The Quint
୧୦ ବର୍ଷ ବୟସର ମୂକ-ବଧିର ବାଳକ ରାହୁଲ
ଛତିଶଗଡ଼ ସରକାରଙ୍କ ବଡ଼ ଅପରେସନ୍
ଝାରସୁଗୁଡ଼ା : ରାତି ୧ଟା ୫୦। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଦୀର୍ଘ ୮୦ ଘଣ୍ଟାରୁ ଅଧିକ ସମୟ ପରେ ମଧ୍ୟ ୮୦ ଫୁଟ୍ ଗଭୀର ନଳକୂପରେ ଖସି ପଡ଼ିଥିବା ୧୦ ବର୍ଷର ମୂକ ବଧିକ ବାଳକ ଉଦ୍ଧାର ପାଇବା ଆଶା ଉଜ୍ଜୀବିତ ହୋଇଛି। ଶେଷ ସମୟ ସୁଦ୍ଧା ରାହୁଲଙ୍କ ଅତି ନିକଟରେ ଉଦ୍ଧାରକାରୀ ଦଳ ପହଞ୍ଚି ସାରି ତା’ର ସ୍ବର ଶୁଣିଥିବାରୁ ସୁରକ୍ଷିତ ଭାବେ ତାକୁ ଉଦ୍ଧାର କରିବା ପାଇଁ ପ୍ରଶାସନ ଉଦ୍ୟମ ଚଳାଇଛି। ରାହୁଲ ନିକଟରେ ଷ୍ଟ୍ରେଚର ଓ ଡାକ୍ତରୀଟିମ୍ ପହଞ୍ଚି ପ୍ରସ୍ତୁତ ଅଛନ୍ତି।
ଛତିଶଗଡ଼ ରାଜ୍ୟର ଜାଞ୍ଜଗିର-ଚାମ୍ପାର ମାଲଖାଦାରୁଆ ଥାନା ଅଧୀନରେ ଥିବା ପିରହ୍ରିଡ ଗାଁର ୧୦ବର୍ଷର ମୂକ-ବଧିର ବାଳକକୁ ଉଦ୍ଧାର ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ନିର୍ଦ୍ଦେଶକ୍ରମେ ଅପରେସନ୍ ଆରମ୍ଭ କରାଯାଇଥିଲା। ଆଜି ଉଦ୍ଧାରକାର୍ଯ୍ୟ ଶେଷଆଡ଼କୁ ଉକ୍ତ ଅଞ୍ଚଳକୁ ଗ୍ରିନ କରିଡର କରାଯାଇଥିଲା। ରାହୁଲଙ୍କୁ ଉଦ୍ଧାର ପରେ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେବାପାଇଁ ସେଠାରେ ଉଚ୍ଚସ୍ତରୀୟ ମେଡିକାଲ ଟିମ୍ ରହିଥିବାବେଳେ ଯଥାଶୀଘ୍ର ଉପଯୁକ୍ତ ଚିକିତ୍ସା ଆବଶ୍ୟକ ଡାକ୍ତରୀ ଉପକରଣ ସାଙ୍ଗକୁ ରାହୁଲଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେବାକୁ ଅତ୍ୟାଧୁନିକ ଆମ୍ବଲାନ୍ସ ପ୍ରସ୍ତୁତ ରହିଥିଲା। ଏହି ଉଦ୍ଧାର କାର୍ଯ୍ୟ ପାଇଁ ବିଭିନ୍ନ ବିଭାଗର ପାଞ୍ଚ ଶହରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଥିବା ଜାଞ୍ଜଗିର-ଚାମ୍ପା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ତେବେ, ରାହୁଲଙ୍କୁ ଡାକ୍ତରଖାନାକୁ ପହଞ୍ଚାଇ ତାଙ୍କୁ ଉପସ୍ଥିତ ଚିକିତ୍ସା ଯୋଗାଇବା ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ହେବାପରେ ଏହି ଅଭିଯାନରେ ସଂପୃକ୍ତ ସମସ୍ତଙ୍କୁ ତଥା ରାହୁଲଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରାର୍ଥନା କରୁଥିବା ସମସ୍ତେ ଆଶ୍ବସ୍ତ ଅନୁଭବ କରିବେ ବୋଲି ଜିଲ୍ଲାପାଳ କହିଛନ୍ତି।
ଗତ ଶୁକ୍ରବାର ଅପରାହ୍ନ ୪ଟା ସମୟରେ ଝାରସୁଗୁଡ଼ା ସୀମାକୁ ଲାଗି ଛତିଶଗଡ଼ ରାଜ୍ୟର ଜାଞ୍ଜଗିର-ଚାମ୍ପାର ମାଲଖାଦାରୁଆ ଥାନା ଅଧୀନରେ ଥିବା ପିରହ୍ରିଡ ଗ୍ରାମର ଝାରସୁଗୁଡ଼ା ସୀମାକୁ ଲାଗି ଛତିଶଗଡ଼ ରାଜ୍ୟର ଜାଞ୍ଜଗିର-ଚାମ୍ପାର ମାଲଖାଦାରୁଆ ଥାନା ଅଧୀନରେ ଥିବା ପିରହ୍ରିଡ ଗ୍ରାମର ରାହୁଲ ଉକ୍ତ ଗର୍ତ୍ତରେ ଖସିପଡ଼ିଥିଲେ। ରାହୁଲର ବାପା ନିଜ ଘର ବାରିପଟେ ଥିବା ଜମିରେ ପାଣି ମଡ଼ାଇବାକୁ ଗଭୀର ନଳକୂପ ଖୋଳିଥିଲେ। ତେବେ, ପାଣି ନବାହାରିବାରୁ ତାକୁ ଖୋଲା ଛାଡ଼ି ଦେଇଥିଲେ। ରାହୁଲ ସେଇ ପାଖରେ ଖେଳୁଥିବା ସମୟରେ ଏହି ଗର୍ତ୍ତରେ ଖସିପଡ଼ିଥିଲେ। ଏହି ଘଟଣା ଜଣାପଡ଼ିବା ପରେ ପ୍ରଶାସନ ତଥା ସରକାରଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଶିଶୁଟି ପାଣି କାଦୁଅ ଭିତରେ ଦୀର୍ଘଘଣ୍ଟା ଧରି ରହି ନିସ୍ତେଜ ହୋଇ ଯାଇଥିବା ବେଳେ ତାକୁ କିଛି ସମୟ ବ୍ୟବଧାନରେ କଦଳୀ ଖାଇବାକୁ ଦିଆଯାଉଥିଲା। ଶେଷ ୪ ଫୁଟ୍ କଠିନ ପଥର ବାହାରିଥିବାରୁ ଏହାକୁ ଭେଦ କରି ସୁଡ଼ଙ୍ଗ ଖୋଳିବା ଉଦ୍ଧାରକାରୀ ଦଳ ପାଇଁ ବଡ଼ ଚାଲେଞ୍ଜ୍ ସୃଷ୍ଟି କରିଥିଲା।
Follow Us