ପଦ୍ମ ଧରିଲେ ରବି ମଲ୍ଲିକ, କାକଟପୁରରୁ ହୋଇପାରନ୍ତି ପ୍ରାର୍ଥୀ

Advertisment
ପଦ୍ମ ଧରିଲେ ରବି ମଲ୍ଲିକ, କାକଟପୁରରୁ ହୋଇପାରନ୍ତି ପ୍ରାର୍ଥୀ

ଭୁବନେଶ୍ବର : କାକଟପୁରର ପୂର୍ବତନ ବିଧାୟକ ତଥା ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ରବି ମଲ୍ଲିକ ଆଜି ସକାଳେ ବିଜେଡିରୁ ଇସ୍ତଫା ଦେଇଥିଲେ। ତାହାର କିଛି ସମୟ ପରେ ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଥିଲେ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆ‌ୟୋଜିତ ଏକ ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଦଳୀୟ ଟୋପି ପିନ୍ଧାଇ ସ୍ବାଗତ କରିଥିଲେ।

ଶ୍ରୀ ମଲ୍ଲିକଙ୍କ ନେତୃତ୍ବରେ କାକଟପୁର ବିଜେଡି ସଭାପତି ଯୋଗେନ୍ଦ୍ର ପାଢ଼ୀ, ମହିଳା ସଭାନେତ୍ରୀ ଆରତୀ ପ୍ରହ୍ଲାଦ, ଉଦଳା ଗ୍ରାମପଞ୍ଚାୟତର ସଭାପତି ପବିତ୍ର ସ୍ବାଇଁ, ବାଙ୍କୁନିଗାଁ ଗ୍ରାମପଞ୍ଚାୟତର ସଭାପତି ଅଭୟ ରାଉତ, ଓଗଡ଼ା ଗ୍ରାମପଞ୍ଚାୟତ ସଭାପତି ନଳିନୀ ପ୍ରହ୍ଲାଦ ଓ କାକଟପୁର ଅଞ୍ଚଳର ଶତାଧିକ ବିଜେଡି କର୍ମୀ ବିଜେପିରେ ଯୋଗ ଦେଇଥିଲେ। ଶ୍ରୀ ମଲ୍ଲିକ କହିଥିଲେ, ଦୀର୍ଘ ୩୦ ବର୍ଷ ହେବ ମୁଁ ବିଜେଡିରେ ନିଷ୍ଠାପର ଭାବେ କାର୍ଯ୍ୟ କରିଥିଲି ଓ ମୋର ବିଜୁ ବାବୁଙ୍କ ସହ ଅନ୍ତରଙ୍ଗ ସମ୍ପର୍କ ଥିଲା। କିନ୍ତୁ ବିଜେଡି ମୋତେ ଅଣଦେଖା କରିଥିଲା ଓ କୌଣସି ଦଳୀୟ କାର୍ଯ୍ୟକ୍ରମରେ ମୋତେ ସାମିଲ କରାଯାଉ ନ ଥିଲା। ଦଳକୁ ଜିତାଇବା ପାଇଁ ମୁଁ ଦାୟିତ୍ବ ନେଇଥିଲି, କିନ୍ତୁ ଦଳ ମୋତେ ପ୍ରାଧାନ୍ୟ ଦେଇ ନ ଥିଲା। ୨୦୧୪ରେ ମୋତେ ବିନା କାରଣରେ ନିର୍ବାଚନ ଲଢ଼ିବାରୁ ବଞ୍ଚିତ କରାଯାଇଥିଲା। ଏବେ ମୋଦୀଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଛି। ଦଳ ଯେଉଁ ଦାୟିତ୍ବ ଦେବ, ମୁଁ ତାହାକୁ ନିର୍ବାହ କରିବି।

ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ମିଶ୍ରଣ ପର୍ବକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ମୋହନ ଜେନା, ଅମର ନାୟକ, ସୁରଥ ବିଶ୍ବାଳ ଓ ଶବରେଶ୍ବର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe