ରେଡିଓ ଚକ୍‌ଲେଟ୍‌ର ରଜ ରାଜକୁମାରୀ ବିଜେତା ଘୋଷଣା

Advertisment
ରେଡିଓ ଚକ୍‌ଲେଟ୍‌ର ରଜ ରାଜକୁମାରୀ ବିଜେତା ଘୋଷଣା

ଭୁବନେଶ୍ବର : ରଜରେ ମଉଜ ଭରି ଦେବା ପାଇଁ ରେଡିଓ ଚକ୍‌ଲେଟ୍‌ ୧୦୪ ଏଫ୍‌ଏମ୍‌ ଘୋଷଣା କରିଥିଲା ‘ରୁଚି ରଜ ରାଜକୁମାରୀ’ ପ୍ରତିଯୋଗିତା। ଏଥିରେ ଭାଗନେବା ପାଇଁ ଓଡ଼ିଶାର ବିଭିନ୍ନ ଅଂଚଳର ଝିଅମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା। ନିଜକୁ ରାଜକୁମାରୀ ପରି ସଜେଇ ରେଡିଓ ଚକ୍‌ଲେଟ୍‌ର ଗୀତରେ ଗୋଟିଏ ମିନିଟ୍‌ର ଭିଡିଓ ପ୍ରସ୍ତୁତ କରି ଦିଆଯାଇଥିବା ହ୍ୱାଟ୍ସଆପ୍ ନମ୍ବରକୁ ପଠାଇଥିଲେ। ଶ୍ରେଷ୍ଠ ୬ଟି ଭିଡିଓ ପଠାଇଛନ୍ତି ଲିପ୍‌ସିତା ଦାସ (ଝାରସୁଗୁଡ଼ା), ଅନୁଶ୍ରୀ ରାୟ (ରାଉରକେଲା), ସୋନାଲିକା ମିଶ୍ର (ରାଉରକେଲା), ଏସ୍‌. ଜ୍ୟୋତିକା (ଖୋର୍ଦ୍ଧା) ସୁଦୀପ୍ତା କର (କେନ୍ଦ୍ରାପଡ଼ା) ଏବଂ ପ୍ରିୟଙ୍କା ସାହାଣୀ (ଭୁବନେଶ୍ୱର)।

ଏହି ଶ୍ରେଷ୍ଠ ୬ ଜଣ ବିଜୟିନୀଙ୍କୁ ରୁଚି ତରଫରୁ ମିଳିବ ସ୍ୱର୍ଣ୍ଣମୁଦ୍ରା। ଏତଦ୍‌ବ୍ୟତୀତ ଭୁବନେଶ୍ୱର ଓ ରାଉରକେଲା ଜୋନ୍‌ରେ ଅନ୍ୟ ଶହେ ଜଣ ପ୍ରତିଯୋଗୀଙ୍କୁ ମିଳିବ ରୁଚି ତରଫରୁ ଅନେକ ଆକର୍ଷଣୀୟ ପୁରସ୍କାର। ଏହି ସବୁ ପୁରସ୍କାର କେବେ ଏବଂ କେଉଁଠି ପ୍ରଦାନ କରାଯିବ ତାହା କୋଭିଡ୍ କଟକଣା ଓ ଲକ୍‌ଡାଉନ୍ ଗାଉଡ୍‌ଲାଇନ୍ସକୁ ଆଖି ଆଗରେ ରଖି ନିଷ୍ପତ୍ତି ନିଆଯିବା ପରେ ବିଜେତାମାନଙ୍କୁ ଜଣାଇ ଦିଆଯିବ ବୋଲି ରେଡିଓ ଚକ୍‌ଲେଟ୍ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe