ରେଡିଓ ଚକ୍‌ଲେଟ୍‌ର ବାୟୋଫ୍ଲକ୍‌ ଫିସ୍‌ ଫାର୍ମିଂ ପ୍ରଦର୍ଶନୀ ଆଜି

Advertisment

ସମ୍ବାଦ ଭବନ ପରିସରରେ ୨ ଦିନ ଧରି ଚାଲିବ

ସମ୍ବାଦ ଭବନ ପରିସରରେ ୨ ଦିନ ଧରି ଚାଲିବ

ରେଡିଓ ଚକ୍‌ଲେଟ୍‌ର ବାୟୋଫ୍ଲକ୍‌ ଫିସ୍‌ ଫାର୍ମିଂ ପ୍ରଦର୍ଶନୀ ଆଜି

ଭୁବନେଶ୍ବର: ରେଡିଓ ଚକ୍‌ଲେଟ ପକ୍ଷରୁ କୃଷି ଦିବସରେ ‘କିସାନଫ୍ଲେକ୍ସ ବାୟୋଫ୍ଲକ୍‌ ଫିସ୍‌ ଫାର୍ମିଂ’ ଶୀର୍ଷକ ଏକ ପ୍ରଦର୍ଶନୀ ଅନୁଷ୍ଠିତ ହେବ। ରସୁଲଗଡ଼ସ୍ଥିତ ସମ୍ବାଦ ଭବନ ପରିସରରେ ଆସନ୍ତାକାଲି ଓ ଗୁରୁବାର ଦୁଇଦିନ ଧରି ଏହା ଚାଲିବ। ପୂର୍ବାହ୍ନ ସାଢ଼େ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ପ୍ରଦର୍ଶନୀ ଖୋଲା ରହିବ। ଏହି କାର୍ଯ୍ୟକ୍ରମରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ, ସମ୍ବାଦ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ, କିଷାନଫ୍ଲେକ୍ସର ନିର୍ଦ୍ଦେଶକ ଅନୀଲ କେ. ଝୱର, ନାବାର୍ଡର ସହକାରୀ ମହାପ୍ରବନ୍ଧକ ସୁଧାଂଶୁ ଶେଖର ଚାଉଳିଆ ଏବଂ ଓୟୁଏଟିର କୁଳପତି ଡ. ପୱନ କୁମାର ଅଗ୍ରୱାଲ ଯୋଗଦେବେ। ଯେଉଁମାନେ ପ୍ରଦର୍ଶନୀ ବୁଲି ଦେଖିବା ସହ ପରାମର୍ଶ ନେବା ପାଇଁ ଚ‌ାହିବେ ସେମାନେ ହ୍ବାଟ୍‌ସଆପ୍‌ ନମ୍ବର ୮୯୦୮୦୨୦୧୦୪ରେ ପଞ୍ଜୀକରଣ କରିପାରିବେ। ଏହି ଅବସରରେ ରେଡିଓ ଚକ୍‌ଲେଟ୍‌ ପକ୍ଷରୁ କୃଷକମାନଙ୍କୁ ସମର୍ପିତ ଏକ ସ୍ବତନ୍ତ୍ର ସାପ୍ତାହିକ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe