ରାଜ୍ୟ ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ହେଲେ ରଘୁନାଥ ମହାନ୍ତି , ମିଳିଲା କ୍ୟାବିନେଟ୍‌ ପାହ୍ୟା

Advertisment
ରାଜ୍ୟ ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ହେଲେ ରଘୁନାଥ ମହାନ୍ତି , ମିଳିଲା କ୍ୟାବିନେଟ୍‌ ପାହ୍ୟା

ଭୁବନେଶ୍ୱର: ବିଜୁ ଜନତା ଦଳ(ବିଜେଡି)ର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କୁ ରାଜ୍ୟ ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ପଦରେ ଗୁରୁବାର ନିଯୁକ୍ତି ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ ତାଙ୍କୁ ଏହି ନୂଆ ପଦରେ ନିଯୁକ୍ତି ଦେଇଛନ୍ତି। ଏଥି ସହିତ ତାଙ୍କୁ କ୍ୟାବିନେଟ୍‌ ପାହ୍ୟା ମିଳିଛି। ଗତ ମାର୍ଚ୍ଚରେ ରଘୁନାଥଙ୍କୁ ବିଜେଡିର ଉପ-ସଭାପତି ଦାୟିତ୍ୱ ଦିଆଯାଇଥିଲା। ତାଙ୍କୁ ଢେଙ୍କାନାଳ ଜିଲ୍ଲା ବିଜେଡିର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ମଧ୍ୟ ଦିଆଯାଇଥିଲା।

ବୋହୂ ବର୍ଷା ସୋନି ଯୌତୁକ ନିର୍ଯ୍ୟାତନା ମାମଲାରେ ଛନ୍ଦି ହୋଇଥିବା ବାଲେଶ୍ୱର ଜିଲ୍ଲାର ଟାଣୁଆ ନେତା ରଘୁନାଥ ମହାନ୍ତିଙ୍କୁ ବିଜେଡି ୨୦୧୩ରେ ମନ୍ତ୍ରୀ ପଦରୁ ବିଦା କରିଥିଲା। ଏହି ଘଟଣାରେ ରଘୁନାଥ ମହାନ୍ତିଙ୍କୁ ଜେଲ୍‌ ମଧ୍ୟ ଯିବାକୁ ପଡ଼ିଥିଲା। ପରେ ୨୦୧୪ ବିଧାନସଭା ନିର୍ବାଚନରେ ଟିକେଟ୍‌ ପାଇବାରୁ ବଞ୍ଚିତ ହୋଇଥିଲେ। ୨୦୧୬ ମାର୍ଚ୍ଚ ୨୫ରେ ବର୍ଷା ସୋନୀ ଓ ରଘୁନାଥଙ୍କ ପରିବାର ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ଘଟିଥିଲା। ସେହି ଦିନଠାରୁ ରଘୁନାଥଙ୍କୁ ପୁଅ ରାଜାଶ୍ରୀ ଓ ବୋହୂ ବର୍ଷା ସୋନୀ ଏକାଠି ରହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe