ମମିତା ମେହେର ହତ୍ୟା ମାମଲା: କୋର୍ଟରେ ହାଜର ହେଲେ ରାଧେ, ଗୋବିନ୍ଦ

Advertisment
ଗୋବିନ୍ଦ ସାହୁର ମୃତ୍ୟୁ ସନ୍ଦେହଜନକ: ବିରୋଧୀ

ବଙ୍ଗୋମୁଣ୍ଡା/କଣ୍ଟାବାଞ୍ଜି : ବହୁଚର୍ଚ୍ଚିତ ମହାଲିଙ୍ଗ ସନ୍‌ସାଇନ୍‌ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାର ସହଯୋଗୀ ରାଧେଶ୍ୟାମ ଚଣ୍ଡିକୁ ସୋମବାର ବଙ୍ଗୋମୁଣ୍ଡା ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଉଭୟଙ୍କୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିବା କହିଛନ୍ତି ସରକାରୀ ଓକିଲ ବାସୁଦେବ ରାୟ। ବିଚାରପତି ମୋନାଲିସା ଦାସ ଉଭୟଙ୍କୁ ପଚରାଉଚରା କରିଥିଲେ।

ଏହାପୂର୍ବରୁ ଗତ ୨ ତାରିଖ ଦିନ ମଧ୍ୟ ଭିଡିଓ କନ୍‌ଫରେନ୍ସିଂରେ ଗୋବିନ୍ଦ ଓ ରାଧେଶ୍ବାମକୁ କୋର୍ଟରେ ହାଜର କରାଯାଇଥିଲା। ରଫ ଦୁଇ ଅଭିଯୁକ୍ତଙ୍କୁ ବର୍ତ୍ତମାନ କଣ୍ଟାବାଞ୍ଜି ଉପକାରଗାରରେ ରଖାଯାଇଛି। ଇତିମଧ୍ୟରେ ଗୋବିନ୍ଦ ତାର ଓକିଲ ବଦଳାଇଛି। ପୂର୍ବରୁ ପ୍ରଦୀପ ଶର୍ମା ଗୋବିନ୍ଦ ସପକ୍ଷରେ ଲଢୁଥିଲେ। ବର୍ତ୍ତମାନ ମୋହନଲାଲ ଶର୍ମା ଗୋବିନ୍ଦ ସପକ୍ଷରୁ କୋଟର୍ରେ ଲଢ଼ୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe