ରବିବାର ‘ବାଇଜୁ’ ଟ୍ୟୁସନ୍‌ରେ ରେଡିଓ ଚକଲେଟ୍‌ ଲାଇଭ

Advertisment
ରବିବାର ‘ବାଇଜୁ’ ଟ୍ୟୁସନ୍‌ରେ ରେଡିଓ ଚକଲେଟ୍‌ ଲାଇଭ

ଭୁବନେଶ୍ବର : ଆସନ୍ତା ରବିବାର ରେଡିଓ ଚ‌କ୍‌ଲେଟ୍‌ ପକ୍ଷରୁ ଖଣ୍ଡଗିରିସ୍ଥିତ ‘ବାଇଜୁ ଟ୍ୟୁସନ୍‌’ ସେଣ୍ଟର୍‌ରୁ ଲାଇଭ କାର୍ଯ୍ୟକ୍ରମ କରାଯିବ। ସନ୍ଧ୍ୟାରେ ରେଡିଓ ଜକି ସୋନାଲି ଅତିଥିମାନଙ୍କ ସହ ବିଭିନ୍ନ ମନୋରଂଜନଧର୍ମୀ କାର୍ଯ୍ୟକ୍ରମ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବେ। ଏଥିରେ ରେଡିଓ ଚ‌କଲେଟ୍‌ର ଅନ୍ୟ ରେଡିଓ ଜକିମାନଙ୍କୁ ଭେଟିବା ସହ ବାଇଜୁ ଟ୍ୟୁସନ୍‌ ସମ୍ବନ୍ଧ‌ରେ ଜାଣିବାକୁ ମିଳିବ।

ଛାତ୍ରଛାତ୍ରୀଙ୍କୁ ଶିକ୍ଷାର ଏକ ନୂଆ ଦିଗ ଦେଖାଇଥିବା ‘ବାଇଜୁ’ ପକ୍ଷରୁ ଏବେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହାର ଶାଖା ଖୋଲାଯାଉଛି। ସେହି ସବୁ ଶାଖାରେ ଛାତ୍ରଛାତ୍ରୀମାନେ ଅଫ୍‌ଲାଇନ୍‌ରେ ପାଠ ପଢ଼ିପାରିବେ। ଏହି ଉପଲକ୍ଷେ ଆସନ୍ତା ରବିବାର ‘ଲର୍ଣ୍ଣଫେଷ୍ଟ୍‌’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଅଭିଭାବକ ଓ ଛାତ୍ରଛାତ୍ରୀ ଏଥିରେ ଯୋଗଦେଇ ଶିକ୍ଷା ପଦ୍ଧତି ଉପରେ ଅଧିକ ଜାଣିବାକୁ ପାଇବେ। କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ୮୯୦୮୦୨୦୧୦୪ ନମ୍ବର ପଞ୍ଜୀକରଣ କରିପାରିବେ। ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓ ଅଭିଭାବକ ଯୋଗଦେବା ପାଇଁ ‘ବାଇଜୁ’ ଓ ରେଡିଓ ଚକଲେଟ୍‌ ତରଫରୁ ଅନୁରୋଧ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe