ଦଶପଲ୍ଲା: ନୟାଗଡ଼ଜିଲ୍ଲା ଦଶପଲ୍ଲା ବାରପୁରିକିଆସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ମହାବୀର ବିଦ୍ୟାମନ୍ଦିରର ଜଣେ ୮ମ ଶ୍ରେଣୀ ଛାତ୍ରଙ୍କୁ ରାତି ଅଧରେ ହଷ୍ଟେଲରୁ ଉଠାଇ ଆଣି ଅମାନୁଷିକ ଭାବେ ପ୍ଲାଷ୍ଟିକ୍ ପାଇପ୍ ଓ ବ୍ୟାଟ୍‌ରେ  ମାଡ଼ ମାରି ଲହୁଲୁହାଣ କରିଛନ୍ତି ଦଶମ ଶ୍ରେଣୀର କିଛି ଛାତ୍ର। ମାଡ଼ରେ ଛାତ୍ରଙ୍କ ହାତ ଭାଙ୍ଗିଥିବା କୁହାଯାଉଛି। ଘଟଣାଟି ପ୍ରାୟ ୨ ମାସ ତଳର ହୋଇଥିବା ବେଳେ ହଷ୍ଟେଲ କର୍ତ୍ତୃପକ୍ଷ ଆପୋସ ସମାଧାନ ଜରିଆରେ କଥାକୁ ଚାପି ଦେଇଥିଲେ। ତେବେ ଏହାର ଭିଡିଓ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏସ୍‌ଡିପିଓ ଜ୍ୟୋତିରଞ୍ଜନ ସାମନ୍ତରାୟ ଓ ଦଶପଲ୍ଲା ଥାନା ଅଧିକାରୀ ବିନୟ ରଞ୍ଜନ ପରିଡ଼ା ଏହି ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି। ଶିକ୍ଷାନୁଷ୍ଠାନର ମାଲିକ ରଶ୍ମିରଞ୍ଜନ ପଟ୍ଟନାୟକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବା ସହ ମାଡ଼ ମାରିଥିବା ଓ ମାଡ଼ ଖାଇଥିବା ଛାତ୍ରଙ୍କୁ ଡାକି ତଦନ୍ତ ଚଳାଇଛନ୍ତି। 

Advertisment

Ragging: ଘରୋଇ ଶିକ୍ଷାନୁଷ୍ଠାନରେ ରାଗିଂ: ଭିଡ଼ିଓ ଭାଇରାଲ୍ ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ

ଭିଡିଓ ଭାଇରାଲ୍ ପରେ ପୁଲିସର ତନାଘନା
ହଷ୍ଟେଲ୍‌ ମାଲିକ ଅଟକ

India vs South Africa, 2nd ODI: ଦ୍ବିତୀୟ ଦିନିକିଆ: ଟିମ୍ ଇଣ୍ଡିଆକୁ ପରାଜିତ କଲା ଦକ୍ଷିଣ ଆଫ୍ରିକା

ସୂଚନା ଅନୁଯାୟୀ, ଦଶମ ଶ୍ରେଣୀର ୩ ଜଣ ଛାତ୍ର ୮ମ ଶ୍ରେଣୀର ଜଣେ ଛାତ୍ରଙ୍କୁ ରୢାଗିଂ କରିଥିଲେ। ରାତିରେ ସମସ୍ତେ ଶୋଇଯିବା ପରେ ସମ୍ପୃକ୍ତ ଛାତ୍ରଙ୍କୁ ହଷ୍ଟେଲରୁ ଅନ୍ୟ ଏକ ଶ୍ରେଣୀ କକ୍ଷକୁ ନେଇ ଆସିଥିଲେ। ସେଠାରେ ୩ ଜଣ ଛାତ୍ର ମିଶି କନିଷ୍ଠ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଜୀବନ ବଞ୍ଚାଇବା ନିମନ୍ତେ ଛାତ୍ରଜଣକ ଡହଳବିକଳ ହେଉଥିବା ବେଳେ ତାଙ୍କ ପୋଷାକ ଖୋଲି ଉଲଗ୍ନ କରି ଦିଆଯାଇଥିଲା। ଜଣେ ଛାତ୍ର ଜଙ୍ଘରେ ମୁହଁକୁ ମାଡ଼ି ଧରିବା ସହ ଅନ୍ୟ ଜଣେ ଛାତ୍ର ଅତି ନିର୍ଦ୍ଦୟ ଭାବେ ବ୍ୟାଟ୍‌ ଓ ପାଇପ୍‌ରେ ମାଡ଼ ମାରି ତାଙ୍କୁ ଲହୁଲୁହାଣ କରି ଦେଇଥିଲେ। କିଛି ଛାତ୍ରଙ୍କ କହିବା ଅନୁଯାୟୀ, ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ବଡ଼ ଶ୍ରେଣୀର ଛାତ୍ରମାନେ ସାନ ପିଲାଙ୍କ ପ୍ରତି ଏଭଳି ରୢାଗିଂ କରିବା ସହ ନାନା ଧମକ ଦେଇଛନ୍ତି।