ଜଳସମ୍ପଦ ମନ୍ତ୍ରୀଙ୍କ ବିରୋଧରେ ସାଲୁଜାଙ୍କ ସ୍ବାଧିକାର ଭଙ୍ଗ ନୋଟିସ

Advertisment
କିଡ୍‌ନି ପ୍ରତିରୋପଣ ପରେ ପ୍ରଥମଥର ମଞ୍ଚକୁ ଆସିଲେ ରଘୁନନ୍ଦନ

YouTube

ଭୁବନେଶ୍ବର : ବଲାଙ୍ଗୀର ତୁରେଇକେଲା ବ୍ଲକ୍‌ରେ ଜଳସେଚନ ନେଇ ଜଳ ସମ୍ପଦ ମନ୍ତ୍ରୀ ରଘୁ ନନ୍ଦନ ଦାସ ବିଧାନସଭାରେ ୩ ଥରରେ ତିନି ପ୍ରକାର ଉତ୍ତର ରଖିଛନ୍ତି। ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଏହି ପ୍ରସଙ୍ଗ ଉଠାଇ ଜଳସମ୍ପଦ ମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଦେଇଥିଲେ। ନୋଟିସ ଉପରେ ବିଚାର କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ରୁଲିଂ ଦେଇଥିଲେ। ଶ୍ରୀ ସାଲୁଜା କହିଥିଲେ ଯେ, ତୁରେଇକେଲା ବ୍ଲକ୍‌ରେ ଜଳସେଚନ ନେଇ ଗତ ନଭେମ୍ବରରେ ୨୭% ହୋଇଥିବା ନେଇ ଗୃହରେ ଉତ୍ତର ରଖିଥିଲେ। ପରେ କହିଲେ ୨୬.୯୩% ହୋଇଛି। ଏବେ ୨୪% ହୋଇଥିବା ଗୃହରେ ଉତ୍ତର ରଖିଛନ୍ତି। ମନ୍ତ୍ରୀ ଏପରି କରି ଏ ଗୃହକୁ ବିଭ୍ରାନ୍ତ କରିଛନ୍ତି। ତୁରେଇକେଲା ବ୍ଲକ୍‌ରେ ଆଦୌ ଜଳସେଚନ ସୁବିଧା ପହଞ୍ଚିନଥିବା ଶ୍ରୀ ସାଲୁଜା ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe