୧୫ରେ ରାହୁଲଙ୍କ ବରଗଡ଼ ଗସ୍ତ

Advertisment
୧୫ରେ ରାହୁଲଙ୍କ ବରଗଡ଼ ଗସ୍ତ

ବରଗଡ଼: ବାରମ୍ବାର ବାତିଲ ହେବା ପରେ ରାହୁଲ ଗାନ୍ଧୀଙ୍କ ବରଗଡ଼ ଗସ୍ତ ଚୂଡ଼ାନ୍ତ ହୋଇଛି। ଆସନ୍ତା ୧୫ ତାରିଖ ରାହୁଲ ବରଗଡ଼ ଆସିବେ। ସହର ଉପକଣ୍ଠସ୍ଥ ସରସରା ପଡ଼ିଆଠାରେ ସେ ସାଧାରଣ ସଭାକୁ ଉଦ୍‌ବୋଧନ ଦେବା କାର୍ଯ୍ୟକ୍ରମ ରହିଛି। ମଂଗଳବାର ଏସ୍‌ପିଜି ଟିମ୍‌ ସଭାସ୍ଥଳ ପରିଦର୍ଶନ କରି ସବୁଜ ସଂକେତ ଦେଇଛନ୍ତି। ସୁରକ୍ଷା ପାଇଁ ପ୍ରଶାସନିକ ସ୍ତରରେ ମଧ୍ୟ ଆଲୋଚନା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ସେହି ୧୫ ତାରିଖ ଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବରଗଡ଼ ଜିଲ୍ଲା ଗସ୍ତ କରି ବଡ଼ ସମାବେଶ କରିବାକୁ ଯାଉଛନ୍ତି। ଅତାବିରା ବ୍ଲକ କାଠଡ଼େରାଠାରେ ବିଜେପି ଏହି ସମାବେଶ କରିବାକୁ ଯୋଜନା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe