ରଘୁନାଥପଲ୍ଲୀ ନିର୍ବାଚନୀ ମାମଲା: ହାଜର ହେଲେ ତତ୍କାଳୀନ ରିଟର୍ଣ୍ଣିଂ ଅଫିସର

ପୋଲସରା ବିଧାୟକଙ୍କ ନାଁରେ ହାଇକୋର୍ଟରେ ମାମଲା

କଟକ: ୨୦୧୪ ରଘୁନାଥପଲ୍ଲୀ ବିଧାନସଭା ଆସନ ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ ଜଗବନ୍ଧୁ ବେହେରାଙ୍କ ପକ୍ଷରୁ ଦାୟର ନିର୍ବାଚନୀ ମାମଲାରେ ଆଜି ତତ୍କାଳୀନ ରିଟର୍ଣ୍ଣିଂ ଅଫିସର ଶ୍ୟାମାଭକ୍ତ ମିଶ୍ର ହାଇାକୋର୍ଟରେ ହାଜର ହୋଇଛନ୍ତି। ବର୍ତ୍ତମାନ ଭଦ୍ରକର ଏଡିଏମ୍‌ ଥିବା ଶ୍ରୀ ମିଶ୍ର ବ୍ୟକ୍ତିଗତ ଭାବେ ଉପସ୍ଥିତ ଥିଲେ ମଧ୍ୟ ସୁନ୍ଦରଗଡ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ୨୦୧୪ ରଘୁନାଥପଲ୍ଲୀ ନିର୍ବାଚନ ସଂପର୍କିତ ଦସ୍ତବିଜ ଦାଖଲ ହୋଇ ନଥିବାରୁ ସାକ୍ଷ୍ୟ ଗ୍ରହଣ ହୋଇ ପାରି ନଥିଲା। ଜଷ୍ଟିସ ବି.କେ.ନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରି ୨୪ରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe