Advertisment

ଦଳୀୟ ନେତାଙ୍କୁ ପରାମର୍ଶ ସହ ତାଗିଦ୍ କଲେ ରାହୁଲ: ‘ମତାନ୍ତର ଛାଡ଼ି ଏକାଠି ହୋଇ ଲଢ଼’

Advertisment

ଓଡ଼ିଶାରେ କଂଗ୍ରେସ ୨୫ବର୍ଷ ହେଲା ସରକାରରେ ନାହିଁ। ଏହାର କାରଣ ଆପଣମାନେ ଜାଣିଛନ୍ତି, କିନ୍ତୁ ସମାଧାନ କରୁନାହାନ୍ତି। ଆମ ଦଳର ନେତାମାନଙ୍କ ମଧ୍ୟରେ ଥିବା ବିରୋଧାଭାସ ଯୋଗୁ ଦଳ ଆଜି ମୁଖ୍ୟ ବିରୋଧୀ ଦଳ‌ ବି ହୋଇପାରିନି।

ଓଡ଼ିଶାରେ କଂଗ୍ରେସ ୨୫ବର୍ଷ ହେଲା ସରକାରରେ ନାହିଁ। ଏହାର କାରଣ ଆପଣମାନେ ଜାଣିଛନ୍ତି, କିନ୍ତୁ ସମାଧାନ କରୁନାହାନ୍ତି। ଆମ ଦଳର ନେତାମାନଙ୍କ ମଧ୍ୟରେ ଥିବା ବିରୋଧାଭାସ ଯୋଗୁ ଦଳ ଆଜି ମୁଖ୍ୟ ବିରୋଧୀ ଦଳ‌ ବି ହୋଇପାରିନି।

gdjjdggjnc

ଭୁବନେଶ୍ବର: ଓଡ଼ିଶାରେ କଂଗ୍ରେସ ୨୫ବର୍ଷ ହେଲା ସରକାରରେ ନାହିଁ। ଏହାର କାରଣ ଆପଣମାନେ ଜାଣିଛନ୍ତି, କିନ୍ତୁ ସମାଧାନ କରୁନାହାନ୍ତି। ଆମ ଦଳର ନେତାମାନଙ୍କ ମଧ୍ୟରେ ଥିବା ବିରୋଧାଭାସ ଯୋଗୁ ଦଳ ଆଜି ମୁଖ୍ୟ ବିରୋଧୀ ଦଳ‌ ବି ହୋଇପାରିନି। ବରିଷ୍ଠ ନେତାଙ୍କ ମଧ୍ୟରେ ଥିବା ମତାନ୍ତର, ମନାନ୍ତରକୁ ଦୂର କର। ଓଡ଼ିଶାରେ ଆମ ଦଳ ପ୍ରତି ଲୋକଙ୍କ ବିଶ୍ବାସ ବଢ଼ୁଛି। ସେମାନଙ୍କ ସମସ୍ୟାକୁ ପ୍ରସଙ୍ଗ କର। ସରକାର ବିରୋଧରେ ଲଢ଼େଇ କର। ପୁଣି ସରକାରକୁ ଫେରିବା ପାଇଁ ଏହା ହେଉଛି ପ୍ରକୃଷ୍ଟ ସମୟ। ଏକାଠି ହୋଇ ଲଢ଼ିଲେ ଏହା ସମ୍ଭବ। 

ଆଜି ଦଳର ପିଏସି କମିଟି, ବିଧାୟକ ଓ ପଦାଧିକାରୀଙ୍କ ସହ ପୃଥକ ପୃଥକ ଆଲୋଚନା କରିବା ସମୟରେ ରାହୁଲ ଗାନ୍ଧୀ ଦଳୀୟ ନେତାଙ୍କୁ ପରାମର୍ଶ ଦେବା ସହ ଏହିଭଳି ତାଗିଦ୍ କରିଛନ୍ତି। ରାହୁଲ କହିଛନ୍ତି, ଦଳରେ କୌଣସି ପରିସ୍ଥିତିରେ ବି ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି। ସିଏ ଯେତେ ବଡ଼ ନେତା ହୁଅନ୍ତୁ, ବିଶୃଙ୍ଖଳା କଲେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ହେବ। ରାଜ୍ୟରେ ଏବେ ମହିଳା, ଆଦିବାସୀ, ଦଳିତ, କୃଷକ ସମସ୍ତେ ନିର୍ଯାତିତ। କେହି ବି ବିଜେପି ସରକାର ଉପରେ ଖୁସି ନାହାନ୍ତି। ତେଣୁ ନିର୍ଯାତିତଙ୍କୁ କିପରି ନ୍ୟାୟ ମିଳିବ, ସେ ନେଇ ଲଢ଼େଇ ଜାରି ରହିବା ଦରକାର। ଆମେ ଲଢ଼ିଲେ ହିଁ ଲୋକଙ୍କ ସମସ୍ୟା ଦୂର କରିପାରିବା। ସେମାନଙ୍କ ସମସ୍ୟା ଦୂର କରିପାରିଲେ ‌ହିଁ ମନ ଜିତିପାରିବା।

ଦଳୀୟ ନେତାଙ୍କୁ ପରାମର୍ଶ ସହ ତାଗିଦ୍ କଲେ ରାହୁଲ
ଉପକୂଳ ଓଡ଼ିଶାକୁ ଫୋକସ୍ କର
ଦଳରେ ବିଶୃଙ୍ଖଳା ଆଦୌ ବରଦାସ୍ତ କରାଯିବନି

ଏହାସହ ରାହୁଲ କହିଛନ୍ତି ଯେ ଆମର ଦକ୍ଷିଣ ଓଡ଼ିଶାରେ ଭଲ ସ୍ଥିତି ଅଛି। ପଶ୍ଚିମ ଓଡ଼ିଶାରେ ଲୋକ ଆମକୁ ଚାହୁଛନ୍ତି। କିନ୍ତୁ ପୂର୍ବରୁ ଆମର ଗଡ଼ ଥିବା ଉପକୂଳ ଓଡ଼ିଶାକୁ ପୁଣି ଦଖଲ କରିବାକୁ ହେବ। ଉପକୂଳ ଓଡ଼ିଶାବାସୀଙ୍କ ସହ ପ୍ରତି କ୍ଷେତ୍ରରେ ଛିଡ଼ା ହେବାକୁ ହେବ। ଏହିଠାରେ ହିଁ ଦଳକୁ ସୁଦୃଢ଼ କରିବାକୁ ହେବ ବୋଲି ରାହୁଲ ପରାମର୍ଶ ଦେଇଥିଲେ। ଏହାସହ କହିଛନ୍ତି, ତୁମେ ଏକାଠି ହୋଇ ଲଢ଼େଇ କର, ଯେତେବେଳେ ଆବଶ୍ୟକ ପଡ଼ିବ ମୁଁ ଆସିବି। ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ କହିଥିଲେ, ଓଡ଼ିଶାରେ କଂଗ୍ରେସ ହିଁ କଂଗ୍ରେସକୁ ହରାଉଛି ବୋଲି ଆମେ ଶୁଣୁଛୁ। ସମସ୍ତେ ଏକାଠି ହୁଅ, ଦଳକୁ ପୁଣି ଚଳଚଞ୍ଚଳ କର। ଲୋକ କ’ଣ ଚାହୁଛନ୍ତି ତାହା ବୁଝ। ସେମାନଙ୍କ ପ୍ରସଙ୍ଗକୁ ବିଧାନସଭା ଭିତରେ ଓ ବାହାରେ ଉଠାଅ। ଆବଶ୍ୟକ ପଡ଼ିଲେ ଆମେ ଲୋକସଭା ଓ ରାଜ୍ୟସଭାରେ ଉଠାଇବୁ। 

ବୈଠକ‌ ପରେ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା କହିଛନ୍ତି ଯେ ରାହୁଲ ଗାନ୍ଧୀ ଓ ଖଡ୍‌ଗେଜୀ ଆମ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। କେଉଁ କେଉଁ ପ୍ରସଙ୍ଗରେ ଆମ ଦଳର ଭୂମିକା କ’ଣ ହେବ, ସେ ନେଇ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। ବିଜେପି ସରକାରରେ ଏସ୍‌ସି, ଏସ୍‌ଟି ଓ ଓବିସି ବର୍ଗ ଅଧିକ ଅବହେଳିତ ହୋଇଥିବାରୁ ସେମାନଙ୍କୁ ନ୍ୟାୟ ଦେବାକୁ ଲ‌େଢ଼ଇ ଜୋରଦାର୍ ହେବ। ଆଦିବାସୀଙ୍କ ଜମି, ଜଙ୍ଗଲ ଓ ପାଣି ଯେପରି ଶିଳ୍ପପତିଙ୍କୁ ଟେକି ଦିଆଯାଉଛି ତା’ର କଡ଼ା ବିରୋଧ କରାଯିବ। ଏଥିପାଇଁ ନେତାମାନେ ମତାନ୍ତର, ମନାନ୍ତର ଭୁଲି ଆଗକୁ ବଢ଼ିବାକୁ କହିଛନ୍ତି। ଏହାସହ ଆମେ ଓଡ଼ିଶାରେ ଓ କେନ୍ଦ୍ରରେ କିପରି ସରକାର କରିବୁ, ସେ ନେଇ ପରାମର୍ଶ ଦେଇଛନ୍ତି।

କଡ଼ା ସୁରକ୍ଷା ବଳୟରେ ଫେରିଲେ ରାହୁଲ
ରାହୁଲ ଗାନ୍ଧୀଙ୍କ ଗସ୍ତକୁ ନେଇ କମିସନରେଟ୍‌ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ବିମାନବନ୍ଦରଠାରୁ ଆରମ୍ଭ କରି ହୋଟେଲ୍‌ ମେ‌ ଫେୟାର, ସଭାସ୍ଥଳ ଏବଂ କଂଗ୍ରେସ ଭବନକୁ ପୂରା ପୁଲିସ ଛାଉଣିରେ ରଖାଯାଇଥିଲା। ତେବେ ରାହୁଲ ଗାନ୍ଧୀ ବିମାନବନ୍ଦ‌ରରେ ଅପରାହ୍ଣ ୧୧ଟା ୩୬ରେ ପହଞ୍ଚିଥିଲେ ବି ସେଠାରୁ ସାମାନ୍ୟ ବିଳମ୍ବରେ ବାହାରିଥିଲେ। ବିମାନବନ୍ଦରରେ ପ୍ରଥମେ ବରିଷ୍ଠ ନେତାଙ୍କ ସହ କିଛି ଆଲୋଚନା କରିଥିଲେ। ସେଠାରୁ ଆଲୋଚନା ପରେ ଦିନ ୧୨ଟାରେ ବାହାରି ସିଧା ସଭାସ୍ଥଳକୁ ଯାଇଥିଲେ। ସଭାସ୍ଥଳରେ ସମ୍ବୋଧନ ପରେ ହୋଟେଲ୍‌ ମେ‌ ଫେୟାର ଆସିଥିଲେ। ସେଠାରେ କିଛି ସମୟ ରହଣି ପରେ କଂଗ୍ରେସ ଭବନରେ ପହଞ୍ଚି ବରିଷ୍ଠ ନେତା ଓ କର୍ମୀଙ୍କ ସହ ଆଲୋଚନା କରିଥିଲେ। ସନ୍ଧ୍ୟା ୫ଟା ୨୫ରେ ବିମାନବନ୍ଦରରୁ ଦିଲ୍ଲୀ ଫେରିଥିଲେ। ଯେଭଳି ରାହୁଲଙ୍କ ଗସ୍ତ ସମୟରେ କୌଣସି ପ୍ରକାର ତ୍ରୁଟି ଦେଖାନଯିବ ସେଥିପାଇଁ ଜଣେ ଆଇଜି, ୨ଜଣ ଡିଆଇଜି ଓ ୪ଜଣ ଡିସିପି ରୢାଙ୍କର ଅଧିକାରୀ ରାହୁଲଙ୍କ ଗସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ରାହୁଲଙ୍କ କଟ୍‌ଆଉଟ୍‌ରେ କ୍ଷୀର ଢାଳିଲେ ସମର୍ଥକ
ସମର୍ଥକମାନେ ରାହୁଲଙ୍କ କଟ୍‌ଆଉଟ୍‌ ଉପରେ କ୍ଷୀର ଢାଳି ଶୁଭେଚ୍ଛା ଜଣାଇଛନ୍ତ। ଜାତୀୟ ସ୍ତରରେ ରାହୁଲ ଯଶସ୍ବୀ ହେବା ସହିତ ତାଙ୍କର ଉତ୍ତରୋତ୍ତର ଉନ୍ନତି ହେଉ ବୋଲି କର୍ମୀମାନେ କାମନା କରିଥିଲେ। ସମାବେଶ ସ୍ଥଳରେ ଲାଗିଥିବା ରାହୁଲଙ୍କ ଏକ କଟ୍‌ଆଉଟ୍‌ ନିକଟରେ କଂଗ୍ରେସ କର୍ମୀମାନେ ଏକାଠି ହୋଇ ରାହୁଲ ଗାନ୍ଧୀ ଜିନ୍ଦାବାଦ ନାରା ଦେଇଥିଲେ। ଏହା ପରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର କଂଗ୍ରେସ କର୍ମୀମାନେ ରାହୁଲଙ୍କ କଟ୍‌ଆଉଟ୍‌କୁ କ୍ଷୀରରେ ଅଭିଷେକ କରିଥିଲେ। ଗୋଲାପ ପାଖୁଡ଼ା ଓ ଫୁଲମାଳରେ କଟ୍‌ଆଉଟ୍‌କୁ ସଜାଇଥିଲେ। ରାହୁଲଙ୍କ ନେତୃତ୍ବରେ ୨୦୨୯ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ ଦେଶ ଓ ରାଜ୍ୟରେ ସରକାର ଗଠନ କରିବ ବୋଲି ଯୁବ କଂଗ୍ରେସ କର୍ମକର୍ତ୍ତାମାନେ ଆଶାବ୍ୟକ୍ତ କରିଥିଲେ। ବହୁ ବୟସ୍କ କଂଗ୍ରେସ କର୍ମୀ ରାହୁଲଙ୍କ ଦୀର୍ଘାୟୁ କାମନା କରିଥିଲେ।

fhfshshsxvb

କୁନିଝିଅକୁ ଗେଲ କଲେ ରାହୁଲ
ସମ୍ବିଧାନ ବଞ୍ଚାଅ ସମାବେଶ ମଞ୍ଚ ଉପରେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୋଟିଏ କୁନିଝିଅକୁ କୋଳାଇନେବା ସହିତ ତା’ ସହ ବାର୍ତ୍ତାଳାପ କରିଛନ୍ତି। ମଞ୍ଚରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡ଼ଗେ ଭାଷଣ ଦେଉଥିଲେ। ଏହି ସମୟରେ ରାହୁଲ କଂଗ୍ରେସ କର୍ମକର୍ତ୍ତାଙ୍କୁ ଅଭିବାଦନ ଜଣାଉଥିଲେ। ଜଗତସିଂହପୁରରୁ ନିଜ ଅଭିଭାବକଙ୍କ ସହ ଆସିଥିବା କୁନିଝିଅ ନିଲମ ବସ୍ତିଆ ରାହୁଲଙ୍କୁ ହାତ ହଲାଇ ଅଭିବାଦନ ଜଣାଇବା ସମୟରେ ରାହୁଲ ତାଙ୍କୁ ପାଖକୁ ଡାକିଥିଲେ। ନିଲମଙ୍କ ପରିଚୟ ପଚାରିବା ସହିତ କ’ଣ ପଢ଼ୁଛନ୍ତି ବୋଲି ପଚାରିଥିଲେ। ରାହୁଲ ନିଲମଙ୍କୁ ଗେଲ କରିବା ସହିତ ଚକୋଲେଟ୍‌ ଦେଇଥିଲେ। ନିଲମ କହିଛନ୍ତି, ‘ଏହା ମୋତେ ସ୍ବପ୍ନ ଭଳି ଲାଗୁଛି। ଏତେ ଲୋକ ଥିବା ସତ୍ତ୍ବେ ରାହୁଲ ଅଙ୍କଲ୍‌ କେବଳ ମୋତେ ପାଖକୁ ଡାକିଥିଲେ। ମୁଁ କ’ଣ ପଢ଼ୁଛି, କେଉଁ ବିଷୟ ଭଲ ଲାଗୁଛି ଏବଂ ଖେଳକୁଦ କରୁଛି କି ନାହିଁ ସେ ସମ୍ପର୍କରେ ପଚାରିଥିଲେ। ମୁଁ ଅଙ୍କଲ୍‌ଙ୍କୁ ସବୁ ପ୍ରଶ୍ନର ଉତ୍ତର ଦେଇଥିଲି। ସେ ମୋତେ ପପି ଦେବା ସହିତ ମୁଁ ବି ତାଙ୍କୁ ପପି ଦେଇଥିଲି। ପରେ ସେ ମୋତେ ଚକୋଲେଟ୍‌ ଦେଇଥିଲେ। ଏହାକୁ ମୁଁ ସବୁଦିନ ପାଇଁ ମନେରଖିବି।’ ସେହିଭଳି ରାହୁଲଙ୍କ ବହୁ ଅନୁଗାମୀ ତାଙ୍କର ଚିତ୍ର ଆଙ୍କି ସଭାସ୍ଥଳରେ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା। ରାହୁଲ ସେମାନଙ୍କୁ ହାତ ହଲାଇ ତାଳିମାରି ଉତ୍ସାହିତ କରିଥିଲେ।

ସମ୍ବିଧାନ ବଞ୍ଚାଅ ନୁହେଁ, କଂଗ୍ରେସ ବଞ୍ଚାଅ ସମାବେଶ: ବିଜେପି
କଂଗ୍ରେସ ଲଗାତାର ଗଣତନ୍ତ୍ରର କଣ୍ଠରୋଧ କରିଛି। କଂଗ୍ରେସ ଓଡ଼ିଶାବାସୀଙ୍କଠାରୁ ଦୂରେଇ ଯାଇଛି। ପ୍ରତି ନିର୍ବାଚନରେ ଦଳର ଭୋଟ୍‌ ପ୍ରତିଶତ କମିବାରେ ଲାଗିଛି। କଂଗ୍ରେସ ଯେଉଁଭଳି ଭାବେ ନିମ୍ନଗାମୀ ହେଉଛି ସେଥିରୁ ଲାଗୁଛି ଏହା ସମ୍ବିଧାନ ବଞ୍ଚାଅ ନୁହେଁ, କଂଗ୍ରେସ ବଞ୍ଚାଅ ସମାବେଶ। କଂଗ୍ରେସ ଆଜି ନିଜ ଅସ୍ତିତ୍ବକୁ ବଞ୍ଚାଇ ରଖିବାକୁ ଏହି ସମାବେଶ କରୁଛି।  କଂଗ୍ରେସ ଗଣତନ୍ତ୍ର କହିବା କଥା, କାଚ ଘରେ ରହି ଅନ୍ୟକୁ ପଥରକୁ ଫୋପାଡ଼ିବା ସଦୃଶ। ରାହୁଲ ଗାନ୍ଧୀ ବାରମ୍ବାର ସମ୍ବିଧାନକୁ ହତ୍ୟା କରିଛନ୍ତି। ସେ କ’ଣ ସମ୍ବିଧାନ ବଞ୍ଚାଇବା କଥା କହିବେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅପମାନିତ କରିଛନ୍ତି। ଦୁଇ ନେତା ଓଡ଼ିଶା ମାଟିରେ ପ୍ରଥମେ କ୍ଷମା ମାଗନ୍ତୁ ବୋଲି ବିଜେପି ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି। ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ କଂଗ୍ରେସ ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ନାହିଁ। ସ୍ବାଧୀନତା ପରବର୍ତ୍ତୀ ସମୟରେ ଏହା ବାପା-ଝିଅ, ପରେ ମା’-ପୁଅ ଆଉ ଏବେ ମା’-ପୁଅ, ଝିଅ-ଜ୍ବାଇଁଙ୍କ ଦଳ ପାଲଟିଛି। ଗଣତନ୍ତ୍ରର କଥା କହୁଥିବା ଏହି ରାଜନୈତିକ ଦଳ ପ୍ରଥମରୁ ହିଁ ସମ୍ବିଧାନକୁ ହତ୍ୟା କରି ଆସୁଛି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ଦିଲ୍ଲୀପ ମଲ୍ଲିକ, ରାଜେନ୍ଦ୍ର ପଣ୍ଡା ଓ ତପନ ଚାନ୍ଦ ଉପସ୍ଥିତ ଥିଲେ।

ଆଦିବାସୀ ପ୍ରତିନିଧିଙ୍କୁ ଭେଟିଲେ
ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲା ସିଜିମାଳିରୁ ଆସିଥିବା ବେଦାନ୍ତ ଓ ଆଦାନୀ ବିରୋଧୀ ଆନ୍ଦୋଳନକାରୀ ଆଦିବାସୀଙ୍କ ପ୍ରତିନିଧି ଦଳକୁ ରାହୁଲ ଆଜି ଭେଟିଥିଲେ। କଂଗ୍ରେସ ଭବନରେ ପିଏସି ବୈଠକ ପରେ ଏହି ୧୧ ଜଣିଆ ପ୍ରତିନିଧି ଦଳ ସହ ରାହୁଲ ଆଲୋଚନା କରିଥିଲେ। ସେମାନଙ୍କର ଆନ୍ଦୋଳନ ସଂକ୍ରାନ୍ତରେ ସବିଶେଷ ପଚାରି ବୁଝିଥିଲେ। ଅବହେଳିତ ଶୋଷିତ ଲୋକଙ୍କର ଗଣତାନ୍ତ୍ରିକ ଆନ୍ଦୋଳନ ପ୍ରତି ସେ ନିଜର ଅକୁଣ୍ଠ ସମର୍ଥନ ଜଣାଇଥିଲେ। ପ୍ରତିନିଧି ଦଳର ନିମନ୍ତ୍ରଣ ରକ୍ଷା କରି ସେ ସିଜିମାଳି ଯିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ରାହୁଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଗ୍ରାମସଭା ଓ ଜଙ୍ଗଲ ଅଧିକାର ଆଇନ ଉଲ୍ଲଂଘନ କରି ସରକାର ବେଦାନ୍ତ ଓ ଆଦାନୀ ସପକ୍ଷରେ ମିଥ୍ୟା ରିପୋର୍ଟ ପ୍ରସ୍ତୁତ କରିବା, ପୋଲିସ୍ ଦମନଲୀଳା, ମିଥ୍ୟା ଗିରଫଦାରୀ ଓ ମୈତ୍ରୀ କମ୍ପାନି ପକ୍ଷରୁ ଗୁଣ୍ଡରାଜ୍ ଆଦି ପ୍ରସଙ୍ଗ ଆଲୋଚନା ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe