ରାଉରକେଲାର ରାଧା ଶ୍ୟାମ ରଥ ରିଜର୍ଭ ବ୍ୟାଙ୍କର ନୂଆ ଇଡି

Advertisment
ରାଉରକେଲାର ରାଧା ଶ୍ୟାମ ରଥ ରିଜର୍ଭ ବ୍ୟାଙ୍କର ନୂଆ ଇଡି

ଭୁବନେଶ୍ବର : ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ ଇଡି ଭାବେ ଓଡ଼ିଆ ଅର୍ଥନୀତିଜ୍ଞ ରାଧା ଶ୍ୟାମ ରଥ ନିଯୁକ୍ତି ପାଇଛନ୍ତି। ଏହା ପୂର୍ବରୁ ସେ ମୁଖ୍ୟ ମହାପ୍ରବନ୍ଧକ ପଦରେ କାର୍ଯ୍ୟ କରୁଥିଲେ। ରାଉରକେଲାରେ ଜନ୍ମ ଗ୍ରହଣ କରି କଲେଜ ପର୍ଯ୍ୟନ୍ତ ପାଠ ପଢ଼ିଥିବା ରାଧା ଶ୍ୟାମ ହେଉଛନ୍ତି ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ତ୍ରିନାଥ ରଥ ଓ ସରଳା ରଥଙ୍କ ପୁଅ। ରାଉରକେଲାର ଇସ୍ପାତ ଇଂଲିସ୍ ମିଡିୟମ ସ୍କୁଲ ଓ ବ୍ରହ୍ମପୁରର ସେଣ୍ଟ୍‌ ଭିନ୍‌ସେଣ୍ଟ୍‌ କନ୍‌ଭେଣ୍ଟ୍‌ ସ୍କୁଲ୍‌ରୁ ସ୍କୁଲ ଶିକ୍ଷା ଶେଷ କରିବା ପରେ ସେ ରାଉରକେଲର ଇସ୍ପାତ କଲେଜ ଓ ସରକାରୀ କଲେଜରେ ପାଠ ପଢ଼ିଥିଲେ।

ଏହା ପରେ ବାଣୀବିହାରରୁ ଅର୍ଥନୀତିରେ ସ୍ନାତକୋତ୍ତର କରିଥିଲେ। ୧୯୯୧ରେ ରିଜର୍ଭ ବ୍ୟାଙ୍କର ଜଣେ ପ୍ରବନ୍ଧକ ଭାବେ ସେ ଚାକିରି ଜୀବନ ଆରମ୍ଭ କରିଥିଲେ। ରିଜର୍ଭ ବ୍ୟାଙ୍କରେ କାମ କରିବାରେ ତାଙ୍କର ଦୀର୍ଘ ୨୯ରୁ ଅଧିକ ବର୍ଷର ଅଭିଜ୍ଞତା ରହିଛି। ନୂଆ ପଦରେ ତାଙ୍କୁ ଚାରିଟି ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ମିଳିଛି। ସେ ଆର୍ଥିକ ବଜାର ପରିଚାଳନା, ବହିର୍ପୁଞ୍ଜିନିବେଶ ଓ ପରିଚାଳନା, ଆଇନ ଏବଂ ସେକ୍ରେଟାରିଜ୍ ବିଭାଗର ଦାୟିତ୍ବ ସମ୍ଭାଳିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe