କିଡ୍‌ନି ପ୍ରତିରୋପଣ ପରେ ପ୍ରଥମଥର ମଞ୍ଚକୁ ଆସିଲେ ରଘୁନନ୍ଦନ

Advertisment
କିଡ୍‌ନି ପ୍ରତିରୋପଣ ପରେ ପ୍ରଥମଥର ମଞ୍ଚକୁ ଆସିଲେ ରଘୁନନ୍ଦନ

YouTube

ଜଗତସିଂହପୁର ଟାଉନ୍ : ପ୍ରାୟ ଦେଢ଼ ବର୍ଷ ପରେ ଶୁକ୍ରବାର ଦିନ ଜିଲ୍ଲା ବିଜେଡି କାର୍ଯ୍ୟକାରିଣୀ ଓ ପ୍ରଶିକ୍ଷଣ ଶିବିରରେ ଏରସମା ବିଧାୟକ ରଘୁନନ୍ଦନ ଦାସଙ୍କୁ ଦେଖିବାକୁ ମିଳିଥିଲା। ‘ଜୟ ଜଗନ୍ନାଥ, ମା ଶାରଳା। ଆପଣମାନଙ୍କ ସ୍ନେହ, ଶ୍ରଦ୍ଧା, ସଦିଚ୍ଛା ପାଇଁ ମୋତେ ନୂଆ ଜୀବନ ମିଳିଛି। ଆପଣମାନଙ୍କ ପାଖକୁ ଫେରାଇ ଆଣିଛି। ଦୀର୍ଘଦିନ ଧରି ଚିକିତ୍ସିତ ହୋଇ ସୁସ୍ଥ ହୋଇ ଫେରିବା ପରେ ମଞ୍ଚରେ ଶ୍ରୀ ଦାସ ଏ କଥା କହିଥିଲେ।

ଜିଲ୍ଲା ବିଜେଡି ସଭାପତି ପ୍ରଶାନ୍ତ କୁମାର ମୁଦୁଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ଏହି କାର୍ଯ୍ୟକ୍ରମରେ ପର୍ଯ୍ୟବେକ୍ଷକ ତଥା ନୟାଗଡ଼ ବିଧାୟକ ଅରୁଣ ସାହୁ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ, ପୂର୍ବତନ ବିଧାୟକ ଜ୍ୟୋତିଷ ଦାସ, ପୂର୍ବତନ ସାଂସଦ କୁଳମଣି ସାମଲ ପ୍ରମୁଖ ନେତାମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe