ରେଡିଓ ଚକ୍‌ଲେଟ୍‌ ପକ୍ଷରୁ ‘ସ୍ୱଚ୍ଛତା ପକ୍ଷ’ ପାଳିତ

Advertisment
ରେଡିଓ ଚକ୍‌ଲେଟ୍‌ ପକ୍ଷରୁ ‘ସ୍ୱଚ୍ଛତା ପକ୍ଷ’ ପାଳିତ

ଭୁବନେଶ୍ୱର : ରାଜ୍ୟର ଅଗ୍ରଣୀ ଏଫ.ଏମ୍‌ ଚ୍ୟାନେଲ୍‌ ରେଡିଓ ଚକଲେଟ୍‌ ପକ୍ଷରୁ ଗତ ୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ବଚ୍ଛତା ପକ୍ଷ ପାଳିତ ହୋଇଯାଇଛି। ଏହି ଅବସରରେ ରେଡିଓ ଚକଲେଟ୍‌ ପକ୍ଷରୁ ବିଭିନ୍ନ ସଚେତନତାଧର୍ମୀ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବୃକ୍ଷରୋପଣ, ପ୍ଲାଷ୍ଟିକ୍‌ ବର୍ଜନ, ଶୌଚାଳୟ ବ୍ୟବହାର, ପରିବେଶର ସ୍ୱଚ୍ଛତା, କରୋନା ମୁକାବିଲା ପାଇଁ ସାମାଜିକ ଦୂରତା ରଖିବା, ହାତ ଧୋଇବା, ମାସ୍କ ପିନ୍ଧିବା, କର୍ମସ୍ଥାନକୁ ସାନିଟାଇଜର୍‌‌ରେ ପରିଷ୍କାର ରଖିବା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଆର୍‌.ଜେମାନେ ଅତି ସୁନ୍ଦର ଭାବରେ ଗପ, ଗୀତ, କ୍ଷୁଦ୍ର ନାଟକ ମାଧ୍ୟମରେ ଶ୍ରୋତାଙ୍କ ପାଖରେ ଉପସ୍ଥାପିତ କରିଥିଲେ। ଏଥରକ ସ୍ବଚ୍ଛତା ପକ୍ଷର ମୂଳମନ୍ତ୍ର ଥିଲା, ‘ସ୍ୱଚ୍ଛ ରୁହନ୍ତୁ , ସୁସ୍ଥ ରୁହନ୍ତୁ ଏବଂ ନିରାପଦ ରୁହନ୍ତୁ’।

ସୁଲଗ୍ନା ମହାନ୍ତିଙ୍କ ରଚିତ ଭୟଙ୍କର ସ୍ୱପ୍ନ, ବଉଳା, ଅଳିଆସୁରୀ, ଘର ସଫେଇ, ଦୁଇଗଜ ଦୂରତା ଭଳି ଗପକୁ ‘କଥାଟିଏ’ ପୋଗ୍ରାମ୍ ମାଧ୍ୟମରେ ଆର୍‌.ଜେ ସଂଗ୍ରାମ ପରିବେଷଣ କରି ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିପାରିଥିଲେ। ସେହିଭଳି ‘ଭାଉଜ ନମସ୍କାର’ କାର୍ଯ୍ୟକ୍ରମର ସ୍ୱଚ୍ଛତା ମାଷ୍ଟର୍ ବିଭାଗରେ ଆର୍‌.ଜେ ଅନିଲ୍ ଶ୍ରୋତାମାନଙ୍କୁ ସ୍ୱଚ୍ଛତା ଉପରେ ଅନେକ ପ୍ରଶ୍ନ ପଚାରିଥିଲେ।ଅପରପକ୍ଷେ ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ ମିଶ୍ର, ପୂର୍ବତନ ସୂଚନା କମିସନର୍‌ ଜଗଦାନନ୍ଦ, ସଫେଇ କର୍ମଚାରୀ ସ୍ୱପ୍ନା ନାୟକ, ପରିବେଶବିତ୍ ପ୍ରଫେସର୍‌ ରାଧାମୋହନ, ବ୍ୟଙ୍ଗକବି ଡ. କୁଳାଙ୍ଗାର, ପର୍ସନାଲ୍‌ ହାଇଜିନ୍‌ ଏକ୍ସପର୍ଟ ଡ. ଚୟନିକାଙ୍କ ଭଳି ଅତିଥି ରେଡିଓ ଚକ୍‌ଲେଟ୍ ଅଫିସ୍‌କୁ ଆସି ଶ୍ରୋତାମାନଙ୍କୁ ସ୍ୱଚ୍ଛତାର ବାର୍ତ୍ତା ଦେଇଥିଲେ। ଗେଲ୍ ଇଣ୍ଡିଆ ଲିମିଟେଡ୍‌ର ପୃଷ୍ଠପୋଷକତା ଓ ପେଟ୍ରୋଲ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଦିଗ୍‌ଦର୍ଶନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଗେଲ୍ ଇଣ୍ଡିଆ ଲିମିଟେଡ୍‌, ଭୁବନେଶ୍ୱରର ମାନବ ସମ୍ବଳ ବିଭାଗର ବରିଷ୍ଠ ପ୍ରବନ୍ଧକ ପ୍ରଦୀପ କୁମାର ମହାପାତ୍ର, ଚିଫ୍ ଜେନେରାଲ୍ ମ୍ୟାନେଜର୍ ଦୀନବନ୍ଧୁ ସୋରେନ୍‌ ଏଥିପାଇଁ ରେଡିଓ ଚକ୍‌ଲେଟ୍‌କୁ ପ୍ରଶଂସା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe