ହାତୀଙ୍କୁ ଜଗିବ ରେଡିଓ କଲାର୍‌

Advertisment
ହାତୀମୁହଁରୁ ବର୍ତ୍ତିଲେ ଯୁବକ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Image Courtesy of We The World Magazine

ଚନ୍ଦକାର ୩ ହାତୀଙ୍କଠାରେ ପ୍ରୟୋଗ ହେବ
ଶିମିଳିପାଳ ଓ ବାଦାମ ପାହାଡ଼ରେ ବି ଲାଗିବ
ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ଗଜସାଥୀ

ଭୁବନେଶ୍ବର : ହାତୀ-ମଣିଷ ଲଢ଼େଇ ରୋକିବାକୁ ପଦକ୍ଷେପ ନେଉଛି ବନ ବିଭାଗ। ଖାଦ୍ୟ ଅନ୍ବେଷଣ ପାଇଁ ଜନବସତି ଆଡ଼କୁ ନିୟମିତ ମାଡ଼ି ଆସୁଥିବା ହାତୀଙ୍କ ଉପରେ ନଜର ରଖିବା ପାଇଁ ହାତୀଙ୍କ ବେକରେ ରେଡିଓ କଲାର ଲାଗାଯିବ। ପ୍ରଥମ ପର୍ଯ୍ୟାୟରେ ଚନ୍ଦକାରେ ରହୁଥିବା ୩ଟି ହାତୀଙ୍କ ବେକରେ ଏହାକୁ ଲଗାଇବାକୁ ଯୋଜନା ହୋଇଛି। ଏଥିରେ ସଫଳତା ମିଳିଲେ, ପରବର୍ତୀ ସମୟରେ ଶିମିଳିପାଳ ଓ ବାଦାମପାହାଡ଼ ସମେତ ରାଜ୍ୟର ଅନ୍ୟାନ୍ୟ ଜଙ୍ଗଲରେ ଥିବା ହାତୀଙ୍କ ବେକରେ ଲଗାଯିବ ବୋଲି ନିଷ୍ପତ୍ତି ହୋଇଛି।

ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ୍‌) ବନ୍ୟପ୍ରାଣୀ ଶଶୀ ପଲ୍‌ଙ୍କ ସୂଚନା ଅନୁଯାୟୀ, ଚଳିତ ସପ୍ତାହରେ ଚନ୍ଦକା ଜଙ୍ଗଲରେ ରହୁଥିବା ୩ଟି ହାତୀଙ୍କଠାରେ ରେଡ଼ିଓ କଲାର ଲଗାଇବାକୁ ନିଷ୍ପତ୍ତି ହୋଇଥିଲା। ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ ସାଇନ୍ସ ସହାୟତାରେ ଏହି ପଦକ୍ଷେପ ନିଆଯାଇଥିବା ବେଳେ ଲଗାଣ ବର୍ଷା ଏଥିରେ ବାଧକ ସାଜିଛି। ହାତୀଙ୍କୁ ଟ୍ରାଙ୍କୁଲାଇଜ୍‌ କରାଯିବା ପରେ ବିଶେଷଜ୍ଞମାନେ କୁମ୍‌କୀ ହାତୀ ସହାୟତାରେ ରେଡିଓ କଲାର୍‌ ପିନ୍ଧାଇବେ।

publive-image Kerala Kaumudi

ବନ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ହାତୀଙ୍କ ବେକରେ ରେଡିଓ କଲାର୍‌ ଲଗାଇବା ପାଇଁ ୨୦୧୯ରୁ ଯୋଜନା ପ୍ରସ୍ତୁତ ହୋଇଥିଲା। କିନ୍ତୁ ଏଥିରେ ସଫଳତା ମିଳି ପାରି ନଥିଲା। ଏବେ ପୁଣିଥରେ ଆରମ୍ଭ କରିବାକୁ ଯୋଜନା ହୋଇଛି। ଭରତପୁରରେ ଥିବା ରାମୁ ଓ ମାକ୍‌ନାକୁ ପ୍ରଥମେ ରେଡିଓ କଲାର ପିନ୍ଧା ଯିବ। ପରବର୍ତ୍ତୀ ସମୟରେ ଚନ୍ଦକାରେ ଥିବା ବାହୁବଳୀ ଦେହରେ ଲାଗିବ। ଏହି ହାତୀଙ୍କୁ ଟ୍ରାଙ୍କୁଲାଇଜ୍‌ କରାଯାଇ ରେଡିଓ କଲାର୍‌ ପିନ୍ଧାଇବା ଆମମାନଙ୍କ ପାଇଁ ଆହ୍ବାନ ସୃଷ୍ଟି କରୁଛି। ତିନିଦିନ ହେଲା କୁମ୍‌କୀ ହାତୀ ‘ଯଶୋଦା’କୁ ଭରତପୁର ଜଙ୍ଗଲକୁ ଅଣାଯାଇ ଏ ଦିଗରେ ପଦକ୍ଷେପ ନିଆଯାଇଥିଲା। ତେବେ ସଫଳତା ମିଳି ନାହିଁ। ଯେଉଁଥିପାଇଁ ଯଶୋଦାକୁ ପୁଣିଥରେ ଗୋଡ଼ିବାରିକୁ ଫେରାଇ ନିଆଯାଇଛି। ରେଡିଓ କଲାର୍‌ ଦ୍ବାରା ସାଟେଲାଇଟ୍‌ ମାଧ୍ୟମରେ ହାତୀଙ୍କ ଗତିବିଧି ଉପରେ ନଜର ରଖାଯାଇ ପାରିବ।

ପିସିସିଏଫ୍‌ ଶ୍ରୀ ପଲ୍‌ ଆହୁରି କହିଛନ୍ତି ଯେ ହାତୀ-ମଣିଷ ସଂଘର୍ଷ ରୋକିବାକୁ ବିଭାଗ ଏକାଧିକ ପଦକ୍ଷେପ ହାତକୁ ନେଇଛି। ହାତୀଙ୍କୁ ଘଉଡ଼ାଇବା ଲଗାଯାଉଥିବା ମହୁମାଛି ବାକ୍ସକୁ ରାଜ୍ୟର ଆଠମଲ୍ଲିକ ଓ କେନ୍ଦୁଝରରେ ପାଇଲଟ୍‌ ପ୍ରୋଜେକ୍ଟ ଭାବେ କାର୍ଯ୍ୟକାରୀ କରାଯାଉଛି। ତାହାର ସଫଳତା ପରେ ରାଜ୍ୟର ଅନ୍ୟ ସ୍ଥାନରେ ଲଗାଇବା ଦିଗରେ ପଦକ୍ଷେପ ନିଆଯିବ। ଆସନ୍ତା ମାସରୁ ମାର୍ଚ୍ଚ ପର୍ଯ୍ୟନ୍ତ ଚାଷ କାର୍ଯ୍ୟ ହେଉଥିବାରୁ ସେହି ସମୟରେ ଅଧିକ ପରୀକ୍ଷାନିରୀକ୍ଷା କରାଯିବ। ସେହିପରି ରାଜ୍ୟରେ ଖୁବ୍‌ଶୀଘ୍ର ‘ଗଜସାଥୀ’ ଯୋଜନା ଆରମ୍ଭ ହେବ। ହାତୀଙ୍କ ଗତିବିଧି ସମ୍ପର୍କରେ ଆଗୁଆ ସୂଚନା ଦେବାକୁ ବନ ସୁରକ୍ଷା ସମିତି ସଦସ୍ୟଙ୍କୁ ଗଜ ସାଥୀ ରୂପେ ନିୟୋଜିତ କରାଯିବ। ସେମାନଙ୍କୁ ବାଣ, ଲାଇଟ ଭଳି ଉପକରଣ ଯୋଗାଇ ଦିଆଯିବ। ପ୍ରତି ବନ ସୁରକ୍ଷା ସମିତିର ପାଞ୍ଚଜଣଙ୍କୁ ଗଜ ସାଥୀ ରୂପେ ଦାୟିତ୍ୱ ଦେବାକୁ ଯୋଜନା ‌ହେଉଛି। ଏଥିପାଇଁ ପ୍ରତି ବନ ସୁରକ୍ଷା ସମିତିକୁ ୨୫ହଜାର ଟଙ୍କା ଲେଖାଏଁ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe