ସୁବର୍ଣ୍ଣପୁର ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଚଢ଼ଉ, ୩୭୦ ବସ୍ତା ଧାନ ସହ ଟ୍ରକ୍‌ ଜବତ

Advertisment
ସୁବର୍ଣ୍ଣପୁର ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଚଢ଼ଉ, ୩୭୦ ବସ୍ତା ଧାନ ସହ ଟ୍ରକ୍‌ ଜବତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୩୭୦ ବସ୍ତା ଧାନ ସହ ଏକ ଟ୍ରକ୍‌କୁ ଜବତ କରାଯାଇଛି। ବିନୋଦ ସାହୁ ନାମକ ଜଣେ ବ୍ୟକ୍ତି ନୟାଗଡ଼ ଜିଲ୍ଲାରୁ ଏକ ଟ୍ରକ୍‌ (ଓଡି ୭ ଏଫ୍‌ ୯୨୫୯)ରେ ୩୭୦ ବସ୍ତା ଧାନ ନେଇ ଆସୁଥିବା ବେଳେ ଉଲୁଣ୍ଡା ବ୍ଲକ୍‌ ପିପିଲିକାନିଠାରେ ଯୋଗାଣ ବିଭାଗ ଧରିଥିଲା। ଏହି ଧାନ ବେଆଇନ୍ ଭାବେ ବରଗଡ଼ ଜିଲ୍ଲାର ଏକ ରାଇସ୍‌ ମିଲ୍‌କୁ ଯାଉଥିବା ଯାଞ୍ଚ ବେଳେ ଜଣାପଡ଼ିଥିଲା। ୩୭୦ ବସ୍ତାରେ ଥିବା ୨୨୮ କ୍ବିଣ୍ଟାଲ ଧାନକୁ ଜବତ କରାଯାଇ ଉଲୁଣ୍ଡାର ଏକ ରାଇସ୍‌ ମିଲ୍‌ରେ ଜିମା ଦିଆଯାଇଛି। ଏହି ଚଢ଼ଉରେ ଜିଲ୍ଲା ଯୋଗାଣ ଅଧିକାରୀ ପବିତ୍ର ସାହୁ, ଅତିରିକ୍ତ ଯୋଗାଣ ଅଧିକାରୀ ସୁବୋଧ ହୋତା, ସହକାରୀ ଯୋଗାଣ ଅଧିକାରୀ ତ୍ରିନାଥ ଭୋଇ, ଉଲୁଣ୍ଡା ଯୋଗାଣ ନିରୀକ୍ଷକ ରାଜ କିଶୋର ନାୟକ, ବୀରମହରାଜପୁର ଯୋଗାଣ ନିରୀକ୍ଷକ ପୂର୍ଣ୍ଣଚନ୍ଦ୍ର ରାଉତ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe