Ragging allegations again in MKCG: ଏମ୍‌କେସିଜିରେ ପୁଣି ରୢାଗିଂ ଅଭିଯୋଗ: ଜରୁରି ବୈଠକରେ ଅଭିଯୋଗକୁ ଖଣ୍ଡନ

ବ୍ରହ୍ମପୁର ଏମ୍‌କେସିଜି ଭେଷଜ ମହାବିଦ୍ୟାଳୟରେ ପୁଣି ରୢାଗିଂ ଅଭିଯୋଗ ଆସିଛି। ଏହାପରେ ତ୍ବରିତ ପଦକ୍ଷେପ ସ୍ବରୂପ ମହାବିଦ୍ୟାଳୟ ପ୍ରଶାସନ ପକ୍ଷରୁ ଜରୁରି ବୈଠକ ଡକାଯାଇ ଶତାଧିକ ଛାତ୍ରଛାତ୍ରୀଙ୍କ ମତ ଗ୍ରହଣ କରାଯାଇଥିଲା।

mkcg

ବ୍ରହ୍ମପୁର: ବ୍ରହ୍ମପୁର ଏମ୍‌କେସିଜି ଭେଷଜ ମହାବିଦ୍ୟାଳୟରେ ପୁଣି ରୢାଗିଂ ଅଭିଯୋଗ ଆସିଛି। ଏହାପରେ ତ୍ବରିତ ପଦକ୍ଷେପ ସ୍ବରୂପ ମହାବିଦ୍ୟାଳୟ ପ୍ରଶାସନ ପକ୍ଷରୁ ଜରୁରି ବୈଠକ ଡକାଯାଇ ଶତାଧିକ ଛାତ୍ରଛାତ୍ରୀଙ୍କ ମତ ଗ୍ରହଣ କରାଯାଇଥିଲା। ତେବେ ଶେଷରେ ରୢାଗିଂ ଅଭିଯୋଗ ମିଥ୍ୟା ବୋଲି ସମସ୍ତେ ପ୍ରତିକ୍ରିୟା ଦେଇଛନ୍ତି। ନିୟମିତ ଆସୁଥିବା ବେନାମି ରୢାଗିଂ ଅଭିଯୋଗ କାରଣରୁ ମହାବିଦ୍ୟାଳୟର ଗରିମା କ୍ଷୁଣ୍ଣ ହେଉଥିବା ନେଇ ଅସନ୍ତୋଷ ଜାହିର କରିଛି ଛାତ୍ରସଂସଦ ଓ ଛାତ୍ରଛାତ୍ରୀ।

ଜରୁରି ବୈଠକରେ ଅଭିଯୋଗକୁ ଖଣ୍ଡନ
ଅସନ୍ତୋଷ ଜାହିର କଲା ଛାତ୍ରସଂସଦ, ସତ୍ୟାସତ୍ୟ ଯାଞ୍ଚ ଦାବି

ସୂଚନା ଅନୁସାରେ ଏମ୍‌ବିବିଏସ ଶେଷ ବର୍ଷର ତିନିଜଣ, ତୃତୀୟ ବର୍ଷର ଜଣେ ଓ ଜଣେ ଇଣ୍ଟର୍ନଙ୍କ ନାମରେ ରୢାଗିଂ କରାଯାଇଥିବା ଦିଲ୍ଲୀ ଆଣ୍ଟି ରାଗିଂ ସେଲ୍‌ରେ ଅଭିଯୋଗ ହୋଇଛି। ଏହାକୁ ଭିତ୍ତି କରି ଆଜି ମେଡିକାଲ୍‌ କଲେଜ ସମ୍ମିଳନୀ କକ୍ଷରେ ଡିନ୍‌, ରେଜିଷ୍ଟ୍ରାର ଓ ବିଭାଗୀୟ ମୁଖ୍ୟଙ୍କ ଉପସ୍ଥିତି‌ରେ ଏକ ଉଚ୍ଚସ୍ତରୀୟ ବୈକଠରେ ଡକାଯାଇଥିଲା। ଅନ୍ୟପକ୍ଷେ ବାରମ୍ବାର ଆସୁଥିବା ବେନାମୀ ରୢାଗିଂ ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ କରିବାକୁ ଦାବି କରିଛନ୍ତି ଛାତ୍ରସଂସଦ ସଭାପତି ବିଶ୍ବଜିତ ଜେନା। ଉଦ୍ଦେଶ୍ୟମୂଳକ ଭାବେ ଆସୁଥିବା ଏହି ବେନାମୀ ଅଭିଯୋଗ କାରଣରୁ ପାଠପଢ଼ା ଓ ଶୈକ୍ଷିକ ବାତାବାରଣ ନଷ୍ଟ ହେବା ସହିତ ବିଦ୍ୟାର୍ଥୀ ମାନସିକ ଚାପର ଶିକାର ହେଉଛନ୍ତି। 

ବେନାମୀ ଅଭିଯୋଗକାରୀଙ୍କୁ ଚିହ୍ନଟ କରି ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଉ ବୋଲି ଛାତ୍ରଛାତ୍ରୀ ଦାବି କରିଛନ୍ତି। ଆଜିର ବୈଠକରେ ମିଥ୍ୟା ଅଭିଯୋଗ ଆଣୁଥିବା ବିଦ୍ୟାର୍ଥୀଙ୍କୁ ଚିହ୍ନଟ କରି ତାଙ୍କ ନାମରେ ପୁଲିସରେ ଅଭିଯୋଗ ଓ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ଅନ୍ୟପକ୍ଷେ କର୍ତ୍ତୃପକ୍ଷଙ୍କ ନିକଟରୁ କୌଣସିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe