ୟ ଅବସ୍ଥା ତଦ୍ରୁପ। ଏଠି ଆଧାର ପତ୍ର ଏବ˚ ବ୍ୟାଙ୍କ ଖାତାରେ ଠିକଣା ମେଳ ଖାଉ ନଥିଲେ ଖାତା କ୍ଲୋଜ କରିକି ଆଧାର ପ୍ରକାରେ ଆଉ ଗୋଟିଏ ନୂତନ ଖାତା ଖୋଲିବାକୁ କୁହାଯାଉଛି। ଧରାଯାଉ ପୂର୍ବରୁ ଆଧାର ଧରିଥିବା ରା.ଉଦୟଗିରି ନିବାସୀ ଜଣେ ମହିଳା ନିକଟସ୍ଥ ଶବରପଲ୍ଲୀ ଗ୍ରାମରେ ବାହା ହେଲେ। ଆଉ ବାହା ହେବା ପରେ ଆଧାର ପତ୍ରରେ ଘର ଠିକଣା ବଦଳି ଶବରପଲ୍ଲୀ ହୋଇଗଲା। ସେହି କ୍ଷେତ୍ରରେ ମଧୢ ଗ୍ରାହକଙ୍କୁ ପୁରୁଣା ଖାତା ବଦଳରେ ନୂତନ ଠିକଣାରେ ନୂତନ ଖାତା ଖୋଲିବାକୁ କୁହାଯାଉଛି। ରା.ଉଦୟଗିରି ସଦର ମହକୁମାରେ ସମୁଦାୟ ୧୦ରୁ ଅଧିକ କିଓସ୍କ ବ୍ୟାଙ୍କ୍(ମିନି ବ୍ୟାଙ୍କ୍) କାମ କରୁଛି। ସେମାନଙ୍କର ଦୈନିକ ଉଠାଣ ଲିମିଟ୍ ୧୦ ହଜାର ଟଙ୍କା ରହୁଛି। ତେବେ ବ୍ୟାଙ୍କ୍କୁ ଯାଇ ୩୦ ହଜାର ଉଠାଉ ଥିବା ଗ୍ରାହକଙ୍କୁ ମଧୢ ମିନି ବ୍ୟାଙ୍କ୍ ଯିବାକୁ କୁହାଯାଉଛି। ମିନି ବ୍ୟାଙ୍କ୍ର ଲିମିଟ କମ୍ ଥିବାରୁ ସେମାନଙ୍କୁ ଚାହୁଁଥିବା ଟଙ୍କା ମିଳିପାରୁନି। ଖାତା ଅପ୍ଡେଟ ମେସିନ୍ ବର୍ଷେରୁ ଉର୍ଦ୍ଧ୍ବ ସମୟ ହେଲାଣି ଅକାମୀ ହୋଇ ପଡ଼ିରହିଛି। ଏପଟେ ଅପ୍ଡେଟ୍ ମେସିନ୍ ନଥିବା ମିନି ବ୍ୟାଙ୍କ୍କୁ ଅପ୍ଡେଟ୍ ପାଇଁ ପଠାଯାଉଛି। ଉଭୟ କ୍ଷେତ୍ରରେ ଗ୍ରାହକ ହିଁ ନିରାଶ ହେଉଛନ୍ତି। ଉଭୟ ବ୍ୟାଙ୍କ୍ର ନୀତି ସାମାନ୍ୟ ପରିବର୍ତ୍ତନ କଲେ ଉଭୟ ବ୍ୟାଙ୍କ୍ ଓ ଗ୍ରାହକ ଲାଭବାନ୍ ହେବେ ବୋଲି ମତପ୍ରକାଶ ପାଇଛି।
Follow Us