ଆବାସିକ ସ୍କୁଲ୍‌ରେ ରୢାଗିଂ: ଥାନାରେ ମାମଲା, ପୁଲିସ୍‌ର ଖୋଳତାଡ଼

ଆବାସିକ ସ୍କୁଲ୍‌ରେ ପିଲାଙ୍କୁ ରୢାଗିଂ ଭଳି ଏକ ସମ୍ବେଦନଶୀଳ ଅଭିଯୋଗ ବଲାଙ୍ଗୀର ଜିଲ୍ଲାରୁ ଆସିଛି। ପୁଇଁତଳା ଥାନା ଡୁମ୍ବେରବାହାଲ ଗାଁଠାରେ ରହିଛି ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ।

dgdjdgjcv

ବଲାଙ୍ଗୀର: ଆବାସିକ ସ୍କୁଲ୍‌ରେ ପିଲାଙ୍କୁ ରୢାଗିଂ ଭଳି ଏକ ସମ୍ବେଦନଶୀଳ ଅଭିଯୋଗ ବଲାଙ୍ଗୀର ଜିଲ୍ଲାରୁ ଆସିଛି। ପୁଇଁତଳା ଥାନା ଡୁମ୍ବେରବାହାଲ ଗାଁଠାରେ ରହିଛି ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ। ଏଠାରେ ଗତ ୩୧ ତାରିଖରେ ଯୁକ୍ତ ୨ ଶ୍ରେଣୀର ପାଖାପାଖି ୧୫ ଜଣ ଛାତ୍ର ସପ୍ତମ ଓ ଅଷ୍ଟମ ଶ୍ରେଣୀର ୯ ଜଣ ଛାତ୍ରଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଯୁକ୍ତ ୨ ଛାତ୍ରମାନେ ହଷ୍ଟେଲ୍‌ ରୁମ୍‌କୁ ଡାକି ଅନ୍ୟ ପିଲାଙ୍କୁ ମାଡ଼ ମାରିବା ସହ ମାନସିକ ନିର୍ଯାତନା ଦେଇଥିବା ପୀଡ଼ିତ ଛାତ୍ରଙ୍କ ଅଭିଭାବକମାନେ ପୁଇଁତଳା ଥାନାରେ ଏତଲା ଦେଇଛନ୍ତି।

ସ୍କୁଲ୍‌ ପଡ଼ିଆରେ ଖେଳକୁଦକୁ କେନ୍ଦ୍ର କରି ଏହି କାଣ୍ଡ ଘଟିଛି। ପ୍ରଥମେ ଭୟରେ ପୀଡ଼ିତ ଛାତ୍ରମାନେ କାହାକୁ କିଛି କହିନଥିଲେ। ଅଭିଭାବକମାନେ ଘଟଣା ସମ୍ପର୍କରେ ଜାଣିବା ପରେ ପୁଇଁତଲା ଥାନାକୁ ଯାଇ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ତଦନ୍ତ ଆରମ୍ଭ କରିଛି। ସ୍କୁଲରେ ଆଗରୁ ଆଣ୍ଟିରୢାଗିଂ ସେଲ୍‌ କରାଯାଇ ନଥିଲା। ଏବେ ସେଲ୍‌ ଗଠନ କରାଯିବା ସହିତ ଅଭିଯୋଗର ତଦନ୍ତ କରାଯିବ ବୋଲି କହିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe