ଭୁବନେଶ୍ୱର: ଓଡ଼ିଶା ବଜାରରେ ବିକ୍ରି ହେଉଥିବା ମାଛକୁ ସତେଜ ରଖିବା ପାଇଁ ଏଥିରେ ଫର୍ମାଲିନ ପ୍ରଲେପ ଦିଆଯାଉଥିବା ଆଶଙ୍କା କରି ଆଜି ସକାଳୁ କଟକ ଓ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ବିଭିନ୍ନ ସ୍ଥାନରୁ ମାଛ ନମୂନା ସଂଗଅହ କରାଯାଉଛଇ ଭୁବନେଶ୍ୱରର ୪ ନମ୍ବର ମାଛ ମାର୍କେଟରୁ ସଂଗୃହିତ ମାଛ ନମୂନାରୁ ପାମ୍ପଲେଟ୍ ମାଛରେ ଫର୍ମାଲିନ ଥିବା ସ୍ପଷ୍ଟ ହୋଇଛି। ତେବେ ଏ ପର୍ଯ୍ୟନ୍ତ ଏ ନେଇ ରାଜ୍ୟ ସରକାରଙ୍କ ମତ୍ସ୍ୟବିଭାଗ ଅବା ସ୍ୱାସ୍ଥ୍ୟବିଭାଗ କୌଣସିପ୍ରକାର ଉପଦେଶାବଳୀ ଜାରି କରି ନ ଥିବା ବେଳେ ଆଜି କଟକ, ରାଉରକେଲା ଓ ବ୍ରହ୍ମପୁରରୁ ମାଛ ନମୂନା ସଂଗ୍ରହ କରାଯାଇଛି।
ବ୍ରହ୍ମପୁର ସହରର ବିଭିନ୍ନ ମାଛ ମାର୍କେଟ୍ ଉପରେ ଚଢ଼ାଉ କରି ନମୂନା ସଂଗ୍ରହ କରୁଛି ବ୍ରହ୍ମପୁର ମହାନଗର ନିଗମ। ଫର୍ମାଲିନ୍ ଅଛି ନା ନାହିଁ ଯାଞ୍ଚ ପାଇଁ ନମୂନା ସଂଗ୍ରହ କାର୍ଯ୍ୟରେ ମହାନଗର ନିଗମର ଖାଦ୍ୟ ନୀରିକ୍ଷକ ଓ ସ୍ୱାସ୍ଥ୍ୟ ଅଧିକାରୀ ସାମିଲ ହୋଇଛନ୍ତି।
ସେହିପରି କଟକ ମହାନଗର ନିଗମ ପକ୍ଷରୁ କଟକ ପ୍ରେସ ଛକ ମାଛ ମାର୍କେଟରୁ ନମୂନା ସଂଗ୍ରହ କରାଯାଇଛିି।
ରାଉରକେଲା ମହାନଗର ନିଗମ ପକ୍ଷରୁ ମଧ୍ୟ ସହରର ଡେଲି ମାର୍କେଟ, ଡିଏଭି ସ୍କୁଲ ପାଖ, ସରକାରୀ କଲୋନୀ ଅଞ୍ଚଳରେ ଥିବା ମାଛ ମାର୍କେଟରେ ଚଢ଼ାଉ କରାଯାଇ ନମୂନା ସଂଗ୍ରହ କରାଯାଇଛି। ଏହି ସବୁ ମାଛ ନମୂନାକୁ ପରୀକ୍ଷା ପାଇଁ ବିଜ୍ଞାନାଗାରକୁ ପଠାଯିବ। ଏଥିରେ ଫର୍ମାଲିନ ପ୍ରଲେପ ଦିଆଯାଇଛି କିମ୍ବା ନାହିଁ ତାହା ପରୀକ୍ଷା ପରେ ଜଣାପଡ଼ିିବ। ପରୀକ୍ଷାର ରିପୋର୍ଟ ଆଧାରରେ ସରକାର କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପୂର୍ବରୁ କହି ସାରିଛନ୍ତି।
ମାଛରେ ଫର୍ମାଲିନ ଭୟ: କଟକ, ବ୍ରହ୍ମପୁର, ରାଉରକେଲାରେ ଚାଲିଛି ନମୂନା ସଂଗ୍ରହ
Advertisment
Follow Us