ଦୁଇଥର ଓଡ଼ିଶା ଆସିବେ ରାହୁଲ!

Advertisment

୧୫ରେ ବିଜୟାଶାନ୍ତିଙ୍କ କଟକ ଗସ୍ତ

୧୫ରେ ବିଜୟାଶାନ୍ତିଙ୍କ କଟକ ଗସ୍ତ

ଦୁଇଥର ଓଡ଼ିଶା ଆସିବେ ରାହୁଲ!

telegraphindia.com

ଭୁବନେଶ୍ବର : ରାଜ୍ୟରେ ବିଜେଡି ଓ ବିଜେପିର ଘମାଘୋଟ ପ୍ରଚାର ଚାଲିଛି। ବିଜେପିର ତୁଙ୍ଗ ନେତାମାନେ ଜଣକ ପରେ ଜଣେ ଓଡ଼ିଶା ଗସ୍ତରେ ଆସୁଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକା ସମ୍ଭାଳିଛନ୍ତି ଦଳୀୟ ନିର୍ବାଚନ ପ୍ରଚାର ମଙ୍ଗ। କିନ୍ତୁ ରାଜ୍ୟ କଂଗ୍ରେସ ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର ନିମନ୍ତେ କେନ୍ଦ୍ରୀୟ ନେତା ତଥା ତାରକା ପ୍ରଚାରକଙ୍କ ଆଗମନ ପ୍ରସଙ୍ଗ ଦଳୀୟ କର୍ମୀମାନଙ୍କୁ ହତାଶ କରିଦେଇଛି। ତେବେ ଜାତୀୟ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଚଳିତ ସାଧାରଣ ନିର୍ବାଚନରେ ଆଉ ଦୁଇଥର ଆସିବାର କାର୍ଯ୍ୟକ୍ରମ ରହିଥିବା ଦଳୀୟ ସୂତ୍ରରୁ ସୂଚନା ମିଳିଛି।

ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ସୂଚନାନୁଯାୟୀ ଆସନ୍ତା ୧୫ ତାରିଖରେ ଚଳଚ୍ଚିତ୍ର ଅଭିନ୍ରେତୀ ବିଜୟାଶାନ୍ତି କଟକ ଆସିବାର କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି। ସେହିପରି ଉତ୍ତର ପ୍ରଦେଶ କଂଗ୍ରେସ ନେତା ତଥା ଅଭିନେତା ରାଜ ବବ୍‌ର, ଶତ୍ରୁଘ୍ନ ସିଂହ୍ନା, ଅଭିନେତ୍ରୀ ନଗ୍‌ମା ପ୍ରମୁଖ କଂଗ୍ରେସର ପ୍ରଚାର ଅଭିଯାନରେ ସାମିଲ ହେବେ ବୋଲି ସେ କହିଛନ୍ତି। ସେମାନଙ୍କର ଗସ୍ତ ତାରିଖ ଦିନେ ଦୁଇଦିନ ମଧ୍ୟରେ ଚୂଡ଼ାନ୍ତ ହେବ। ତେବେ ପ୍ରିୟଙ୍କା ଗାନ୍ଧୀଙ୍କୁ ଓଡ଼ିଶା ଆସିବାକୁ ପିସିସି ପକ୍ଷରୁ ଏଆଇସିସିକୁ ଅନୁରୋଧ କରାଯାଇଛି। ବାଲେଶ୍ବର, ଆନନ୍ଦପୁର, ଜଗତ୍‌ସିଂହପୁର ଆଦି ଅଞ୍ଚଳକୁ ରାହୁଲ ଗସ୍ତ କରିବା ପାଇଁ ଅନୁରୋଧ କରାଯାଇଛି। ଦିନେ କି ଦୁଇଦିନ ମଧ୍ୟରେ ତାଙ୍କ ଗସ୍ତ ତାରିଖ ଓ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହେବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe