ସହଜ ହେଲା କର୍କଟର ରେଡିଏସନ୍‌ ଚିକିତ୍ସା

Advertisment

କମ ରହିବ ପାର୍ଶ୍ବ ପ୍ରତିକ୍ରିୟା, ଏମ୍‌ସରେ ଡୁଆଲ ଏନର୍ଜି ଲିନିଅର ଆକ୍ସିଲେଟର ମେସିନ କାର୍ଯ୍ୟକ୍ଷମ, ଏଆଇ ଜରିଆରେ ଚିକିତ୍ସା

କମ ରହିବ ପାର୍ଶ୍ବ ପ୍ରତିକ୍ରିୟା, ଏମ୍‌ସରେ ଡୁଆଲ ଏନର୍ଜି ଲିନିଅର ଆକ୍ସିଲେଟର ମେସିନ କାର୍ଯ୍ୟକ୍ଷମ, ଏଆଇ ଜରିଆରେ ଚିକିତ୍ସା

ସହଜ ହେଲା କର୍କଟର ରେଡିଏସନ୍‌ ଚିକିତ୍ସା

ଭୁବନେଶ୍ବର : ଏମ୍‌ସ ଭୁବନେଶ୍ବରରେ ହେବ କୃତ୍ରିମ ବୁଦ୍ଧିମତା (ଏଆଇ) ଜରିଆରେ କର୍କଟ ରୋଗୀଙ୍କ ଚିକିତ୍ସା। ଏଥିପାଇଁ ଅତ୍ୟାଧୁନିକ ପ୍ରଯୁକ୍ତି କ୍ଷମତା ବିଶିଷ୍ଟ ଡୁଆଲ ଏନର୍ଜି ଲିନିଅର ଆକ୍ସିଲେଟର ମେସିନ ସଂଯୋଗ କରାଯାଇଛି। ଏମ୍‌ସ ଅଧୀକ୍ଷକ ପ୍ରଫେସର ଦିଲ୍ଲୀପ ପରିଡ଼ା କହିଛନ୍ତି, ଏହାଦ୍ବାରା ଅଧିକ ସଂଖ୍ୟକ ରୋଗୀ ରେଡିଏସନ ନେଇ ପାରିବେ କିନ୍ତୁ ଏହାର ପାର୍ଶ୍ବ ପ୍ରତିକ୍ରିୟା କମ ରହିବ।

ସୂଚନା ଅନୁଯାୟୀ, ଉଭୟ ପୁରୁଣା ଏବଂ ନୂଆ ରୋଗୀଙ୍କୁ ମିଶାଇ ଏମ୍‌ସରେ ପ୍ରାୟ ୭୫ ହଜାରରୁ ଊର୍ଧ୍ବ କର୍କଟ ରୋଗୀ ଚିକିତ୍ସିତ ହୋଇଥାଆନ୍ତି। କୋଭିଡ୍‌ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କର୍କଟ ରୋଗ ଚିକିତ୍ସା ବାଧାପ୍ରାପ୍ତ ହୋଇଥିଲେ ମଧ୍ୟ ୨୦୨୧ ମସିହାରେ ଏଠାରେ ୨୫ ହଜାରରୁ ଊର୍ଧ୍ବ କର୍କଟ ରୋଗୀଙ୍କ କେମୋଥେରାପି, ରେଡିଏସନ, ଯନ୍ତ୍ରଣା ସମେତ ବିଭିନ୍ନ ପ୍ରକାର ଚିକିତ୍ସା କରାଯାଇଥିଲା। ଏମ୍‌ସରେ କାର୍ଯ୍ୟକ୍ଷମ ଏହି ଡୁଆଲ ଏନର୍ଜି ଲିନିୟର ଆକ୍ସିଲେଟର ରେଡିଏସନ ଚିକିତ୍ସା ରାଜ୍ୟର ସର୍ବାଧିକ ଅତ୍ୟାଧୁନିକ ଚିକିତ୍ସା ସେବା। ଏହା ଜରିଆରେ ଶରୀରର ଯେକୌଣସି ସ୍ଥାନରେ ଟ୍ୟୁମର ଥିଲେ ମଧ୍ୟ ଏହାର ଚିକିତ୍ସା କରାଯାଇ ପାରିବ। ଟିସୁ ନଷ୍ଟକୁ ରୋକିବା ପାଇଁ ଏହି ମେସିନକୁ ଏମଆରଆଇ ଏବଂ ପେଟ୍ ମେସିନ ସହିତ ସଂଯୋଗ କରାଯାଇ ପାରିବ।

ବର୍ତ୍ତମାନ ରାଜ୍ୟରେ ଥିବା ରେଡିଓଥେରାପି ମେସିନ ଜରିଆରେ ଶରୀରର ମୁଣ୍ଡ, ବେକ ବା କେବଳ ନିର୍ଦ୍ଦିଷ୍ଟ ଅଂଶର ଚିକିତ୍ସା କରାଯାଉଛି। ଫଳରେ ଅନ୍ୟ ସ୍ଥାନରେ ରେଡିଏସନର ପ୍ରଭାବ ପଡ଼ି ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଉଛି। ସେଥିରେ ପୁଣି ଘରୋଇ ଡାକ୍ତରଖାନାରେ ରେଡିଓଥେରାପି ପାଇଁ ଦେଢ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏମ୍‌ସରେ ଦେୟ ମାତ୍ର ୭୫୦ ଟଙ୍କା ରହିଛି। ବର୍ତ୍ତମାନର ବ୍ୟବସ୍ଥା ଅନୁସାରେ ଦୈନିକ ୮୪ ଜଣଙ୍କ ରେଡିଓଥେରାପି ସମ୍ଭବ ହେଉଛି। ନୂଆ ମେସିନର କାର୍ଯ୍ୟକ୍ଷମ ହେବା ପରେ ସେହି ସ୍ଥିତିରେ ଉନ୍ନତି ଆସିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe