ଏସ୍‌ସିବି ମେଡିକାଲ କଲେଜରେ ରୢାଗିଂ! ହଷ୍ଟେଲରେ ଯାଞ୍ଚ, ସୁରକ୍ଷା ବ୍ୟବସ୍ଥା ବୃଦ୍ଧି

Advertisment

ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ପ୍ରଥମ ବର୍ଷର ଏମ୍‌ବିବିଏସ୍‌ ଛ‌ାତ୍ରଙ୍କୁ ରୢାଗିଂ କରାଯାଇଛି। ଅଧ୍ୟକ୍ଷଙ୍କ ହ୍ବାଟସ୍‌ଆପ୍ ନମ୍ବରକୁ ଅଜଣା ନମ୍ବରରୁ ଏଭଳି ଅଭିଯୋଗ ଆସିଛି। ଅଭିଯୋଗ ପାଇବା ପରେ ଅଧ୍ୟକ୍ଷା ନିଜେ ହଷ୍ଟେଲ୍‌କୁ ଯାଇ ଯାଞ୍ଚ କରିବା ସହିତ ସୁରକ୍ଷା ବ୍ୟବସ୍ଥା ବଢ଼ାଇଛନ୍ତି।

ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ପ୍ରଥମ ବର୍ଷର ଏମ୍‌ବିବିଏସ୍‌ ଛ‌ାତ୍ରଙ୍କୁ ରୢାଗିଂ କରାଯାଇଛି। ଅଧ୍ୟକ୍ଷଙ୍କ ହ୍ବାଟସ୍‌ଆପ୍ ନମ୍ବରକୁ ଅଜଣା ନମ୍ବରରୁ ଏଭଳି ଅଭିଯୋଗ ଆସିଛି। ଅଭିଯୋଗ ପାଇବା ପରେ ଅଧ୍ୟକ୍ଷା ନିଜେ ହଷ୍ଟେଲ୍‌କୁ ଯାଇ ଯାଞ୍ଚ କରିବା ସହିତ ସୁରକ୍ଷା ବ୍ୟବସ୍ଥା ବଢ଼ାଇଛନ୍ତି।

ଅସୁରକ୍ଷିତ ଏସ୍‌ସିବି ରେକର୍ଡ ରୁମ୍‌: ୪୦ ବର୍ଷ ହେଲା ଆଜବେଷ୍ଟସ ଘରେ ଗଦା ହେଉଛି ରେକର୍ଡ

କଟକ: ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ପ୍ରଥମ ବର୍ଷର ଏମ୍‌ବିବିଏସ୍‌ ଛ‌ାତ୍ରଙ୍କୁ ରୢାଗିଂ କରାଯାଇଛି। ଅଧ୍ୟକ୍ଷଙ୍କ ହ୍ବାଟସ୍‌ଆପ୍ ନମ୍ବରକୁ ଅଜଣା ନମ୍ବରରୁ ଏଭଳି ଅଭିଯୋଗ ଆସିଛି। ଅଭିଯୋଗ ପାଇବା ପରେ ଅଧ୍ୟକ୍ଷା ନିଜେ ହଷ୍ଟେଲ୍‌କୁ ଯାଇ ଯାଞ୍ଚ କରିବା ସହିତ ସୁରକ୍ଷା ବ୍ୟବସ୍ଥା ବଢ଼ାଇଛନ୍ତି। କିନ୍ତୁ ତଦନ୍ତ ପରେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏସ୍‌ସିବି ଅଧ୍ୟକ୍ଷ ତଥା ଡିନ୍‌ ପ୍ରଫେସର ଡାକ୍ତର ଲୁସି ଦାସ। ଡାକ୍ତର ଦାସ କହିଛନ୍ତି ଯେ ରୢାଗିଂ ନେଇ କୌଣସି ଲିଖିତ ଅଭିଯୋଗ ହୋଇନାହିଁ। ମେଲ୍ ମାଧ୍ୟମରେ ମଧ୍ୟ କୌଣସି ଅଭିଯୋଗ ପାଇନାହୁଁ। କେବଳ ଏକ ଅଜଣା ନମ୍ବରରୁ ହ୍ବାଟସ୍‌ଆପ୍‌ରେ କିଛି ଲେଖା ଆସିଥିଲା। ଏହାକୁ ପାଇବା ପରେ ତୁରନ୍ତ ସେ କଲେଜ ହଷ୍ଟେଲରେ ପହଞ୍ଚିଥିଲେ। 

ଅଧ୍ୟକ୍ଷଙ୍କ ହ୍ବାଟ୍‌ସଆପ୍‌କୁ ଅଜଣା ନମ୍ବରରୁ ମେସେଜ୍‌
ହଷ୍ଟେଲରେ ଯାଞ୍ଚ, ସୁରକ୍ଷା ବ୍ୟବସ୍ଥା ବୃଦ୍ଧି

ସେଠାରେ ପିଲାଙ୍କୁ ପଚାରାଉଚୁରା କରିଥିଲେ। କିନ୍ତୁ ସେଭଳି କୌଣସି ଅଭିଯୋଗ ମିଳି ନଥିଲା। ପଚରାଉଚରା ପରେ କୌଣସି ଗୁରୁତର ରୢାଗିଂ ହୋଇ ନଥିବା ଜଣାପଡ଼ିଥିଲେ ବି ତୁରନ୍ତ ହଷ୍ଟେଲ୍‌ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଆଜି ମଧ୍ୟ ହ‌ଷ୍ଟେଲରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଛି। ଏଥିସହ ତୁରନ୍ତ ଆଣ୍ଟି ରୢାଗିଂ କମିଟି ଓ ହଷ୍ଟେଲ କମିଟି ବୈଠକ ଡକାଯାଇଥିଲା ବୋଲି କହିଛନ୍ତି ଏସ୍‌ସିବି ଅଧ୍ୟକ୍ଷା। ତେବେ ଏସ୍‌ସିବି ପ୍ରଥମ ବର୍ଷର ଛାତ୍ରଙ୍କୁ ଉପର ବ୍ୟାଚ୍‌ର କେତେକ ଛାତ୍ର ମୁଣ୍ଡ ତଳକୁ କରି ଚାଲିବା ସହ କେମିତି କଥା କହିବ, ସେ ସଂପର୍କରେ ତାଗିଦ କରୁଛନ୍ତି ବୋଲି ଅଧ୍ୟକ୍ଷାଙ୍କ ପାଖକୁ ଆସିଥିବା ମେସେଜ୍‌ରେ ଲେଖାଥିଲା। ଏସବୁ ସ୍ବାଭାବିକ। ଏଥିରେ କଲେଜକୁ ବଦନାମ୍‌ କରିବାକୁ ଚେଷ୍ଟା କରାଯାଉଛି ‌ବୋଲି ବରିଷ୍ଠ ଡାକ୍ତରୀ ଛାତ୍ର ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe