ଏପ୍ରିଲ ୨୮ରେ ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ; ମଧୁବାବୁଙ୍କ ଜନ୍ମପୀଠରୁ ଆରମ୍ଭ କରିବେ ନିର୍ବାଚନ ପ୍ରଚାର

ଏପ୍ରିଲ ୨୮ରେ ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ; ମଧୁବାବୁଙ୍କ ଜନ୍ମପୀଠରୁ ଆରମ୍ଭ କରିବେ ନିର୍ବାଚନ ପ୍ରଚାର

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ପାଇଁ ଉଭୟ ଭାରତୀୟ ଜନତା ପାର୍ଟି (ବିଜେପି) ଓ ବିଜୁ ଜନତା ଦଳ (ବିଜେଡି) ନିର୍ବାଚନ ପ୍ରଚାର ଆରମ୍ଭ କରିସାରିଛନ୍ତି। କଂଗ୍ରେସ ମଧ୍ୟ ଖୁବ ଶୀଘ୍ର ରାଜ୍ୟରେ ନିର୍ବାଚନୀ ପ୍ରଚାର ଆରମ୍ଭ କରବାକୁ ଯାଉଛି। ଓଡ଼ିଶାରେ ନିର୍ବାଚନ ପ୍ରଚାର କରିବା ପାଇଁ ଲୋକସଭା ସାଂସଦ ରାହୁଲ ଗାନ୍ଧୀ ଆସନ୍ତା ୨୮ ତାରିଖ (ରବିବାର) ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ କଟକ ଜିଲ୍ଲା ସତ୍ୟଭାମାପୁରରୁ ନିର୍ବାଚନ ପ୍ରଚାର ଆରମ୍ଭ ସହ ଦଳୀୟ କର୍ମୀମାନଙ୍କର ମନୋବଳ ବଢ଼ାଇବେ। ସେଦିନ ସେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ଏହା ପରେ ସାଲେପୁର ଯାଇ ଜନସଭାକୁ ସମ୍ବୋଧିତ କରିବେ ବୋଲି କଂଗ୍ରେସ ରାଜ୍ୟ ପଭାରୀ ଅଜୟ କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଓଡ଼ିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଜେପି ନିର୍ବାଚନ ପ୍ରଚାର ଆରମ୍ଭ କରିସାରିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁରୁବାର ଦିନ ସୋନପୁରରେ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରି କର୍ମୀଙ୍କ ମନୋବଳ ବଢ଼ାଇଥିଲେ। ପରେ ସ‌େ ଭୁବନେଶ୍ବରସ୍ଥିତ ଏକ ମଣ୍ଡପରେ ଦଳୀୟ ବୈଠକରେ ଯୋଗଦେଇ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ସେହିପରି କେନ୍ଦ୍ରୀୟ ନେତା ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଓଡ଼ିଶା ଗସ୍ତ ଆସନ୍ତା ୨୮ ତାରିଖରେ ହେବାର ଅଛି। ଶ୍ରୀ ନଡ୍ଡା ବ୍ରହ୍ମପୁରରେ ଆୟୋଜିତ ସମାବେଶକୁ ସମ୍ବୋଧିତ କରିବେ। ଏହା ପରେ ନବରଂଗପୁର ଯାଇ, ସେଠାରେ ଦଳୀୟ କର୍ମୀଙ୍କ ସହିତ ନିର୍ବାଚନ ରଣନୀତି ସଂପର୍କରେ ବୈଠକ କରିବେ।

ବିଜେଡି ମଧ୍ୟ ନିର୍ବାଚନ ପ୍ରଚାରରେ ପଛରେ ପଡ଼ି ନାହିଁ। ଗତ ୨୪ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଂଜାମ ଜିଲ୍ଲାର ହିଞ୍ଜିଳି ଓ ଶେରଗଡ଼ରେ ନିର୍ବାଚନ ପ୍ରଚାର କରିଥିଲେ। ଶ୍ରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡିର ବରିଷ୍ଠ ନେତା ଭି‌.କେ ପାଣ୍ଡିଆନ୍‌ ଆଜି ନବରଂଗପୁର ଜିଲ୍ଲା ଉମରକୋଟ ଓ ଝରିଗାଁରେ ନିର୍ବାଚନ ପ୍ରଚାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe