ରେଭେନ୍ସା ବିଶ୍ବବିଦ୍ୟାଳୟରେ ରୢାଗିଂ!

Advertisment

ୟୁଜିସିକୁ ଚିଠି ଲେଖିଲେ ସ୍ନାତକ ଛାତ୍ରୀ, ଆଜି ହେବ ତଦନ୍ତ

ୟୁଜିସିକୁ ଚିଠି ଲେଖିଲେ ସ୍ନାତକ ଛାତ୍ରୀ, ଆଜି ହେବ ତଦନ୍ତ

ରେଭେନ୍ସା ଶିକ୍ଷା ବିଭାଗରୁ ଜିଆରଏଫ୍‌ ପାଇଁ ୧୧ ଛାତ୍ର ମନୋନୀତ

odishasuntimes.com

କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ଜଣେ ସ୍ନାତକ ଛାତ୍ରୀ ଆଣିଛନ୍ତି ରୢାଗିଂ ଅଭିଯୋଗ। ତାଙ୍କୁ ଏମ୍‌ଫିଲ ଛାତ୍ରୀ ଗାଳିଗୁଲଜ କରିବା ସହ ମାଡ଼ ମାରିଥିବା ସେ ଅଭିଯୋଗ‌େର ଦର୍ଶାଇଛନ୍ତି। ସମ୍ପୃକ୍ତ ଛାତ୍ରୀ ୟୁଜିସି କର୍ତ୍ତୃପକ୍ଷଙ୍କୁ ଏ ନେଇ ଅଭିଯୋଗ କରିବା ପରେ ଘଟଣାର ଗୁରୁତ୍ବ ବଢ଼ିଯାଇଛି। ଆସନ୍ତାକାଲି ଏହାର ତଦନ୍ତ ହେବ ବୋଲି ଜଣାପଡ଼ିଛି।

ସମ୍ପୃକ୍ତ ଛାତ୍ରୀ କାଠଯୋଡ଼ି ହ‌େଷ୍ଟଲରେ ରହୁଛନ୍ତି। ଅଭିଯୋଗ ଅନୁସାରେ, ଗତ ୩୦ ତାରିଖ ମଧ୍ୟାହ୍ନରେ ଏମ୍‌ଫିଲ୍‌ ଛାତ୍ରୀ ହଷ୍ଟେଲର ସାଧାରଣ ସଂପାଦିକାଙ୍କ ନିକଟକୁ କୌଣସି ଏକ କାମରେ ଆସିଥିଲେ। ମାତ୍ର ‌ସାଧାରଣ ସଂପାଦିକା ରୁମ୍‌ରେ ନଥିଲେ। ଏଥିରେ ଛାତ୍ରୀ ଜଣଙ୍କ ଉତ୍‌କ୍ଷିପ୍ତ ହୋଇ ସେଠାରେ ଗାଳିଗୁଲଜ କରିଥିଲେ। ସେଠାରେ ଥିବା ହଷ୍ଟେଲର ସ୍ନାତକ ପ୍ରଥମ ବର୍ଷର ଦୁଇଜଣ ଛାତ୍ରୀ ଏମ୍‌ଫିଲ ଛାତ୍ରୀଙ୍କୁ ପାଟି ନକରି ସାଧାରଣ ସଂପାଦିକାଙ୍କ ଆସିବାକୁ ଅପେକ୍ଷା କରିବାକୁ କହିଥିଲେ। ଏଥିରେ ଛାତ୍ରୀ ଜଣକ ଅଧିକ ଉତକ୍ଷିପ୍ତ ହୋଇ ସେହି ଦୁଇ ଛାତ୍ରୀଙ୍କୁ ଗାଳିଗୁଲଜ କରିଥିଲେ। ପୀଡିତା ଛାତ୍ରୀଙ୍କ ରୁମ୍ ନିକଟରେ ଏପରି ପାଟି ହେଉଥିବାରୁ ସେ ବାହାରକୁ ଆସିଥିଲେ। ସେ ବି ଏପରି ବ୍ୟବହାର ନ କରିବାକୁ ଏମ୍‌ଫିଲ ଛାତ୍ରୀଙ୍କୁ ଅନୁରୋଧ କରିଥିଲେ। ମାତ୍ର ଏମ୍‌ଫିଲ ଛାତ୍ରୀ ତାଙ୍କୁ ଗାଳି ଗୁଲଜ କରିବା ସହ ତାଙ୍କୁ ମାଡ ମାରିଥିଲେ।

ବିଶ୍ବବିଦ୍ୟାଳୟ ଚିଫ୍‌ ୱାଡେନ୍‌ ରାତି ୧୧ଟାରେ ହଷ୍ଟେଲକୁ ଆସି ଘଟଣା ବିଷୟରେ ପଚାରି ବୁଝିବା ସହ ପୀଡିତା ଛାତ୍ରୀଙ୍କୁ ଚିକିତ୍ସା ପାଇଁ ଏସ୍‌ସିବିକୁ ପଠାଇଥିଲେ। ପୀଡିତା ଛାତ୍ରୀ କିନ୍ତୁ ଏନେଇ ବିଶ୍ବବିଦ୍ୟାଳୟ କିମ୍ବା ହଷ୍ଟେଲ ୱାର୍ଡେନଙ୍କ ନିକଟରେ କୌଣସି ଅଭିଯୋଗ କରି ନାହାନ୍ତି। ଘଟଣା ଶନିବାର ଦିନ ଘଟିଥିବାରୁ ଆସନ୍ତାକାଲି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏହାର ତଦନ୍ତ କରିବେ। ଦୁଇ ପକ୍ଷଙ୍କ ସହିତ ଘଟଣା ସମୟରେ ଉପସ୍ଥିତ ଥିବା ସମସ୍ତ ଛାତ୍ରୀଙ୍କୁ ଡାକି ଘଟଣାର ତଦନ୍ତ କରାଯିବ ବୋଲି ଚିଫ୍‌ ୱାର୍ଡେନ ଡକ୍ଟର ଦାସ କହିଛନ୍ତି।

ଅନ୍ୟପକ୍ଷରେ, ଏ‌ ନେଇ ପୀଡିତା ୟୁଜିସି କର୍ତ୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe