ଆଜି ଆସୁଛନ୍ତି ରାହୁଲ ଗାନ୍ଧୀ: ରାଜନୈତିକ ମହଲର ନଜର କଂଗ୍ରେସ ନେତା, କର୍ମୀ ଉତ୍ସାହିତ

Advertisment

ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଓଡ଼ିଶା ଗସ୍ତରେ ଆସୁଛନ୍ତି। କଂଗ୍ରେସ ପକ୍ଷରୁ ବରମୁଣ୍ଡା ପଡ଼ିଆରେ ହେବାକୁ ଥିବା ‘ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ’ ମହାସମାବେଶରେ ସେ ଯୋଗ ଦେବେ।

ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଓଡ଼ିଶା ଗସ୍ତରେ ଆସୁଛନ୍ତି। କଂଗ୍ରେସ ପକ୍ଷରୁ ବରମୁଣ୍ଡା ପଡ଼ିଆରେ ହେବାକୁ ଥିବା ‘ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ’ ମହାସମାବେଶରେ ସେ ଯୋଗ ଦେବେ।

Rahul Gandhi

ଭୁବନେଶ୍ବର: ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଓଡ଼ିଶା ଗସ୍ତରେ ଆସୁଛନ୍ତି। କଂଗ୍ରେସ ପକ୍ଷରୁ ବରମୁଣ୍ଡା ପଡ଼ିଆରେ ହେବାକୁ ଥିବା ‘ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ’ ମହାସମାବେଶରେ ସେ ଯୋଗ ଦେବେ। ରାଜ୍ୟରେ ବିଜେପି ସରକାର ଆସିବା ପରେ ଏହା ରାହୁଲ୍‌ଙ୍କ ପ୍ରଥମ ଓଡ଼ିଶା ଗସ୍ତ। ତେଣୁ ରାହୁଲଙ୍କ ଏହି ଗସ୍ତକୁ ରାଜନୈତିକ ମହଲରେ ବେଶ୍‌ ଗୁରୁତ୍ବ ଦିଆଯାଉଛି। ରାଜ୍ୟ ଓ କେନ୍ଦ୍ରର ବିଜେପି ସରକାରଙ୍କୁ ରାହୁଲ କେଉଁ କେଉଁ ପ୍ରସଙ୍ଗରେ ଟାର୍ଗେଟ୍‌ କରିବେ, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। 

ରାଜ୍ୟରେ ବିରୋଧୀ ଦଳ ଭାବେ କଂଗ୍ରେସର ପ୍ରଦର୍ଶନ ଭଲ ଥିଲା ବେଳେ ରାହୁଲଙ୍କ ଗସ୍ତ କଂଗ୍ରେସର ସ୍ଥିତିକୁ ଆହୁରି ମଜଭୁତ କରିବ ବୋଲି ନେତା ଓ କର୍ମୀମାନେ ଆଶା ରଖିଛନ୍ତି। ତାଙ୍କର ଗସ୍ତକୁ ନେଇ ରାଜ୍ୟ କଂଗ୍ରେସରେ ବେଶ୍‌ ଉତ୍ସାହ ଦେଖାଦେଇଛି। ସମାବେଶକୁ ସଫଳ କରିବା ପାଇଁ ପିସିସି ସଭାପତି ଭକ୍ତଚରଣ ଦାସଙ୍କଠାରୁ ଆରମ୍ଭ କରି ବରିଷ୍ଠ ନେତା, ଯୁବ ଓ ଛାତ୍ର କଂଗ୍ରେସ ମଧ୍ୟ ସମସ୍ତ ବଳ ଖଟାଇଛନ୍ତି। ରାହୁଲ୍‌ଙ୍କୁ ସ୍ବାଗତ କରିବା ପାଇଁ ସହରର କୋଣ ଅନୁକୋଣରେ ପୋଷ୍ଟର, ବ୍ୟାନର୍‌ ଛାଇଯାଇଛି। ସଭାସ୍ଥଳରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରାହୁଲ୍‌ଙ୍କ ସହ ଏଆଇସିସିର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଓ ସାଧାରଣ ସମ୍ପାଦକ କେ ସି ବେଣୁଗୋପାଳ ମଧ୍ୟ ଓଡ଼ିଶା ଆସୁଛନ୍ତି।    

ରାହୁଲ୍‌ଙ୍କ ସମେତ ତିନି କଂଗ୍ରେସ ନେତା ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧା ବରମୁଣ୍ଡା ପଡ଼ିଆ ଯିବେ। ମଧ୍ୟାହ୍ନ ୧୨ଟାରେ ସଭାରେ ଯୋଗ ଦେବେ। ସଭା ସରିବା ପରେ ଚାଷୀଙ୍କର ଦୁଇଟି ପ୍ରତିନିଧି ଦଳକୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ବି ରହିଛି। ଅପରାହ୍ନ ୩ଟାରେ କଂଗ୍ରେସ ଭବନରେ ରାଜନୈତିକ ବ୍ୟାପାର କମିଟି ସହ ବୈଠକ କରିବେ। ଏହାପରେ ବିଧାୟକ ଓ ପିସିସି କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା ହେବ। ସନ୍ଧ୍ୟା ୫ଟାରେ ସେମାନେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ରାହୁଲ୍‌ ସଭାସ୍ଥଳକୁ ଯିବାବାଟରେ ରୋଡ୍‌ ସୋ କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ରାସ୍ତାରେ ବିଭିନ୍ନ ଛକରେ ରାହୁଲଙ୍କୁ ସ୍ୱାଗତ ପାଇଁ କଂଗ୍ରେସ କର୍ମୀଙ୍କ ଭିଡ଼ ଜମିବ। ସଭାରେ ମଧ୍ୟ ହଜାର ହଜାର ଲୋକଙ୍କ ସମାଗମ ହେବ। ତେଣୁ ରାହୁଲ୍‌ଙ୍କ ଗସ୍ତ ନେଇ ସଭାସ୍ଥଳଠାରୁ ଆରମ୍ଭ କରି କଂଗ୍ରେସ ଭବନ ଓ ହେଟେଲ୍‌ ମେ’ ଫେୟାରରେ ରହିବା ସମୟରେ ଯେଭଳି କୌଣସି ପ୍ରକାର ତ୍ରୁଟି ଦେଖାନଯାଏ, ସେଥିପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe