ରେଡିଓ ଜକି ଐଶାନ୍‌ଙ୍କ ପରଲୋକ

Advertisment
ରେଡିଓ ଜକି ଐଶାନ୍‌ଙ୍କ ପରଲୋକ

କଟକ : ଆକାଶବାଣୀ କଟକ ଏଫ୍‌ଏମ୍‌ ରେନ୍‌ବୋର ରେଡିଓ ଜକି ଯୁବ ପ୍ରତିଭା ଐଶାନ ମହାପାତ୍ରଙ୍କର ୩୪ବର୍ଷ ବୟସରେ ପରଲୋକ ଘଟିଛି। ନିମୋନିଆରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ଐଶାନ୍‌ଙ୍କର ଶନିବାର ସକାଳେ ମୃତ୍ୟୁ ଘଟିଛି। କିଛିଦିନ ତଳେ ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ କଟକର ଏକ ଘରୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। କଟକ ବଙ୍ଗାଳୀସାହିର ଐଶାନ୍‌ ଭୁବନେଶ୍ବରସ୍ଥିତ ‘ସମ୍ବାଦ ସ୍କୁଲ୍‌ ଅଫ୍‌ ମିଡିଆ ଆଣ୍ଡ୍‌ କଲଚର୍‌ (ସୋମାକ୍‌)ର ଦ୍ବିତୀୟ ବର୍ଷ ଛାତ୍ର ଥିଲେ। ନିଜର ସ୍ବତନ୍ତ୍ର ଉପସ୍ଥାପନା ଶୈଳୀ ପାଇଁ ସେ ଶ୍ରୋତା ମହଲରେ ବେଶ୍‌‌ ଆଦୃତ ଥିଲେ। ତାଙ୍କ ଅକାଳ ବିୟୋଗରେ ‘ସୋମାକ୍‌’ ସମେତ ବିଭିନ୍ନ ମହଲରେ ଶୋକପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe