ଭୁବନେଶ୍ୱର : ବିଶିଷ୍ଟ ସ୍ଥପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ରାଜ୍ୟସଭା ସାଂସଦ ଭାବେ ମନୋନୀତ ହେବା ପରେ ଓଡ଼ିଶା ଲଳିତ କଳା ଏକାଡେମିର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ସେ ୨୦୧୬ ଜାନୁଆରି ୧୬ ତାରିଖରୁ ଏକାଡେମିର ସଭାପତି ଦାୟିତ୍ୱ ତୁଲାଇ ଆସୁଥିଲେ। ରାଷ୍ଟ୍ରପତି ଶ୍ରୀ ମହାପାତ୍ରଙ୍କ ନାମ ଘୋଷଣା ପରେ ଆଜି ସେ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ, ବିଭାଗୀୟ ନିର୍ଦେଶକ ଏବଂ ଓଡ଼ିଶା ଲଳିତ କଳା ଏକାଡେମି ସଚିବଙ୍କ ନିକଟକୁ ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ସାଂସଦ ଭାବେ ଉଭୟ ଚାରୁକଳା ଓ କାରୁକଳା ପାଇଁ ସେ ଯଥାସାଧ୍ୟ ଉଦ୍ୟମ କରିବେ ବୋଲି କହିଛନ୍ତି।
ଓଡ଼ିଶା ଲଳିତ କଳା ଏକାଡେମି ସଭାପତି ପଦରୁ ଇସ୍ତଫା ଦେଲେ ରଘୁନାଥ ମହାପାତ୍ର
Advertisment
Follow Us