ବିଶିଷ୍ଟ ତବଲାବାଦକ ରାଧାକାନ୍ତ ନନ୍ଦଙ୍କ ପରଲୋକ

ବିଶିଷ୍ଟ ତବଲାବାଦକ ରାଧାକାନ୍ତ ନନ୍ଦଙ୍କ ପରଲୋକ

pic: odiaportal.in

ଭୁବନେଶ୍ୱର: ଓଡ଼ିଶାର ସୁପ୍ରସିଦ୍ଧ ତବଲାବାଦକ ତଥା ସଙ୍ଗୀତ ନିର୍ଦ୍ଦେଶକ ରାଧାକାନ୍ତ ନନ୍ଦ ଆଉ ନାହାନ୍ତି। ସେ ‘ହରିବୋଲ’ ନାଆଁରେ ଓଡ଼ିଶା ସଙ୍ଗୀତ ଜଗତରେ ପରିଚିତ ଥିଲେ। ଶନିବାର କଟକରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି।

ରାଧାକାନ୍ତ ନନ୍ଦ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ। ଗତକାଲି ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କଟକର ଏକ ଘରୋଇ ହସ୍ପିଟାଲ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା।  ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ନନ୍ଦ । ମୃତ୍ୟୁ ବେଳକୁ ତାଙ୍କୁ ୬୩ବର୍ଷ ବୟସ ହୋଇଥିଲା।

ସ୍ୱର୍ଗତଃ ନନ୍ଦ ଶତାଧିକ ଓଡ଼ିଆ କ୍ୟାସେଟ୍‌ରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ସେ ରାକେଶ ମହାନ୍ତିଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ଦାଦାଗିରି’ରେ ମଧ୍ୟ (ମୁବାରକ-ହରି) ନାଆଁରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। କଟକର ଆଲିଶା ବଜାରରେ ରହୁଥିବା ନନ୍ଦ ଦୀର୍ଘ ୩ ଦଶନ୍ଧିରୁ ଅଧିକ କାଳ ଓଡ଼ିଆ ସଂଗୀତ ଜଗତରେ ସକ୍ରିୟ ଥିଲେ । ସର୍ଗତଃ ନନ୍ଦଙ୍କର ଦୁଇ ପୁତ୍ର, ପୁତ୍ରବଧୂ ଓ ବିଧବା ପତ୍ନୀ ଅଛନ୍ତି। ନିକଟରେ ତାଙ୍କୁ ରାଜ୍ୟ ସରକାର ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe