Advertisment

ଆଦାନୀ-ମୋଦୀଙ୍କୁ ଟାର୍ଗେଟ୍ କଲେ ରାହୁଲ: କହିଲେ, ଆଦାନୀଙ୍କ ପାଇଁ ଜଗନ୍ନାଥଙ୍କ ରଥ ଅଟକାଇ ଦେଲେ, ଇଏ ଆପଣଙ୍କ ସରକାର ନୁହେଁ..

Advertisment

ଇଏ ଆପଣଙ୍କ ସରକାର ନୁହେଁ । ଇଏ କୋଟିପତି ଆଦାନୀର ସରକାର । ଯାହାର ଲକ୍ଷ୍ୟ ଆପଣଙ୍କ ଜମି, ଜଙ୍ଗଲ ଏବଂ ଭବିଷ୍ୟତକୁ ଚୋରି କରିବା.. କହି ବରମୁଣ୍ଡା ପଡିଆରୁ ସିଧା ଓଡିଶା ସରକାରକୁ ନିଶାନା କରିଛନ୍ତି ରାହୁଲ

ଇଏ ଆପଣଙ୍କ ସରକାର ନୁହେଁ । ଇଏ କୋଟିପତି ଆଦାନୀର ସରକାର । ଯାହାର ଲକ୍ଷ୍ୟ ଆପଣଙ୍କ ଜମି, ଜଙ୍ଗଲ ଏବଂ ଭବିଷ୍ୟତକୁ ଚୋରି କରିବା.. କହି ବରମୁଣ୍ଡା ପଡିଆରୁ ସିଧା ଓଡିଶା ସରକାରକୁ ନିଶାନା କରିଛନ୍ତି ରାହୁଲ

New Project (1) r

ଭୁବନେଶ୍ଵର: ଓଡ଼ିଶା ଆସି ଓଡିଶା ସରକାରଙ୍କୁ ଟାର୍ଗେଟ୍ କଲେ ରାହୁଲ ଗାନ୍ଧୀ । ଆଦାନୀ ପ୍ରସଙ୍ଗ ଉଠାଇ ଓଡିଶା ସରକାରଙ୍କୁ କଲେ ନିଶାନା । କହିଲେ- ଯେଉଁଠି ଆମେ ଦେଖିଛୁ ସେଠି ଗୋଟିଏ ନାଁ ହିଁ ଦେଖିବାକୁ ମିଳୁଛି । ସେ ଓଡିଶା ହେଉ କି ଛତିଶଗଡ- ସବୁଠି ଆଦାନୀ ଆଦାନୀ ଆଉ ଆଦାନୀ.. ଅର୍ଥାତ ଆଦାନୀ ଜୀ ଓଡିଶାର ସରକାର ଚଳାଉଛନ୍ତି । ଆଦାନୀ ମୋଦୀଙ୍କୁ ଚଳାଉଛନ୍ତି ।

ପୁରୀରେ ରଥଯାତ୍ରା ଦିନ ରଥ ଅଟକିଯିବା ଏବଂ ପର ଦିନ ଟଣା ହେବା ଘଟଣାକୁ ଆଦାନୀ ସହ ଯୋଡ଼ି ଟାର୍ଗେଟ୍ କଲେ ରାହୁଲ । କହିଲେ-

ଓଡ଼ିଶାରେ ଏବେ ବିଜେପିର ମଡେଲ । ଏଠାରେ ୫ରୁ ୬ କମ୍ପାନିଙ୍କୁ ଆପଣଙ୍କ ସମ୍ପତ୍ତି ଦେଉଛନ୍ତି ସରକାର । ମୁଁ ଚାଷୀ, ଗରିବ, ମହିଳାଙ୍କୁ ଭେଟିଛି ତାଙ୍କ ଦୁଃଖ ଶୁଣିଛି । ଜଳ, ଜଙ୍ଗଲ, ମାଟି ଆଦାବିସୀଙ୍କର ଅଛି ଆଉ ରହିବ । ଏଠାରେ ଆଦିବାସୀଙ୍କୁ ନପଚାରି ଜମି ଛଡ଼ାଇନିଆଯାଏ ତାଙ୍କୁ ପଟ୍ଟା ଦିଆଯାଏ ନାହିଁ । କଂଗ୍ରେସ ଦଳ ପେସା ଆଇନ ଆଣିଛି, ଆଦିବାସୀ ବିଲ୍ ଆଣିଛି । ଏହି ବିଲ୍ ଆମେ ଲାଗୁ କରି ଆଦିବାସୀଙ୍କୁ ତାଙ୍କ ହକ୍ ଦେବୁ । ବିକାଶ ଆରବପତିଙ୍କ ପାଇଁ ନୁହେଁ ବିକାଶ ଓଡ଼ିଶା ଜନତାଙ୍କ ପାଇଁ କରାଯିବା ଦରକାର । ଏଠାକାର ସରକାର ଆପଣଙ୍କ ଧନ, ଜନ, ଭୂମି ଲୁଟିବାରେ ଲାଗିଛି ।  କ୍ଷତିପୂରଣ ନଦେଇ ଡରାନ୍ତି, ଧମକ ଦିଅନ୍ତି । ଆଦିବାସୀ, ଚାଷୀ, ଗରିବ ଯାହା ଉପରେ ସରକାର ଅତ୍ୟାଚାର କରୁଛନ୍ତି ତାଙ୍କ ସହ କଂଗ୍ରେସ ଛିଡ଼ା ହେବ, ମୁଁ ଛିଡ଼ା ହେବି । ଆଉ ଆଦିବାସୀଙ୍କୁ ପଟ୍ଟା ଆପଣଙ୍କୁ କଂଗ୍ରେସ ହିଁ ଦେବ ବୋଲି ରାହୁଲ କହିଛନ୍ତି । 

ଓଡ଼ିଶାରେ ୪୦ ହଜାରରୁ ଅଧିକ ମହିଳା ଗାଏବ ହୋଇ ଯାଇଛନ୍ତି । ଆଜି ଯାଏଁ କାହାକୁ ଜଣା ନାହିଁ ମହିଳା କୁଆଡ଼େ ଗଲେ । ମହିଳାଙ୍କ ବିରୋଧରେ ଅତ୍ୟାଚାର ହେଉଛି, ଗଣ ଦୁଷ୍କର୍ମ ହେଉଛି । ପ୍ରତିଦିନ ୧୫ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି । ହେଲେ ଆପଣଙ୍କ ସରକାରକୁ ଏଥିରେ କିଛି ନେଣଦେଣ ନାହିଁ । ସେ ୨୪ ଘଣ୍ଟା ଆପଣଙ୍କ ରକ୍ତ ପିଉଛନ୍ତି । ଏଥିପାଇଁ ଆମେ ଏଠାକୁ ଆସିଛୁ ଆପଣଙ୍କ ସହ ଛିଡ଼ା ହେଉଛି । ଯେତେବେଳେ ବି ଯାହା ହେବ ଆପଣ ମୋତେ ଡାକିଲେ ମୁଁ ଆସିବି ଆପଣଙ୍କ ସହ ଛିଡ଼ା ହେବି ବୋଲି ଓଡ଼ିଶାବାସୀଙ୍କୁ ରାହୁଲ ପ୍ରତିଶ୍ରୁତି ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe