ଦୁର୍ଦ୍ଦାନ୍ତ ହାତୀଙ୍କ ଗତିବିଧି ଉପରେ ନଜର ରଖିବା ଲାଗି ହାତୀଙ୍କ ବେକରେ ଲାଗିବ ରେଡିଓ କଲାର

ଦୁର୍ଦ୍ଦାନ୍ତ ହାତୀଙ୍କ ଗତିବିଧି ଉପରେ ନଜର ରଖିବା ଲାଗି ହାତୀଙ୍କ ବେକରେ ଲାଗିବ ରେଡିଓ କଲାର

deccanchronicle.com

ଭୁବନେଶ୍ୱର : ହାତୀଙ୍କ ବେକରେ ଲାଗିବ ରେଡିଓ କଲାର। ରାଜ୍ୟର ୩ଟି ଦୁର୍ଦ୍ଦାନ୍ତ ହାତୀଙ୍କ ଗତିବିଧି ଉପରେ ନଜର ରଖିବା ଲାଗି ବନ ବିଭାଗ ଏଭଳି ପଦକ୍ଷେପ ନେବାକୁ ଯାଉଛି। ନୂତନ ଇନ୍‌ଫ୍ରା ରେଞ୍ଜ ଯନ୍ତ୍ର ସହାୟତାରେ ହାତୀର ଶବ୍ଦକୁ ଦୂରରୁ ଜାଣିବା ପାଇଁ ଚେଷ୍ଟା କରିବେ ବନ କର୍ମଚାରୀ। ୫ କି.ମି ଦୂରରେ ଥିଲେ ମଧ୍ୟ ହାତୀର ଗତିବିଧି ଓ ଭାଷା ଏହି ଯନ୍ତ୍ର ଦ୍ବାରା ଜାଣିହେବ। ସେହି ତଥ୍ୟକୁ ଆଧାର କରି ଜନସାଧାରଣଙ୍କୁ ସତର୍କ କରାଯିବ। ଏଥିପାଇଁ ଉପକରଣ ପ୍ରସ୍ତୁତ କରିବା ଲାଗି ଆଇଆଇଟି ଭୁବନେଶ୍ବରର ସହାୟତା ନିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

publive-image ccrsl.org

ହାତୀ ଓ ମଣିଷ ଭିତରେ ଦିନକୁ ଦିନ ସଂଘର୍ଷ ବଢ଼ିବାରେ ଲାଗିଛି। ଏହି ଲଢ଼େଇରେ ଉଭୟ ହାତୀ ଓ ମଣିଷ ପ୍ରାଣ ହରାଉଛନ୍ତି। ଅନେକ ଧନଜୀବନ ନଷ୍ଟ ହେଉଛି। ତେଣୁ ଏହାର ସ୍ଥାୟୀ ପ୍ରତିକାର କରିବା ଲାଗି ବନ ବିଭାଗ ଉଦ୍ୟମ ଆରମ୍ଭ କରିଛି। ହାତୀମାନେ ପରସ୍ପର ମଧ୍ୟରେ ସଂପର୍କ କରିବା ଲାଗି ଇନ୍‌ଫ୍ରାସୋନିକ ଶବ୍ଦ ସୃଷ୍ଟି କରିଥାନ୍ତି। ମାତ୍ର ସାଧାରଣ ଭାବେ ଏହା ମଣିଷ କାନକୁ ଶୁଭି ନ ଥାଏ। ତେଣୁ ଏହାକୁ ରେକର୍ଡ କରି ହାତୀଙ୍କ ଗତିବିଧି ଉପରେ ନଜର ରଖିବା ଲାଗି ରେଡିଓ କଲାର୍‌ ଲଗାଇବାକୁ ବିଭାଗ ନିଷ୍ପତ୍ତି ନେଇଛି।

ଏହାସହ ରାଜ୍ୟରେ ନୂତନ ହାତୀ ଅଭୟାରଣ୍ୟ ପ୍ରତିଷ୍ଠା ଲାଗି ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାର ସୀମାନ୍ତ ଜଙ୍ଗଲକୁ ନୂତନ ଅଭୟାରଣ୍ୟ ଘୋଷଣା କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe