ଏମ୍‌କେସିଜିରେ ଡାକ୍ତରୀ ଛାତ୍ରଙ୍କୁ ରାଗିଂ ଅଭିଯୋଗ: ତଦନ୍ତ ପାଇଁ ନିର୍ଦ୍ଦେଶ

Advertisment
ଏମ୍‌କେସିଜିରେ ଡାକ୍ତରୀ ଛାତ୍ରଙ୍କୁ ରାଗିଂ ଅଭିଯୋଗ: ତଦନ୍ତ ପାଇଁ ନିର୍ଦ୍ଦେଶ

ବ୍ରହ୍ମପୁର: ଏମ୍‌କେସିଜିରେରେ ଡାକ୍ତରୀ ଛାତ୍ରଙ୍କୁ ରାଗିଂ ଅଭିଯୋଗ। ବାଲେଶ୍ବରର ଛାତ୍ର ରୁଦ୍ର ରାଉତଙ୍କୁ ୨ ଜଣ ସିନିୟର୍ ଛାତ୍ର ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏଥିରେ ରୁଦ୍ର ଆହତ ହୋଇଥିବା ଜଣାପଡ଼ିଛି। ତାଙ୍କ ବାପା ଡିନ୍‌ଙ୍କ ଠାରେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଆଣ୍ଟି ରାଗିଂ ସେଲ୍ ଘଟଣାର ତଦନ୍ତ କରୁଥିବା ଡିନ୍‌ ସୂଚନା ଦେଇଛନ୍ତି।

ଏମ୍‌କେସିଜି ମେଡିକାଲ କଲେଜରେ ହୋଇଥିବା ରାଗିଂ ଅଭିଯୋଗର ତଦନ୍ତ ହେବ। ଏଥିପାଇଁ ଉଭୟ ପକ୍ଷ ଲିଖିତ ଆକାରରେ ସେମାନଙ୍କ ପକ୍ଷ ରଖିବେ ବୋଲି ମେଡିକାଲ କଲେଜ ଅଧ୍ୟକ୍ଷ ତଥା ଡିନ୍‌ ପ୍ରଫେସର ସନ୍ତୋଷ ମିଶ୍ର କହିଛନ୍ତି। ସେମାନେ ତାଙ୍କର ପକ୍ଷ ରଖି ସାରିବା ପରେ ମେଡିକାଲ କଲେଜର ଆଣ୍ଟି ରାଗିଂ ସେଲ୍‌ର କମିଟି ଦ୍ବାରା ଅଭିଯୋଗର ଯାଞ୍ଚ କରାଯିବ। ସେଥିରେ ଯାହା ପ୍ରମାଣ ମିଳିବ ତାକୁ ଆଧାର କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସୂଚନା ଅନୁସାରେ ଗତ ୧୦ ତାରିଖ ରାତିରେ ଏମ୍‌ବିବିଏସ୍‌ ପ୍ରଥମ ବର୍ଷର ଜଣେ ଛାତ୍ରଙ୍କୁ କୌଣସି କାରଣ ପାଇଁ ଦୁଇଜଣ ସିନିୟର୍‌ ଛାତ୍ର ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ପ୍ରଥମ ବର୍ଷର ଛାତ୍ର ଜଣକଙ୍କ ଆଣ୍ଟି ରାଗିଂ ସେଲ୍‌ରେ ଅନ୍‌ଲାଇନ୍‌ରେ ଅଭିଯୋଗ କରିଥିଲେ। ଏହାପରେ ଆଜି ଦିଲ୍ଲୀ ସ୍ଥିତ ଆଣ୍ଟି ରାଗିଂ ସେଲ୍‌ର ମୁଖ୍ୟାଳୟରୁ ଏମ୍‌କେସିଜି ମେଡିକାଲ କଲେଜ ଅଧ୍ୟକ୍ଷଙ୍କୁ ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଆସିଛି। ଏହି ନିର୍ଦ୍ଦେଶ ପ୍ରକାରେ ଘଟଣାର ତଦନ୍ତ କରାଯିବ ବୋଲି ଅଧ୍ୟକ୍ଷ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe