ବୀରମହାରାଜପୁର ଓକିଲ ସଂଘ ନିର୍ବାଚନ: ରାଧାକାନ୍ତ ମହାକୁଡ଼ ସଭାପତି, ଭରତ ଲାଲ୍ ଅଗ୍ରୱାଲ ସମ୍ପାଦକ ନିର୍ବାଚିତ

ବୀରମହାରାଜପୁର ଓକିଲ ସଂଘ ନିର୍ବାଚନ: ରାଧାକାନ୍ତ ମହାକୁଡ଼ ସଭାପତି, ଭରତ ଲାଲ୍ ଅଗ୍ରୱାଲ ସମ୍ପାଦକ ନିର୍ବାଚିତ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଓକିଲ ସଂଘର ନିର୍ବାଚନ ସରିଛି। ନିର୍ବାଚନ ଅଧିକାରୀ ଆଇନଜୀବୀ ଦିଲ୍ଲୀପ ପ୍ରଧାନଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ରାଧାକାନ୍ତ ମହାକୁଡ଼ ସଭାପତି, ଭରତ ଲାଲ୍ ଅଗ୍ରୱାଲ ସମ୍ପାଦକ ନିର୍ବାଚିତ ହୋଇଛନ୍ତି।

ବୀରମହାରାଜପୁର ଓକିଲ ସଂଘର ସମୁଦାୟ ସଦସ୍ୟଙ୍କ ସଂଖ୍ୟା ହେଲା ୮୦। ସେଥିମଧ୍ୟରୁ ୭୭ ଜଣ ସଦସ୍ୟ ମତଦାନ କରିଥିଲେ। ସଭାପତି ପାଇଁ ରାଧାକାନ୍ତ ମହାକୁଡ଼ ଓ ରାଧାକାନ୍ତ ବାଘ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିଲା। ଶ୍ରୀ ମହାକୁଡ଼ ୪୭ ଖଣ୍ଡ ଭୋଟ ପାଇଥିବା ବେଳେ ଶ୍ରୀ ବାଘ ୨୮ ଖଣ୍ଡ ଭୋଟ ପାଇଥିଲେ। ସେହିପରି ଭାବରେ ସମ୍ପାଦକ ପଦ ପାଇଁ ଉମା ଶଙ୍କର ପଣ୍ଡା (ଖ) ଓ ଭରତ୍ ଲାଲ୍ ଅଗ୍ରୱାଲ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିଲା ଏଥିରେ ଭରତ୍ ଲାଲ୍ ଅଗ୍ରୱାଲ ୧୯ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ଉପସଭାପତି ଭାବରେ ସନ୍ତୋଷ କୁମାର ଚାନ୍ଦ, ସହ ସମ୍ପାଦକ ଭାବରେ ବିଭୁତି ଭୁଷଣ ହୋତା ଓ କାର୍ଯ୍ୟ କାରି ସଦସ୍ୟ ଭାବରେ ଚିତ୍ତ ରଂଜନ ମିଶ୍ର ବିନା ପ୍ରତିଦ୍ବନ୍ଦିତାରେ ନିର୍ବାଚିତ ହୋଇଛନ୍ତି।

ନିର୍ବାଚିତ ପ୍ରତିନିଧିମାନେ ରବିବାର ଦିନ ଦାୟିତ୍ବ ଗ୍ରହଣ କରିବେ ବୋଲି ନବ ନିର୍ବାଚିତ ସଭାପତି ରାଧାକାନ୍ତ ମହାକୁଡ଼ ପ୍ରକାଶ କହିଛନ୍ତି। ଏହା ସହିତ ଅନ୍ୟାନ୍ୟ ପଦ ପାଇଁ ସଂଘର ସାଧାରଣ ବୈଠକରେ କର୍ମକର୍ତ୍ତା ଚୟନ କରାଯିବ ବୋଲି କହିଛନ୍ତି। ଏଠାରେ ସୂଚାଇ ଦିଆଯାଇପାରେ ବରିଷ୍ଠ ଆଇନଜୀବୀ ରାଧାକାନ୍ତ ମହାକୁଡ଼ ଏଥକୁ ମିଶାଇ ଅଗଷ୍ଟ ଥର ପାଇଁ ବୀରମହାରାଜପୁର ଓକିଲ ସଂଘର ସଭାପତି ନିର୍ବାଚିତ ହୋଇଛନ୍ତି। ବୀରମହାରାଜପୁର ଓକିଲ ସଂଘର ନିର୍ବାଚନ ସମୟରେ ଦୁଇଟି ଭୋଟ ନାକଚ ହୋଇଥିବା ନିର୍ବାଚନ ଅଧିକାରୀ ଦିଲ୍ଲିପ କୁମାର ପଧାନ ସୁଚନା ଦେଇଛନ୍ତି। ନିର୍ବାଚନରେ ଦୁଇ ଆଇନ୍ ଜୀବିତ ସତ୍ୟ ବ୍ରତ ମିଶ୍ର ଓ ହିମାଂଶୁ ଶେଖର ଭୋଇ ସହାୟତା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe