୨୬ରେ ବାଲେଶ୍ବର ଆସିବେ ରାହୁଲ

Advertisment
୨୬ରେ ବାଲେଶ୍ବର ଆସିବେ ରାହୁଲ

ଭୁବନେଶ୍ବର : ଆସନ୍ତା ୨୬ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ଜାତୀୟ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ। ସେ ବାଲେଶ୍ବରରେ ଅନୁଷ୍ଠିତ ହେବାକୁ ଥିବା ପରିବର୍ତନ ସଂକଳ୍ପ ସମାବେଶରେ ଯୋଗଦେବେ। କିନ୍ତୁ ଅନ୍ୟ ନିର୍ବାଚନମଣ୍ଡଳୀକୁ ତାଙ୍କର ଗସ୍ତ କାର୍ଯ୍ୟକ୍ରମ ଆପାତତଃ ନାହିଁ। ତେବେ ଆସନ୍ତା ୨୯ ତାରିଖରେ ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟର ନିର୍ବାଚନ ହେଉଥିବାରୁ ରାହୁଲଙ୍କ ଗସ୍ତ କଂଗ୍ରେସ କର୍ମୀ ମହଲରେ ବିପୁଳ ଉତ୍ସାହ ସୃଷ୍ଟି କରିଛି। ବିଶେଷ କରି ତାଙ୍କର ଗସ୍ତ ବାଲେଶ୍ବର, ମୟୂରଭଞ୍ଜ, ଭଦ୍ରକ ଓ ଯାଜପୁର ଲୋକସଭା ନିର୍ବାଚନମଣ୍ଡଳୀ ଏବଂ ଏସବୁ ଅନ୍ତର୍ଗତ ବିଧାନସଭା ଆସନଗୁଡ଼ିକରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ଦଳୀୟ ପ୍ରାର୍ଥୀମାନଙ୍କ ମନୋବଳ ବୃଦ୍ଧି କରିବ ବୋଲି ଦଳୀୟ କର୍ମକର୍ତମା‌େନ ଆଶାପ୍ରକାଶ କରିଛନ୍ତି।

ରାହୁଲଙ୍କ ଗସ୍ତ ସଂପର୍କରେ ସୂଚନା ଦେଇ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ କହିଛନ୍ତି ଯେ ୨୬ ତାରିଖରେ ସେ ବାଲେଶ୍ବରରେ ଆୟୋଜିତ ହେବାକୁ ଥିବା ବିଶାଳ କର୍ମୀ ସମାବେଶରେ ଉଦ୍‌ବୋଧନ ଦେବେ। ଏଥିପାଇଁ ୩ଟି ସ୍ଥାନ ନିରୂପଣ କରାଯାଇଛି। ଏ ନେଇ ଖୁବଶୀଘ୍ର ସଭାସ୍ଥଳ ଚୂଡ଼ାନ୍ତ ହେବ। ରାହୁଲ କେ‌ବଳ ବାଲେଶ୍ବର ଗସ୍ତରେ ଆସୁଛନ୍ତି। ଅନ୍ୟ ସ୍ଥାନଗୁଡ଼ିକୁ ଗସ୍ତ କାର୍ଯ୍ୟକ୍ରମ ଆପାତତଃ ନାହିଁ। ତେବେ ଖୁବଶୀଘ୍ର ଗସ୍ତ କାର୍ଯ୍ୟସୂଚୀ ଆସିଲେ ଏ ନେଇ ସ୍ପଷ୍ଟ ସୂଚନା ମିଳିବ ବୋଲି ସେ କହିଛନ୍ତି।

ରାହୁଲଙ୍କ ସଭାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ, ଓଡ଼ିଶା ପାଇଁ ନିଯୁକ୍ତ ଅନ୍ୟତମ ପ୍ରଭାରୀ ଟି.ଏସ୍‌.ସିଂହଦେଓ, ପିସିସିର ବରିଷ୍ଠ କର୍ମକର୍ତାମାନେ ଯୋଗଦେବେ। ଏହା ସହିତ ଆଖପାଖ ବାଲେଶ୍ବର, ମୟୂରଭଞ୍ଜ, ଭଦ୍ରକ ଓ ଯାଜପୁର ଆଦି ଲୋକସଭା ନିର୍ବାଚନମଣ୍ଡଳୀ ଏବଂ ଏସବୁ ଅନ୍ତର୍ଗତ ବିଧାନସଭା ଆସନଗୁଡ଼ିକରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ଦଳୀୟ ପ୍ରାର୍ଥୀମାନଙ୍କ ମଧ୍ୟରୁ ଅନେକ ନେତା ଯୋଗ ଦେଇପାରନ୍ତି। ସୂଚନାଯୋଗ୍ୟ, ଆସନ୍ତା ୨୯ ତାରିଖରେ ବାଲେଶ୍ବର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର ଆଦି ୬ଟି ଲୋକସଭା ନିର୍ବାଚନମଣ୍ଡଳୀ ଏବଂ ଏସବୁ ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଶେଷ ପର୍ଯ୍ୟାୟର ନିର୍ବାଚନ ଅନୁଷ୍ଠିତ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe