ରବିମଣ୍ଡି ୩କୁ ଘୁଚିଂଲା: ୮ହଜାର ୬୮୫ ସଂଦେହାସ୍ପଦ ପ୍ଲଟରୁ ୭୦୦୨ର ସରିଲା ସର୍ଭେ

Advertisment
ରବିମଣ୍ଡି ୩କୁ ଘୁଚିଂଲା: ୮ହଜାର ୬୮୫ ସଂଦେହାସ୍ପଦ ପ୍ଲଟରୁ ୭୦୦୨ର ସରିଲା ସର୍ଭେ

ଜୟପୁର: ରବି ମଣ୍ଡି ଶନିବାର ଠାରୁ ଆରମ୍ଭ ହେବାର ଥିଲେ ହେଁ କମ୍ ପରିମାଣର ଧାନ କଟା ଏବଂ କାଳବୈଶାଖୀ ଲାଗି ରହିଛି। ଏହାକୁ ନେଇ ଚିନ୍ତା କରି  ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ଜୁନ୍ ୩ତାରିଖ ଦିନ ମଣ୍ଡି ଆରମ୍ଭ କରିବାକୁ ଧାର୍ଯ୍ୟ କରାଯାଇଥିବା ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦୀପ କୁମାର ପଣ୍ଡା କହିଛନ୍ତି। ଥରେ ମଣ୍ଡି ଆରମ୍ଭ କରିବାର ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରିଲେ ତୁରନ୍ତ ଟକୋନ୍ ଆସିଯିବ। ଏବଂ ମଣ୍ଡି ସ୍ବାଭାବିକ ହୋଇ ଠିକରେ ଚାଳିବା ମଧ୍ୟରେ ଟକୋନରେ ଥିବା ଧାର୍ଯ୍ୟସମୟ ସରିଯିବାର ସମ୍ଭାବନାକୁ ଏଡାଇ ହେବ ନି। ତେଣୁ ସବୁ ରକମର ପରିସ୍ଥିତିକୁ ଦୃଷ୍ଟିରେ ରଖି ମଣ୍ଡି ଆସନ୍ତା ୩ତାରିଖରେ କରାଯିବ ବୋଲି ପ୍ରଶାସନ ଘୋଷଣା କରିଛି।

ଅପରପକ୍ଷରେ ୧୨ଟି ଲ୍ୟାମ୍ପ , ୧୯ଟି ମହିଳା ସ୍ବୟଂ ସହାୟକ ଦଳ ଓ୩ଟି ପାଣିପଂଚାୟତ ମାଧ୍ୟମରେ ୩୪ଟି କ୍ରୟକାରୀ ସଂସ୍ଥା ମାଧ୍ୟମରେ ପଂଜିକରଣ କରିଥିବା ୧୫ହଜାର ୯୧୯ଜଣ ଚାଷୀଙ୍କ ମଧ୍ୟରୁ ୨୪୧ଜଣ ପ୍ରାଥମିକ ଯାଂଚ ଡିଆରସିଏସଙ୍କ ପକ୍ଷରୁ କରାଯିବା ବେଳେ  ବାଦ୍ ପଡ଼ିଛନ୍ତି। ସେହିପରି ସଂଦେହାସ୍ପଦ ଥିବା ୮ହଜାର ୬୮୫ଟି ପ୍ଲଟ ସାଟେଲାଇଟ୍‌ ଚିହ୍ନଟ କରିଥିଲା। ଏଥିରୁ  ଆଜି ଯାଏଁ ୭୦୦୨ଟି ପ୍ଲଟର ସର୍ଭେ ସରିଛି। ଏଥିରୁ ୧୨୩୮ଟି ପ୍ଲଟରେ ଧାନ ଚାଷ ହୋଇଛି। ବଳକା ୫୭୬୪ଟି ପ୍ଲଟ ଭୂତ ପ୍ଲଟ ବା ଏହି ପ୍ଲଟରେ ରବି ପାଇଁ ଧାନ ଚାଷ ହୋଇନାହିଁ। ବଳକା ୧୬୮୩ଟି ପ୍ଲଟର ସର୍ଭେ ଜାରୀ ରହିଥିବା ଡିଆରସିଏସଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ଅପରପକ୍ଷରେ ଗତ କିଛି ଦିନ ହେବ ହେଉଥିବା କାଳବୈଶାଖୀର ବର୍ଷା ଓ ପବନରେ  ପାଚି ଯାଇଥିବା ଜମିର ଧାନ କେଣ୍ଡା ଗୁଡିକ ଶୋଇ ପଡ଼ିଛି।

publive-image

ଏହି କାଳବୈଶାଖୀକୁ ନେଇ ଏବେ ଚିନ୍ତାରେ ଚାଷୀ ପଡ଼ିଛନ୍ତି। ଧାନର ଉତ୍ପତିସ୍ଥଳି ଜୟପୁର ଉପଖଣ୍ଡର ଜୟପୁର, ବୋରିଗୁମ୍ମା, କୁନ୍ଦ୍ରା ଓ କୋଟପାଡ଼ ବ୍ଲକରେ ରବି ସହ ଖରିଫ ଧାନ ଚାଷ କରାଯାଉଛି। ତେଣୁ ରବିର ଧାନ ତୁରନ୍ତ କାଟିଲେ ଖରିଫ ପାଇଁ ଜମି ପ୍ରସ୍ତୁତ କରିବାକୁ ପଡ଼ିବ ବୋଲି ଚାଷୀ ମାନେ କହିଛନ୍ତି। କୋରାପୁଟ ଜିଲ୍ଲାର ମିଲର୍ସ ମାନେ ପୂର୍ବରୁ ଚୁକ୍ତି କରିଥିବାରୁ କେବଳ ସହମତିପତ୍ର ‌ଦେବେ। ସହମତିପତ୍ର ଦେବା ପରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ମାସ୍ ଓ ସାସ୍ ଆଦି କ୍ରୟକାରୀ ସଂସ୍ଥା ଓ ଧାନଉଠାଇବାକୁ ଥିବା ମିଲର୍ସ ଆଦିଙ୍କୁ ଦେବା ପ୍ରକ୍ରିୟା ବି କରାଯିବ। ପ୍ରତିବର୍ଷ ଏଭଳି ଭୂତ ପ୍ଲଟ୍ ବା ସଂଦେହାସ୍ପଦ ପ୍ଲଟ୍ ଚିହ୍ନଟ ହେଉଛି। ତେବେ ପ୍ରତିବର୍ଷ ଚାଷୀ ମାନେ ଏଭଳି କାହିଁକି କରୁଛନ୍ତି । ଏଭଳି ଭୂତପ୍ଲଟ୍ ପଂଜୀକରଣ କିଏ କରାଉଛି ତାହା ତଦନ୍ତ ସାପେକ୍ଷ। ଚାଷୀ ନା ଆଉ କିଏ। ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲେ ଚାଳିଥିବା ଏହି ରାକେଟ୍ ଅନ୍ତଃତ ବନ୍ଦ ହୋଇଥାନ୍ତା ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe