ବୀରମହାରାଜପୁରରେ ପ୍ରାର୍ଥିପତ୍ର ଦାଖଲ ପରେ ବିଶାଳ ରାଲି ସହ ଶକ୍ତି ପ୍ରଦର୍ଶନ କଲେ ବିଜେପି ପ୍ରାର୍ଥୀ ରଘୁନାଥ

ବୀରମହାରାଜପୁରରେ ପ୍ରାର୍ଥିପତ୍ର ଦାଖଲ ପରେ ବିଶାଳ ରାଲି ସହ ଶକ୍ତି ପ୍ରଦର୍ଶନ କଲେ ବିଜେପି ପ୍ରାର୍ଥୀ ରଘୁନାଥ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚଳିତ ନିର୍ବାଚନରେ ଭାରତୀୟ ଜନତା ଦଳ (ବିଜେପି) ପ୍ରାର୍ଥୀ ରଘୁନାଥ ଜଗଦଲା ଶୁକ୍ରବାର ବିଶାଳ ରାଲି ସହ ଶକ୍ତି ପ୍ରଦର୍ଶନ କରିଛନ୍ତି। ଶ୍ରୀ ଜଗଦଲା ବୀରମହାରାଜପୁର ଜଗନ୍ନାଥ ମନ୍ଦିରରୁ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ବାହାରି ଥିଲେ। ଏହି ଶୋଭାଯାତ୍ରାରେ ୧୦ ହଜାରରୁ ଅଧିକ ନେତା, କର୍ମୀ ସାମିଲ ହୋଇ ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପହଞ୍ଚିଥିଲେ। ସେଠାରେ ଉପଜିଲ୍ଲାପାଳ ଲଲାଟେନ୍ଦୁ ସିଂଙ୍କୁ ସେ ୩ ସେଟ୍‌ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଆସନ୍ତା ୨୦ ତାରିଖରେ ହେବାକୁ ଥିବା ମତଦାନରେ ବିଜେପିର ଦଳୀୟ ପ୍ରାର୍ଥୀ ତଥା ନିଜ ସପକ୍ଷରେ ଭୋଟ୍‌ ଦେବା ପାଇଁ ଆହ୍ବାନ କରିଥିଲେ।

publive-image

ଆଜିର ରାଲିରେ ରଘୁନାଥ ଜଗଦଲାଙ୍କ ସହିତ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ସଂଯୋଜକ ଅଶୋକ କୁମାର ପୃଷ୍ଟି, ଜିଲ୍ଲା କାର୍ଯ୍ୟକାରୀ ସଭାପତି ବୀଜୟ ମହାକୁଡ଼, ଜିଲ୍ଲା ସଙ୍ଗଠନ ମହାମନ୍ତ୍ରୀ ବେଣୁଧର ଦାସ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ, ଜିଲ୍ଲା ଓବିସି ସେଲର୍ ଅଧ୍ୟକ୍ଷ ବରିଷ୍ଠ ଆଇନଜୀବୀ ରାଧାକାନ୍ତ ମହକୁମା, ଜିଲ୍ଲା ଉପସଭାନେତ୍ରୀ ନଳିନୀ ପଣ୍ଡାଙ୍କ ସମେତ ତିନି ବ୍ଳକର ନେତା କର୍ମୀ ସାମିଲ ହୋଇଥିଲେ। ପ୍ରାୟ ୪୨ ଡିଗ୍ରି ତାପମାତ୍ରାରେ କର୍ମୀମାନେ ଉତ୍ସାହିତ ଦେଖାଯାଉଥିଲେ।

publive-image

ଏହା ପୂର୍ବରୁ ଶ୍ରୀ ଜଗଦଲା ଗୁରୁବାର ଦିନ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଶୁଭଲଗ୍ନ ଦେଖି ସେ ବୀରମହାରାଜପୁର ଉପଜିଲ୍ଲାପାଳଙ୍କ ପାଖରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏହି ଅବସରରେ ଆଇନଜୀବୀ ସତ୍ୟ ବ୍ରତ ମିଶ୍ର ଓ ସୁମନ୍ତ ଜଗଦଲା ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ୨୦୧୯ ନିର୍ବାଚନରେ ରଘୁନାଥ ଜଗଦଲା ବିଜେପିର ପ୍ରାର୍ଥୀ ହୋଇଥିଲେ। ସେହି ସମୟରେ ସେ ୫୨,୧୪୫ ଖଣ୍ଡ ଭୋଟ୍‌ ପାଇ ୧୩,୦୫୭ ଖଣ୍ଡ‌ ଭୋଟ୍‌ ବ୍ୟବଧାନରେ ପରାସ୍ତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe